ମେଷ: ଘରୋଇ ସାମଗ୍ରୀରେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ ହୋଇପାରେ। ସହକର୍ମୀଙ୍କ ସହ କାର୍ଯ୍ୟ କରିବା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ। କୋର୍ଟକଚେରୀ ମାମାଲାରୁ ଦୂରେଇ ରୁହନ୍ତୁ।
ବୃଷ: ଜୀବନରେ ସମସ୍ତ କଠିନ ପରିସ୍ଥିତିରୁ ମୁକୁଳିପାରିବେ। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇପାରେ। ବନ୍ଧୁବାନ୍ଧଙ୍କ ସହ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବେ। ଦାମ୍ପତ୍ୟ ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ।
ମିଥୁନ: ଉପରିସ୍ଥ ଅଧିକାରୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ମନୋରଂଜନ କାର୍ଯ୍ୟରେ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
କର୍କଟ: ବିଭିନ୍ନ ଦିଗରୁ ସଫଳତା ପାଇବେ। ସାଙ୍ଗସାଥୀମାନଙ୍କ ସହ ଦୂରସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। କୌଣସି ଶୁଭ କାର୍ଯ୍ୟରେ ଯୋଗଦେବେ।
ସିଂହ: ନିଜ ଇଚ୍ଛାଶକ୍ତିକୁ ବଢ଼ାଇ କାର୍ଯ୍ୟ କରନ୍ତୁ। ତରବରିଆ ଭାବେ ନିବେଶ କରନ୍ତୁ ନାହିଁ। ନୂତନ ସମ୍ପର୍କ ପାଇଁ ଖୁବ୍ ସମ୍ବେଦନଶୀଳ ହୋଇପଡ଼ିବେ। କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିବାକୁ ଲାଗିବ।
କନ୍ୟା: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ନିଜ ଭାବନାକୁ ଗୁପ୍ତ ରଖିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପରିପ୍ରକାଶ କରିବେ। ସାମାଜିକ କାର୍ଯ୍ୟରେ ଲିପ୍ତ ରହିବେ।
ତୁଳା: ଛୋଟଛୋଟ ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଯାଇପାରନ୍ତି। ଯୋଜନାକୁ ସଫଳ କରିବା ପାଇଁ ଜୀବନସାଥୀଙ୍କ ସହଯୋଗ ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଦୂରଯାତ୍ରା ଯୋଗ ରହିଛି।
ବିଛା: ଗୁୂରୁଜନଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ ପ୍ରତିରୋଧ ଦେଖାଦେବ। କଥାବାର୍ତ୍ତା କରିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ଜୀବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ବଢ଼ିବ।
ଧନୁ: ନକାରାତ୍ମକ ଚିନ୍ତାଧାରାରୁ ଦୂରଇ ରହୁନ୍ତୁ। ଅସହାୟ ବ୍ୟକ୍ତିଙ୍କୁ କିଛି ଦାନକରି ମାନସିକ ଶାନ୍ତି ପାଇବେ। ନିଜ ସୃଜନଶୀଳ ପ୍ରତିଭାକୁ ସଠିକ୍ ଉପାୟରେ ବ୍ୟବହାର କରିବେ। କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ରହିବ।
ମକର: ଦୀର୍ଘଦିନ ଧରି ଚାଲିଥିବା ସମସ୍ୟା ସମାଧାନର ବାଟ ପାଇବେ। କୌଣସି କାର୍ଯ୍ୟରେ ବ୍ୟସ୍ତ ରହି ପରିବାର ପ୍ରତି ହେଳା କରିପାରନ୍ତି। ପୂର୍ବ ନିବେଶରୁ ସନ୍ତୋଷଜନକ ଲାଭ ପାଇବେ। ପୈତୃକସଂପତ୍ତି ଲାଭ କରିପାରନ୍ତି।
କୁମ୍ଭ: ମହିଳାମାନେ ଭାବପ୍ରବଣ ହେବେ। ଆର୍ଥିକ ସମସ୍ୟା ହେତୁ, ସମାଲୋଚନାର ଶିକାର ହୋଇପାରନ୍ତି। କାର୍ଯ୍ୟରେ ଅନେକ ଅସୁବିଧା ଥିଲେ ମଧ୍ୟ, ଧୈର୍ଯ୍ୟର ସହ ସଠିକ୍ ସମୟକୁ ଅପେକ୍ଷା କରନ୍ତୁ।
ମୀନ: ସକାରାତ୍ମକ ଭାବନା ରଖି କାର୍ଯ୍ୟ କରନ୍ତୁ। ଅନ୍ୟ କଥାରେ ପଡ଼ି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ନୂତନ ନିଯୁକ୍ତିର ସୁଯୋଗ ମିଳିବ। ମହିଳାମାନେ ସ୍ବାଭିମାନୀ ହେବେ। ଧର୍ମକାର୍ଯ୍ୟରେ ଅଧିକ ସମୟ କଟିବ।