ମେଷ: କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ହାସଲ କରିବେ । ଚାକିରିରେ ଚଳଚଞ୍ଚଳ ରହିବେ । ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ -୧, ଶୁଭ ରଙ୍ଗ- ପିଙ୍କ ।
ବୃଷ: କର୍ମକ୍ଷେତ୍ରରେ ଖର୍ଚ୍ଚାନ୍ତ ଓ ଅଭାବ ଦେଖାଦେବ । ରାଜନୀତିରେ ପ୍ରତିକୂଳ ସ୍ଥିତି ଓ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ -୨, ଶୁଭ ରଙ୍ଗ-ଧଳା ।
ମିଥୁନ: ଦିନଟି ସୁଖ ସମୃଦ୍ଧି ପ୍ରାପ୍ତି ହେବ । ଉଭୟଙ୍କ ପ୍ରେମ ଓ ସାଂସାର ସୁଖମୟ ରହିବ। ମହିଳାମାନେ ଆତ୍ମନିର୍ଭରଶୀଳ ରହିବେ। ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ -୬, ଶୁଭ ରଙ୍ଗ- ସିଲଭର।
କର୍କଟ: କାର୍ଯ୍ୟସିଦ୍ଧି ସହ ସୁଖ ସମ୍ମାନ ପ୍ରାପ୍ତି ହେବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ମହିଳାମାନେ ରକ୍ଷଣଶୀଳ ହେବେ ବାଣିଜ୍ୟରେ ଆୟବୃଦ୍ଧି ହେବ | ଶୁଭ ଅଙ୍କ -୩, ଶୁଭ ରଙ୍ଗ- ହଳଦିଆ
ସିଂହ: ଯୋଜନା ସ୍ଥଗିତ ରହିପାରେ। ଚାକିରି କାର୍ଯ୍ୟ ବହୁଳ ରହିବ। । ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଅସଫଳ ହୋଇପାରନ୍ତି । ଶୁଭ ଅଙ୍କ -୨, ଶୁଭ ରଙ୍ଗ- ଧଳା ।
କନ୍ୟା: କର୍ମକ୍ଷେତ୍ରରେ ସମସ୍ୟା ବହୁଳ ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ । ଚାକିରିରେ ଅସହଯୋଗ ରହିବ। ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ତ୍ରୁଟି କରିପାରନ୍ତି । ଶୁଭ ଅଙ୍କ -୮, ଶୁଭ ରଙ୍ଗ – ଆକାଶୀ।
ତୁଳା: ଦିନଟି ସୁଖଶାନ୍ତି ଭିତରେ କଟିବ। ଚାକିରିରେ ସହଯୋଗ ପାଇବେ । ମହିଳାମାନେ ସୁଖୀ ରହିବେ। ପ୍ରଶାସନିକ ସୁନାମ ପାଇବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲ୍ଭର ।
ବିଛା: ସବୁ କ୍ଷେତ୍ରରେ ଆଗେଇ ଚାଲିବେ। ରାଜନୀତିରେ କର୍ମତତ୍ପର ରହିବେ । ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଯଶ ପାଇବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ- କମଳା ।
ଧନୁ: ଅନିଶ୍ଚିତତା କାରଣରୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବ। ସନ୍ତାନମାନଙ୍କୁ ନେଇ ଚିନ୍ତାରେ ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ- କଫି ।
ମକର:ବହୁ ଚେଷ୍ଟା କରି ସୁଫଳ ପାଇବେ । ଚାକିରିରେ ସହଯୋଗ ପାଇବେ । ରାଜନୀତିରେ ଲୋକସଂପର୍କ ବୃଦ୍ଧି ପାଇବ। ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ -୮, ଶୁଭ ରଙ୍ଗ- ନୀଳ।
କୁମ୍ଭ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲ୍ଭର ।
ମୀନ: ଆର୍ଥିକ ବିଷୟକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଚାକିରିରେ ବ୍ୟସ୍ତବିବ୍ରତ ରହିବେ। ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟ ମନ୍ଥର ରହିବ । ଶିକ୍ଷାର୍ଥୀ ଆଳସ୍ୟ ରହିବେ । ଶୁଭ ଅଙ୍କ -୩, ଶୁଭ ରଙ୍ଗ – ଗୋଲଡେନ୍ ।