ମେଷ: କାମ ପୂରା କରିବାରେ ସଫଳ ହେବେ। ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ନୂତନ ବ୍ୟବସାୟ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ବୃଷ: ଆୟ ବୃଦ୍ଧି ହେବ। ଅନ୍ୟ ଦିନ ତୁଳନାରେ ଅଫିସ୍ କାମ ଭଲରେ ଶେଷ କରିବେ। ବ୍ୟବହାରରେ ସହକର୍ମୀ ଖୁସି ହେବେ। ନିଜ ଲୋକଙ୍କ ଠାରୁ ପ୍ରତାରିତ ହୋଇପାରନ୍ତି। ପୁରୁଣା ଶତ୍ରୁତାରୁ ସମସ୍ୟା ଉପୁଜିପାରେ।
ମିଥୁନ: ମହିଳାମାନେ ସାମାଜିକ କାର୍ଯ୍ୟକ୍ରମରେ ଭାଗନେବେ। ଘର ପାଇଁ ଅତ୍ୟାବଶ୍ୟକ ଜିନିଷ କିଣିବେ। ପତି-ପତ୍ନୀଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।
କର୍କଟ: ଦିନଟି ମିଶ୍ରିତଫଳ ପ୍ରଦାନ କରିବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ। ନିବେଶ ମାମଲାରେ ପରାମର୍ଶ ମିଳିବ। ଜୀବନସାଥୀଙ୍କ ବ୍ୟବହାରରେ ଖୁସି ହେବେ। ପିଲାମାନେ ଖେଳକୁଦରେ ସମୟ ବିତାଇବେ।
ସିଂହ: ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମିକ ପ୍ରେମିକଙ୍କ ମଧ୍ୟରେ ମତାନ୍ତର ଦୂର ହେବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ଦୂରସ୍ଥାନ ଯାତ୍ରା କରିପାରନ୍ତି।
କନ୍ୟା: ଆର୍ଥିକ ମାମଲାରେ ସୁଧାର ଆସିବ। ଗୁରୁଜନଙ୍କ ପରାମର୍ଶ ନେଇ ଆଗକୁ ବଢ଼ିବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରଖିବେ। କୋର୍ଟର ଦ୍ବାରସ୍ଥ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ।
ତୁଳା: ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବେ। ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ଆର୍ଥିକ ସମସ୍ୟା ଦେଖା ଦେବ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ।
ବିଛା: ପରିବାର ସହ ସମୟ ଅତିବାହିତ କରିବେ। ଲେଖକ ଲେଖିକାଙ୍କୁ ଖୁସି ଖବର ମିଳିବ। ଜୀବନସାଥୀଙ୍କଠାରୁ ଉପହାର ପାଇବେ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ଆଥିକ ସ୍ଥିତି ସୁଦୃଢ଼ ରହିବ।
ଧନୁ: ଦିନଟି ହସ ଖୁସିରେ କଟିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଧୈର୍ଯ୍ୟ ରଖି କାମ କରନ୍ତୁ।
ମକର: ବ୍ୟବସାୟୀ ଲାଭବାନ ହେବେ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ସମୟ ପୂର୍ବରୁ କାମ ପୂରା କରିବେ। ରାଜନୀତି କ୍ଷେତ୍ରରେ ସକ୍ରିୟ ରହିେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
କୁମ୍ଭ: ପରିବାର ସଦସ୍ୟଙ୍କ ସହଯୋଗରେ କାମ ପୂରା କରିବେ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ। ଭାବିଚିନ୍ତି ନିଷ୍ପତ୍ତି ନେବେ। ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣା ରହିବ।
ମୀନ: ବିଦ୍ୟାର୍ଥୀ କ୍ୟାରିୟର ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ଆୟ ଅନୁସାରେ ବ୍ୟୟ ଅଧିକ ରହିବ। ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଇପାରେ।