ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କାଙ୍କଡ଼, ରହିଛି ଅନକ ପ୍ରକାର ଔଷଧୀୟ ଗୁଣ

ବର୍ଷାଋତୁରେ ମିଳୁଥିବା ଅନେକ ପ୍ରକାର ଫଳ ଓ ପନିପରିବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭପ୍ରଦ। ସେସବୁ ମଧ୍ୟରୁ କାଙ୍କଡ଼ରେ ଅନକ ପ୍ରକାର ଔଷଧୀୟ ଗୁଣ ରହିଛି, ଯାହାକି ବର୍ଷାଦିନିଆ ଥଣ୍ଡା, କାଶ ଓ ଆଲର୍ଜି ଦୂର କରିଥାଏ। ଏଥିରେ ପ୍ରୋଟିନ୍‌ର ପରିମାଣ ଅଧିକ ଥାଏ, ଯାହାକି ଶାରୀରିକ ଶକ୍ତି ବୃଦ୍ଧି କରେ। କାଙ୍କଡ଼ ଖାଇବା ଦ୍ବାରା ଆଉ କ’ଣସବୁ ସ୍ବାସ୍ଥ୍ୟ ଲାଭ ହୋଇଥାଏ, ଆସନ୍ତୁ ଜାଣିବା। ଓଜନ ହ୍ରାସରେ ସହାୟକ କାଙ୍କଡ଼ରେ ପ୍ରଚୁର ମାତ୍ରାରେ ଫିଟୋନ୍ୟୁଟ୍ରିଅନ୍ସ ମିଳିଥାଏ, […]

ବର୍ଷାଋତୁରେ ମିଳୁଥିବା ଅନେକ ପ୍ରକାର ଫଳ ଓ ପନିପରିବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭପ୍ରଦ। ସେସବୁ ମଧ୍ୟରୁ କାଙ୍କଡ଼ରେ ଅନକ ପ୍ରକାର ଔଷଧୀୟ ଗୁଣ ରହିଛି, ଯାହାକି ବର୍ଷାଦିନିଆ ଥଣ୍ଡା, କାଶ ଓ ଆଲର୍ଜି ଦୂର କରିଥାଏ। ଏଥିରେ ପ୍ରୋଟିନ୍‌ର ପରିମାଣ ଅଧିକ ଥାଏ, ଯାହାକି ଶାରୀରିକ ଶକ୍ତି ବୃଦ୍ଧି କରେ। କାଙ୍କଡ଼ ଖାଇବା ଦ୍ବାରା ଆଉ କ’ଣସବୁ ସ୍ବାସ୍ଥ୍ୟ ଲାଭ ହୋଇଥାଏ, ଆସନ୍ତୁ ଜାଣିବା।

ଓଜନ ହ୍ରାସରେ ସହାୟକ
କାଙ୍କଡ଼ରେ ପ୍ରଚୁର ମାତ୍ରାରେ ଫିଟୋନ୍ୟୁଟ୍ରିଅନ୍ସ ମିଳିଥାଏ, ଯାହାକି ଅନେକ ପ୍ରକାର ରୋଗ ଦୂର କରିଥାଏ। ଏଥିରେ କ୍ୟାଲୋରିର ମାତ୍ରା ଖୁବ୍ କମ୍‌ ଥାଏ ଏବଂ ପ୍ରଚୁର ଜଳୀୟ ଅଂଶ ରହିଥାଏ। ତେଣୁ ଏହି ଦୁଇଟିର ସମାହାର ଯୋଗୁଁ କାଙ୍କଡ଼ ଖାଇବା ଦ୍ବାରା ଶୀଘ୍ର ଶରୀରର ଓଜନ ହ୍ରାସ ହୋଇଥାଏ। ମେଦବହୁଳ ବ୍ୟକ୍ତିମାନେ କାଙ୍କଡ଼ ଖାଇବା ଉଚିତ।

ଋତୁଜନିତ ରୋଗ ଦୂର ହୁଏ
କାଙ୍କଡ଼ରେ ଆଣ୍ଟି ଆଲର୍ଜିକ୍‌ ଓ ଏନାଲଜିଷ୍ଟିକ୍‌ ତତ୍ତ୍ବ ରହିଛି। ଏହା ବର୍ଷାଦିନିଆ ଜ୍ବର, ଥଣ୍ଡା, କାଶ ଓ ଚର୍ମ ଆଲର୍ଜିରୁ ସୁରକ୍ଷା ପ୍ରଦାନ କରିଥାଏ।

ରକ୍ତଶର୍କରା ନିୟନ୍ତ୍ରଣ
ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କାଙ୍କଡ଼ ଖାଇବା ଦ୍ବାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। କାଙ୍କଡ଼ରେ ଫାଇବର୍‌ ଓ ଜଳୀୟ ଅଂଶ ଅଧିକ ରହିଛି। ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରିବ।

ଦୂର ହୁଏ ଚର୍ମ ସମସ୍ୟା
ବର୍ଷାଦିନରେ ଅନେକ ପ୍ରକାର ଚର୍ମରୋଗ ହୋଇଥାଏ। ଏହାଠାରୁ ଦୂରେଇ ରହିବା ପାଇଁ କାଙ୍କଡ଼ ଖାଇବା ଲାଭଦାୟକ ହେବ। କାରଣ କାଙ୍କଡ଼ରେ ଥିବା ବିଟା କେରୋଟିନ୍‌, ଲ୍ୟୁଟେନ୍‌ ଆଦି ତତ୍ତ୍ବ ସୁରକ୍ଷା ପ୍ରଦାନକାରୀ ଗୁଣ ଭାବେ ଚର୍ମ ସଂକ୍ରମଣ ଦୂର କରିଥାଏ। କାଙ୍କଡ଼ରେ ଥିବା ଆଣ୍ଟି ଏଜିଙ୍ଗ୍‌ ତତ୍ତ୍ବ ଚର୍ମର ଚମକ ମଧ୍ୟ ବଢ଼ାଇଥାଏ।

About The Author: The Sakala