ଚୁଇଂଗମ୍‌ ଖାଇବା ଦ୍ବାରା ସୃଷ୍ଟି ହୋଇଥାଏ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା

ଚୁଇଂଗମ୍‌ ଚୋବଇବା ଦ୍ବାରା ଚେହେରାରେ ଥିବା ଚର୍ବି ହ୍ରାସ ହୁଏ ଏବଂ ତ୍ବଚା ସୁନ୍ଦର ଦେଖାଯାଏ ବୋଲି ଅନେକଙ୍କର ଭ୍ରାନ୍ତ ଧାରଣା ରହିଛି। କିନ୍ତୁ ଏହାର କୌଣସି ସ୍ବାସ୍ଥ୍ୟଭିତ୍ତିକ ପ୍ରମାଣ ନାହିଁ। କିନ୍ତୁ ଅତ୍ୟଧିକ ଚୁଇଂଗମ୍‌ ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଚୁଇଂଗମ୍‌ ଚୋବାଇବା ଦ୍ବାରା ଗମ୍ଭୀର ମୁଣ୍ଡବିନ୍ଧା ସମସ୍ୟା ସହିତ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦିଏ। -ଚୁଇଂଗମ୍‌ ଚୋବାଇବା ଦ୍ବାରା ମାଢ଼ି, ଦାନ୍ତ ଓ […]

ଚୁଇଂଗମ୍‌ ଚୋବଇବା ଦ୍ବାରା ଚେହେରାରେ ଥିବା ଚର୍ବି ହ୍ରାସ ହୁଏ ଏବଂ ତ୍ବଚା ସୁନ୍ଦର ଦେଖାଯାଏ ବୋଲି ଅନେକଙ୍କର ଭ୍ରାନ୍ତ ଧାରଣା ରହିଛି। କିନ୍ତୁ ଏହାର କୌଣସି ସ୍ବାସ୍ଥ୍ୟଭିତ୍ତିକ ପ୍ରମାଣ ନାହିଁ। କିନ୍ତୁ ଅତ୍ୟଧିକ ଚୁଇଂଗମ୍‌ ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଚୁଇଂଗମ୍‌ ଚୋବାଇବା ଦ୍ବାରା ଗମ୍ଭୀର ମୁଣ୍ଡବିନ୍ଧା ସମସ୍ୟା ସହିତ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦିଏ।

-ଚୁଇଂଗମ୍‌ ଚୋବାଇବା ଦ୍ବାରା ମାଢ଼ି, ଦାନ୍ତ ଓ ପାଟି ଭିତରର ମାଂସପେଶୀରେ ଦରଜ ସୃଷ୍ଟି ହୋଇଥାଏ। ଚୋବାଇବା ଦ୍ବାରା ପାଟି ଅଂଶର ହାଡ଼ ବାରମ୍ବାର ଘର୍ଷଣ ହୋଇଥାଏ, ଯାହାକି ଅନେକ ପ୍ରକାର ସମସ୍ୟା ସୃଷ୍ଟି କରେ।

-ଦାନ୍ତର ଏନାମେଲ୍‌ ନଷ୍ଟ ହୋଇ ଦନ୍ତକ୍ଷୟର ଲକ୍ଷଣ ଦେଖାଯାଏ।

-ଆସ୍ଥମା ରୋଗୀ, ଅବସାଦ ବା ମାଇଗ୍ରେନ୍‌ ରୋଗୀ ସମ୍ପୂର୍ଣ୍ଣ ଭାବେ ଚୁଇଂଗମ୍‌ ଖାଇବାରୁ ଦୂରେଇ ରହିବା ଉଚିତ। କାରଣ ଏହା ମାଇଗ୍ରେନ୍‌ ସମସ୍ୟାକୁ ଦ୍ବିଗୁଣିତ କରିଥାଏ।

-ସବୁବେଳେ ଚୁଇଂଗମ୍‌ ଚୋବାଇବା ଦ୍ବାରା ପେଟରେ ଗ୍ୟାସ୍‌ ହୋଇଥାଏ।

-ଅଧିକ ଚୁଇଂଗମ୍‌ ଖାଇବା ଦ୍ବାରା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡ଼େ। ଅନ୍ତରେ ଥିବା ହଜମ ଅମ୍ଳ ହ୍ରାସ ହୋଇଯାଏ, ଯାହା ଫଳରେ ଖାଦ୍ୟ ହଜମ ହୋଇପାରେ ନାହିଁ।

-ଗର୍ଭଧାରଣ ସମୟରେ ଅତ୍ୟଧିକ ଚୁଇଂଗମ୍‌ର ସେବନ, ଗର୍ଭପାତ ଭଳି ସମସ୍ୟା ସୃଷ୍ଟି କରେ।

-ଯକୃତ ରୋଗୀ ମଧ୍ୟ ଚୁଇଂଗମ୍‌ ଖାଇବା ଉଚିତ ନୁହେଁ।

About The Author: The Sakala