ଗୁରୁବାର ରାଶିଫଳ (୦୩-୧୧-୨୦୨୨)

ମେଷ: ଦିନଟି ହତାଶାମୟ ରହିପାରେ। ନକାରାତ୍ମକ ଭାବନାରୁ ଦୂରେଇ ରହନ୍ତୁ। ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ। କର୍ମକ୍ଷେତ୍ରରେ ଦାୟିତ୍ବବୋଧ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ବୃଷ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେବେ। ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। ମହିଳାମାନେ କର୍ମତତ୍ପର ରହିବେ। ପାରିବାରିକ ସମସ୍ୟାର ସମାଧାନ ଘଟିବ। ମିଥୁନ: ଦିନଟି ହର୍ଷୋଲ୍ଲାସରେ କଟିବ। ଧନସମ୍ମାନ ପ୍ରାପ୍ତି ହୋଇପାରେ। ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ପାଇବେ। ଦରକାରୀ କାଗଜପତ୍ରକୁ ଧ୍ୟାନର ସହ ରଖନ୍ତୁ। ପ୍ରେମ […]

ମେଷ: ଦିନଟି ହତାଶାମୟ ରହିପାରେ। ନକାରାତ୍ମକ ଭାବନାରୁ ଦୂରେଇ ରହନ୍ତୁ। ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ। କର୍ମକ୍ଷେତ୍ରରେ ଦାୟିତ୍ବବୋଧ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ।

ବୃଷ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେବେ। ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। ମହିଳାମାନେ କର୍ମତତ୍ପର ରହିବେ। ପାରିବାରିକ ସମସ୍ୟାର ସମାଧାନ ଘଟିବ।

ମିଥୁନ: ଦିନଟି ହର୍ଷୋଲ୍ଲାସରେ କଟିବ। ଧନସମ୍ମାନ ପ୍ରାପ୍ତି ହୋଇପାରେ। ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ପାଇବେ। ଦରକାରୀ କାଗଜପତ୍ରକୁ ଧ୍ୟାନର ସହ ରଖନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

କର୍କଟ:ବୁଦ୍ଧି ବିବେକ ଅନୁଯାୟୀ ସମସ୍ୟାର ସମାଧାନ କରିବେ। ଶୁଭେଚ୍ଛୁମାନଙ୍କ ସାହାଯ୍ୟ ପାଇପାନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ୍‌ ହୋଇପଡ଼ିବେ। ଦାମ୍ପତ୍ୟ ଜୀବନରେ କଳହ ଉପୁଜିପାରେ ।

ସିଂହ:ଦିନିଟି ଆନନ୍ଦରେ କଟିବ। ବନ୍ଧୁବାନ୍ଧବଙ୍କଠାରୁ ଖୁସିଖବର ପାଇପାରନ୍ତି। ଜୀବନସାଥୀଙ୍କଠାରୁ ସଠିକ୍‌ ପରାମର୍ଶ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମହିଳାମାନେ ସ୍ବାଧୀନମନା ହେବେ।

କନ୍ୟା: ଅକସ୍ମାତ୍‌ କୌଣସି ଖବର ପାଇଁ ଉତ୍ସାହିତ ରହିବେ। ନୂତନ ନିବେଶ ଲାଭଦାୟକ ପ୍ରମାଣିତ ହେବ । ସନ୍ତାନସନ୍ତତି କିମ୍ବା ପ୍ରିୟଜନଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି।

ତୁଳା: ପରିବାର ଠାରୁ ସହଯୋଗ ପାଇବେ। ବାଧାବିଘ୍ନକୁ କାଟି ଆଗକୁ ବଢ଼ିବେ। ସନ୍ତାନସନ୍ତତିଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପରିବାରବର୍ଗଙ୍କ ସହ ଭ୍ରମଣଯୋଗ ରହିଛି।

ବିଛା: ଦେହ ଓ ମନ ଭଲ ରହିବ। ପରିବାରରେ ବିବାଦୀୟ ସ୍ଥିତି ଉପୁଜିପାରେ। ଆୟ ଓ ବ୍ୟୟ ସମାନ ରହିବ। ବନ୍ଧୁବାନ୍ଧବଙ୍କଠାରୁ ଆର୍ଥିକ ସହାୟତା ପାଇବେ। ଜୀବନସାଥୀଙ୍କ ସାହାଯ୍ୟ ଲୋଡ଼ିବେ।

ଧନୁ: ଗୃହ ପାଇଁ ନୂତନ ବସ୍ତୁ କ୍ରୟ କରିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କ ଦୃଢ଼ ହେବ। କଠିନ ପରିଶ୍ରମ କରି ସଫଳତା ହାସଲ କରିବେ। ବ୍ୟବସାୟରେ କ୍ଷତି ସହିପାରନ୍ତି । ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।

ମକର:କୌଣସି ସମସ୍ୟାରେ ପଡ଼ିଯାଇପାରନ୍ତି। ଧାର ମାଗୁଥିବା ବ୍ୟକ୍ତିଙ୍କୁ ଅଣଦେଖା କରିବା ଉଚିତ ହେବ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ନୂତନ ରାସ୍ତା ଉନ୍ମୋଚନ ହେବ।

କୁମ୍ଭ: ଦିନଟି ମଧ୍ୟମ ଧରଣର ରହିବ। ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। କାହାର ଭାବନାକୁ କ୍ଷତି ପହଞ୍ଚାନ୍ତୁ ନାହିଁ। ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇପାରେ।

ମୀନ: ଅତୀତ ନିଷ୍ପତ୍ତି ପାଇଁ ମାନସିକ ଅଶାନ୍ତିରେ ପଡ଼ିବେ। ମହିଳାମାନେ ବ୍ୟସ୍ତ ରହିବେ। ଭ୍ରମଣଯୋଗ ରହିଛି। ଘରୋଇ ସମସ୍ୟା ଦେଖାଦେଇପାରେ। ଛାତ୍ରଛାତ୍ରୀ ପ୍ରିତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

About The Author: The Sakala