ଗୁରୁବାର ରାଶିଫଳ ( ୬- ୦୪ – ୨୦୨୩ )

ମେଷ: ସରଳ କାର୍ଯ୍ୟ କରିବାରେ ମନୋନିବେଶ କରିବେ। ସାଙ୍ଗସାଥୀଙ୍କ ବିବାଦକୁ ସମାଧାନ କରିବେ। ମନ କଥା ପରିବାରବର୍ଗଙ୍କୁ କହିବାର ସୁଯୋଗ ପାଇବେ। ନୂତନ ବନ୍ଧୁଙ୍କ ସହ ଘନିଷ୍ଠତା ବୃଦ୍ଧି ପାଇବ। ବୃଷ: ମାନସିକ ଶାନ୍ତି ହରାଇବେ। ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିପାେର। ପରିବାରବର୍ଗଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଭବିଷ୍ୟତ ପାଇଁ ନିବେଶ କରିବାରୁ ଦୂରେଇ ରୁହନ୍ତୁ। ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାରର ଦାୟିତ୍ବ ବୃଦ୍ଧି ପାଇବ। ମହିଳାମାନେ ଆତ୍ମବିଶ୍ବାସର ସହ କାର୍ଯ୍ୟ […]

ମେଷ: ସରଳ କାର୍ଯ୍ୟ କରିବାରେ ମନୋନିବେଶ କରିବେ। ସାଙ୍ଗସାଥୀଙ୍କ ବିବାଦକୁ ସମାଧାନ କରିବେ। ମନ କଥା ପରିବାରବର୍ଗଙ୍କୁ କହିବାର ସୁଯୋଗ ପାଇବେ। ନୂତନ ବନ୍ଧୁଙ୍କ ସହ ଘନିଷ୍ଠତା ବୃଦ୍ଧି ପାଇବ।

ବୃଷ: ମାନସିକ ଶାନ୍ତି ହରାଇବେ। ଅଯଥା ଖର୍ଚ୍ଚରେ ପଡ଼ିପାରନ୍ତି। ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିପାେର। ପରିବାରବର୍ଗଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଭବିଷ୍ୟତ ପାଇଁ ନିବେଶ କରିବାରୁ ଦୂରେଇ ରୁହନ୍ତୁ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାରର ଦାୟିତ୍ବ ବୃଦ୍ଧି ପାଇବ। ମହିଳାମାନେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରି ଆଗକୁ ବଢ଼ିବେ। ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ।

କର୍କଟ: ପରିବାରରେ ଭୁଲ ବୁଝାମଣାକୁ ନେଇ ମାନସିକ ଅବସାଦରେ ରହିପାରନ୍ତି। ଦୀର୍ଘ ଦିନ ପରେ ବନ୍ଧୁମାନଙ୍କୁ ଭେଟିବେ। ନିବେଶ କରିବାରୁ ଦୂରେଇ ରୁହନ୍ତୁ। ବ୍ୟକ୍ତିଗତ କଥା ଅନ୍ୟ ସମ୍ମୁଖରେ ପ୍ରକାଶ କରନ୍ତୁ ନାହିଁ।

ସିଂହ: ପରିବାରର ସହଯୋଗ ପାଇବେ। ଯାତାୟାତ କରିବା ସମୟରେ ଦରକାରୀ କାଗଜପତ୍ର ଧ୍ୟାନରେ ରଖନ୍ତୁ। ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଭଲ ରହିବ।

କନ୍ୟା: କୌଣସି ବିଶେଷ କାର୍ଯ୍ୟ ସମୟ ମଧ୍ୟରେ ପୂରଣ ହେବ। ନିକଟତର ବନ୍ଧୁଙ୍କଠାରୁ ସହଯୋଗ ପାଇବେ। ପରିବାର ସହ ଅଧିକ ସମୟ କଟାଇବେ। ଜୀବନସାଥୀଙ୍କ ବ୍ୟବହାରରେ ପ୍ରଭାବିତ ହେବେ।

ତୁଳା: ସାମାଜିକ କାର୍ଯ୍ୟ କରି ଲୋକପ୍ରିୟତା ହାସଲ କରିବେ। ନକାରାତ୍ମକ ବିଚାର ମାନସିକ ଅଶାନ୍ତି ବୃଦ୍ଧି କରିବ। ଦିନଟିରେ ଧୈର୍ଯ୍ୟ ଓ ଶାନ୍ତିରେ କାର୍ଯ୍ୟ କରିବା ଶ୍ରେୟସ୍କର ହେବ।

ବିଛା: ବିଭିନ୍ନ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରିବେ। ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ପାଲଟିପାରେ। ହେବାକୁ ଯାଉଥିବା କାର୍ଯ୍ୟ ଅଟକି ଯାଇପାରେ। ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ଧନୁ: ଚିନ୍ତା କରିଥିବା କାର୍ଯ୍ୟ ପୂରଣ ହେବ। ଆର୍ଥିକସ୍ଥିତି ମଜଭୁତ ରହିବ। କର୍ମକ୍ଷେତ୍ରରେ ନିଜ ସୃଜନଶୀଳତାର ପ୍ରଦର୍ଶନ କରିବେ। ଆତ୍ମବିଶ୍ବାସର ସହ ସମସ୍ତ କାର୍ଯ୍ୟ କରିବେ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ତିକ୍ତତା ଦେଖାଦେବେ।

ମକର: ଦିନଟିରେ ଅଯଥା ଝାମେଲାରେ ଫସି ଯାଇପାରନ୍ତି। ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ। ପରିବାରରେ ଭୁଲ ବୁଝାମଣା ଦେଖାଦେଇପାରେ । ସନ୍ତାନସନ୍ତତିଙ୍କ ଉନ୍ନତି ପାଇଁ ଚେଷ୍ଟା କରିବେ।

କୁମ୍ଭ: ଅତ୍ୟଧିକ କାର୍ଯ୍ୟ ଫଳରେ ମାନସିକ ଅବସାଦ ବୃଦ୍ଧି ପାଇବ। କର୍ମସ୍ଥଳୀରେ କାର୍ଯ୍ୟଭାର ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଶିଳ୍ପ ଓ ବାଣିଜ୍ୟ ମନ୍ଥର ରହିବ। ଛାତ୍ରଛାତ୍ରୀ ପାଠପଢ଼ାରେ ଅବହେଳା କରିବେ।

ମୀନ: ଉଚ୍ଚ ଆଶା ପୂରଣ ହେବ। ବିଭିନ୍ନ ମାର୍ଗରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବ୍ୟବସାୟରେ ଉତ୍ତମ ଆୟ ହେବ। ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ।

About The Author: The Sakala