ହୃଦ୍‌ଘାତ ଭୟ ଥିଲେ…

ଆଜିକାଲିର ଜୀବନଶୈଳୀ, ଅନିୟନ୍ତ୍ରିତ ଉଚ୍ଚରକ୍ତଚାପ, ଓଜନ ବୃଦ୍ଧି, ମଧୁମେହ, ମାନସିକ ଚାପ ଓ ନିଦ୍ରାହୀନତା ଆଦି କାରଣରୁ ହୃତ୍‌ପିଣ୍ଡରେ ରକ୍ତସଞ୍ଚାଳନରେ ଅନିୟମିତତା ହୋଇଥାଏ। ଏହା ଉପରେ ରକ୍ତ ଜମାଟ ବାନ୍ଧିଗଲେ, ରକ୍ତନଳୀ ସମ୍ପୂର୍ଣ୍ଣ ଅବରୁଦ୍ଧ ହୋଇଯାଏ। ହୃତ୍‌ପିଣ୍ଡର ନିର୍ଦ୍ଦିଷ୍ଟ ଅଂଶକୁ ରକ୍ତ ଓ ଅମ୍ଳଜାନ ପହଞ୍ଚିବାରେ ବ୍ୟାଘାତ ସୃଷ୍ଟିହୁଏ। ଏହାଫଳରେ ହୃଦ୍‌ଘାତ ସୃଷ୍ଟି ହୋଇଥାଏ। ଅଧିକାଂଶ ଏହି ରୋଗ ବିଷୟରେ ସଚେତନ ନ ଥାନ୍ତି, ତେଣୁ ଝାଳ ବୋହିଯିବା କିମ୍ବା ଛାତି ଯନ୍ତ୍ରଣା ହେବା ମାତ୍ରେ କିଛିଜଣ […]

ଆଜିକାଲିର ଜୀବନଶୈଳୀ, ଅନିୟନ୍ତ୍ରିତ ଉଚ୍ଚରକ୍ତଚାପ, ଓଜନ ବୃଦ୍ଧି, ମଧୁମେହ, ମାନସିକ ଚାପ ଓ ନିଦ୍ରାହୀନତା ଆଦି କାରଣରୁ ହୃତ୍‌ପିଣ୍ଡରେ ରକ୍ତସଞ୍ଚାଳନରେ ଅନିୟମିତତା ହୋଇଥାଏ। ଏହା ଉପରେ ରକ୍ତ ଜମାଟ ବାନ୍ଧିଗଲେ, ରକ୍ତନଳୀ ସମ୍ପୂର୍ଣ୍ଣ ଅବରୁଦ୍ଧ ହୋଇଯାଏ। ହୃତ୍‌ପିଣ୍ଡର ନିର୍ଦ୍ଦିଷ୍ଟ ଅଂଶକୁ ରକ୍ତ ଓ ଅମ୍ଳଜାନ ପହଞ୍ଚିବାରେ ବ୍ୟାଘାତ ସୃଷ୍ଟିହୁଏ। ଏହାଫଳରେ ହୃଦ୍‌ଘାତ ସୃଷ୍ଟି ହୋଇଥାଏ। ଅଧିକାଂଶ ଏହି ରୋଗ ବିଷୟରେ ସଚେତନ ନ ଥାନ୍ତି, ତେଣୁ ଝାଳ ବୋହିଯିବା କିମ୍ବା ଛାତି ଯନ୍ତ୍ରଣା ହେବା ମାତ୍ରେ କିଛିଜଣ ମନଇଚ୍ଛା ଚିକିତ୍ସା ଆରମ୍ଭ କରିଦିଅନ୍ତି। କିନ୍ତୁ ଜଣଙ୍କର ହୃଦ୍‌ଘାତ ହେବାର ଆଶଙ୍କା ଥିଲେ, ଛାତିଯନ୍ତ୍ରଣା ହେଉଥିଲେ, ଡାକ୍ତରଙ୍କ ପରାମର୍ଶ କ୍ରମେ ଇସିଜି ପରୀକ୍ଷା ଜରୁରି। ଏଥିରୁ ହୃଦ୍‌ଘାତ ହୋଇଛି କି ନାହିଁ ଜଣାପଡ଼େ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଯାଏ।

ଇସିଜି ପରୀକ୍ଷା ପରେ ଛାତିଯନ୍ତ୍ରଣା ଆରମ୍ଭ ହେବାର ୧୨ ଘଣ୍ଟା ଭିତରେ ଡାକ୍ତରଙ୍କ ପରାମର୍ଶକ୍ରମେ ଥମ୍ବୋଲାଇସିସ୍‌ ଇଞ୍ଜେକସନ୍‌ ନେବା ଜରୁରି। ଏହା ଏମିତି ଏକ ଇଞ୍ଜେକସନ୍‌ ଯାହା ରକ୍ତଧମନୀରେ ରକ୍ତଜମାଟକୁ ପ୍ରବାହିତ କରି ରୋଗୀର ଜୀବନକୁ ସ୍ବାଭାବିକ କରିଥାଏ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସିଟିସ୍କାନ, କ୍ୟାଲ୍‌ସିୟମ୍ ସ୍କୋର (ସିଏସି), ସିଟି ଅଞ୍ଜିଓଗ୍ରାମ୍ କିମ୍ବା କରୋନାରୀ ଅଞ୍ଜିଓଗ୍ରାମ ଦ୍ବାରା ହୃତ୍‌ପିଣ୍ଡର ରକ୍ତ ସଂଚାଳନର ଅବସ୍ଥା ଜାଣିହେବ। ଏହାଦ୍ବାରା ଉପଯୁକ୍ତ ଚିକିତ୍ସା ଦ୍ବାରା ହୃଦ୍‌ଘାତରୁ ରକ୍ଷା ପାଇହେବ। ରୋଗୀର ପୂର୍ବବତ୍‌ ସ୍ଥିତିକୁ ଦେଖି ଡାକ୍ତର ସଠିକ୍‌ ସମୟରେ ଚିକିତ୍ସା କରିବା ଦ୍ବାରା ହୃଦ୍‌ଘାତ ଜନିତ ମୃତ୍ୟୁ ଆଶଙ୍କା କମ୍‌ କରାଯାଇପାରିବ।

About The Author: The Sakala