ମେଷ: ଅଧିକ ମାନସିକ ଚାପରେ ରହିପାରନ୍ତି। ସାବଧାନତାର ସହ କାର୍ଯ୍ୟ କରନ୍ତୁ। ମହିଳାମାନେ ପରିବାର ପାଇଁ ଚିନ୍ତିତ ରହିବେ। ଜୀବନସାଥୀଙ୍କ ସହିତ ଭଲ ମୁହୂର୍ତ୍ତ ବିତାଇବାର ସୁଯୋଗ ପାଇବେ ।
ବୃଷ: ଦିନଟି ହର୍ଷୋଲ୍ଲାସରେ କଟିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ। ସକାରାତ୍ମକ ଚିନ୍ତା ରଖି ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବେ। କୌଣସି ଦିଗପ୍ରତି ଅଧିକ ସମ୍ବେଦନଶୀଳ ହୋଇପାରନ୍ତି।
ମିଥୁନ: ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ। ଅତ୍ୟଧିକ ଖର୍ଚ୍ଚ କରି ଚିନ୍ତିତ ରହିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ନୂତନ ଆୟ ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା କରିବେ।
କର୍କଟ: ଦୀର୍ଘ ଦିନର ସମସ୍ୟା ଭିନ୍ନ ମୋଡ଼ ନେବ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେଇପାରେ। କର୍ମସ୍ଥଳୀରେ ସହକର୍ମୀଙ୍କଠାରୁ ଉଚିତ ପରାମର୍ଶ ପାଇପାରନ୍ତି।
ସିଂହ: ପୂର୍ବରୁ କରିଥିବା ପରିଶ୍ରମରୁ ସୁଫଳ ପାଇବେ। ଯାତାୟାତ ସମୟରେ ସାବଧାନ ରହିବା ଆବଶ୍ୟକ। ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
କନ୍ୟା: ନୂତନ କାର୍ଯ୍ୟ କରିବାକୁ ପ୍ରେରିତ ହୋଇପାରନ୍ତି। ବ୍ୟବସାୟରେ ଅବନତି ଦେଖାଦେଇପାରେ। ଅନ୍ୟ କଥାରେ ହସ୍ତକ୍ଷେପ ନ କରି ନିଜ କାର୍ଯ୍ୟରେ ଧ୍ୟାନ ଦେବେ।
ତୁଳା: ପରିବାର ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ ,ଏଥିପାଇଁ ବ୍ୟସ୍ତ ବିବ୍ରତ ଅନୁଭବ କରିପାରନ୍ତି। ଦୂରଯାତ୍ରା କରିବାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଉନ୍ନତି ପାଇଁ ନୂତନ ଦିଗନ୍ତ ଚୟନ କରିବେ।
ବିଛା: ଚିନ୍ତା କରିଥିବା ସମସ୍ତ କାର୍ଯ୍ୟ ପୂରଣ ହେବ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପ୍ରାପ୍ତି ହେବ। ପଦୋନ୍ନତିର ସମ୍ଭାବନା ରହିଛି। ନୂତନ ଯାନବାହନ କ୍ରୟ କରିପାରନ୍ତି।
ଧନୁ: ଦିନଟିରେ ସର୍ତକ ରହିବା ଆବଶ୍ୟକ। ଘରୋଇ ସମସ୍ୟାକୁ ସମାଧାନ କରିବେ। ପରିବାର ତଥା ସାଙ୍ଗସାଥୀଙ୍କ ସମର୍ଥନ ପାଇବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ମକର: ସାମାଜିକ କାର୍ଯ୍ୟ କରି ଅନ୍ୟମାନଙ୍କ ପାଖରେ ଆଦରଣୀୟ ହେବେ। କୌଣସି କଥାକୁ ନେଇ ବ୍ୟଥିତ ହୋଇପାରନ୍ତି। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
କୁମ୍ଭ: ସମସ୍ତ ସମସ୍ୟା ସହଜରେ ସମାଧାନ ହୋଇଯିବ। କର୍ମସ୍ଥଳୀରେ ପଦୋନ୍ନତିର ଯୋଗ ରହିଛି। ହରାଇଥିବା ସୁଯୋଗ ପୁଣିଥରେ ଆସିପାରେ । ଅକସ୍ମାତ୍ କୌଣସି ଶୁଭ ଖବର ପାଇବେ।
ମୀନ: ଦିନଟି ସ୍ମରଣୀୟ ହୋଇପାରେ। ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବା ସହ ପ୍ରତିଷ୍ଠିତ ହେବେ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ।