ଗୁରୁବାର ରାଶିଫଳ ( ୦୩- ୦୮- ୨୦୨୩ )

ମେଷ: ସକରାତ୍ମକ ଦୃଷ୍ଟିରୁ ଦିନଟି ଭଲରେ କଟିବ। ପୂର୍ବର ଭୁଲ୍‌କୁ ଅନୁଧ୍ୟାନ କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ। ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବ କରନ୍ତୁ। ବ୍ୟବସାୟରେ ସଫଳତା ପାଇବେ। ବୃଷ: ଦୀର୍ଘଦିନ ଧରି ଅଟକି ଥÒବା କାର୍ଯ୍ୟରେ ସଫଳତା ମିଳିବ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି, ତେଣୁ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ମିଥୁନ: କାମ କରିବାର ତରିକାକୁ […]

ମେଷ: ସକରାତ୍ମକ ଦୃଷ୍ଟିରୁ ଦିନଟି ଭଲରେ କଟିବ। ପୂର୍ବର ଭୁଲ୍‌କୁ ଅନୁଧ୍ୟାନ କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ। ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବ କରନ୍ତୁ। ବ୍ୟବସାୟରେ ସଫଳତା ପାଇବେ।

ବୃଷ: ଦୀର୍ଘଦିନ ଧରି ଅଟକି ଥÒବା କାର୍ଯ୍ୟରେ ସଫଳତା ମିଳିବ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି, ତେଣୁ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

ମିଥୁନ: କାମ କରିବାର ତରିକାକୁ ବଦାଳନ୍ତୁ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ବ୍ୟବସାୟିକ ନିଷ୍ପତ୍ତି ଭାବିଚିନ୍ତି ନେବା ଭଲ। ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିବେ।

କର୍କଟ: ମାନସିକ ଶାନ୍ତି ଓ ଆରାମ ମିଳିବ। ଅଟକି ଥିବା କାର୍ଯ୍ୟ ପୂରା ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସମସ୍ତଙ୍କ ସହ ଭଲ ଆଚରଣ ଦେଖାନ୍ତୁ। ଗୁରୁଜନଙ୍କଠାରୁ ପରାମର୍ଶ ନେବା ଫଳପ୍ରଦ। ।

ସିଂହ: ବ୍ୟବସାୟ କ୍ଷେତ୍ରରେ କାହା ଉପରେ ଅଧିକ ବିଶ୍ବାସ କରନ୍ତୁନି। ନିଜ ଯୋଜନା ବିଷୟରେ କାହା ସହ ସେୟାରେ କରନ୍ତୁନି। ସମସ୍ୟାରେ ପଡ଼ିବାର ଆଶଙ୍କା ଅଧିକ। ଅଯଥା ଖର୍ଚ୍ଚରୁ ଦୂରେଇ ରହୁନ୍ତୁ।

କନ୍ୟା: ପରିବାର ସହିତ ସମୟ ବିତାନ୍ତୁ। ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ଅଧିକ ବୁଲାବୁଲି ସ୍ବାସ୍ଥ୍ୟ ପ୍ରତି ହାନିକାରକ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅଂହକାର ମନୋଭାବକୁ ଦୂର କରନ୍ତୁ।

ତୁଳା: ଅଫିସ କାମକୁ ନେଇ ଚିନ୍ତାରେ ରହିବେ। ଅନ୍ୟମାନଙ୍କ କଥାରେ ପରିଚାଳିତ ହୁଅନ୍ତୁନାହିଁ। ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତାନ୍ତୁ। ପ୍ରେମୀ ଯୁଗଳଙ୍କର ଦିନଟି ଭଲରେ ବିତିବ।

ବିଛା: ପରିଶ୍ରମ କଲେ ଫଳ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ନିଷ୍ପତ୍ତି ନିଜେ ନିଅନ୍ତୁ। ଯୋଜନା ଅନୁସାରେ କାମ କରିବା ଭଲ। ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରନ୍ତୁନି। ଷ୍ଟକ୍‌ ମାର୍କେଟ ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଲାଭ ମିଳିବ।

ଧନୁ: ପିଲାମାନଙ୍କ ନକାରାତ୍ମକ ଗତିବିଧିକୁ ନେଇ ଚିନ୍ତାରେ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ। ଲୋକସମ୍ପର୍କ ବଢ଼ିବ। ଅଫିସ୍‌ର ସହକର୍ମୀଙ୍କ ସହ ମତମତାନ୍ତର ହୋଇପାରେ।

ମକର: ଯୁବପିଢ଼ିଙ୍କ ପାଇଁ ଦିନଟି ଭଲ। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ। ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ପେଟଜନିତ ସମସ୍ୟା ହେବାର ଆଶଙ୍କା ରହିଛି।

କୁମ୍ଭ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଟକି ଥିବା ଅର୍ଥ ଫେରିପାଇବେ। କର୍ମଚାରୀଙ୍କ ପାଇଁ ଦିନଟି ଭଲ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

ମୀନ: ପରିବାର ପାଇଁ ସମୟ କାଢ଼ନ୍ତୁ। ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ବଢ଼ିବ। ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି।

About The Author: The Sakala