ଟନ୍ସିଲ୍ ସମସ୍ୟାକୁ ଅଣଦେଖା କରିବା ଦ୍ବାରା ଗଳାକଷ୍ଟ ଅଧିକ ହୋଇଥାଏ ଏବଂ ସାମାନ୍ୟ ପାଣି ମଧ୍ୟ ପିଇବାରେ ଗଳା ଦରଜ ଲାଗେ ଏବଂ ନିଃଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ। କାନମୂଳ ମଧ୍ୟ ଦରଜ ହୋଇ କାନଟାଣି ହେବା ଭଳି ଲାଗେ। ତେବେ ଏହାର କ’ଣ ଘରୋଇ ଉପଚାର ରହିଛି, ଆସନ୍ତୁ ଜାଣିବା –
-ଦିନକୁ ୨ରୁ ୩ଥର ୧ଗ୍ଲାସ୍ ଉଷୁମ ପାଣି ସହିତ ଏକ ଚୁଟ୍କି ଲୁଣ ପକାଇ ଗର୍ଗଲ୍ କରନ୍ତୁ।
-ଟନ୍ସିଲ୍ ସମସ୍ୟା ଦୂର କରିବା ପାଇଁ ଗାଜର ରସ ସେବନ କରନ୍ତୁ। ଗାଜରରେ ଥିବା ଆଣ୍ଟି ଟକ୍ସିନ୍ ଟନ୍ସିଲ୍ ସମସ୍ୟା ଦୂର କରେ।
-ଗୋଟିଏ କପ୍ ଗରମ କ୍ଷୀର ସହିତ ମହୁ ମିଶାଇ ପିଇବା ଦ୍ବାରା ଟନ୍ସିଲ୍ ସମସ୍ୟାରୁ ମୁକ୍ତି ମିଳେ। ଏହା ବ୍ୟତୀତ ଉଷୁମ ପାଣିରେ ମହୁ ଓ ହଳଦୀ ପକାଇ ପିଇବା ଦ୍ବାରା ଟନ୍ସିଲ୍ ଜନିତ ଗଳା ଦରଜ ଦୂର ହୋଇଥାଏ।
-ଥଣ୍ଡାରୁ ରକ୍ଷା ପାଇବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା କ୍ଷେତ୍ରରେ କ୍ଷୀରରେ ହଳଦୀ ପକାଇ ପିଇବା ଉଚିତ। ଏହି ହଳଦୀଯୁକ୍ତ କ୍ଷୀରରେ ଏକ ଚୁଟ୍କି ଗୋଲମରିଚ ପାଉଡର୍ ପକାଇ ରାତିରେ ଶୋଇବା ପୂର୍ବରୁ ପିଇବା ଦ୍ବାରା ଆରାମ ମିଳିଥାଏ।
-ବେକ ଓ କାନକୁ ଘୋଡ଼ାଇବା ଭଳି ସ୍କାର୍ଫ ବ୍ୟବହାର କରନ୍ତୁ।
-ଏସବୁ ବ୍ୟତୀତ ବର୍ଷାଦିନରେ ଜଙ୍କ୍ଫୁଡ୍ ଓ ଥଣ୍ଡାପାନୀୟରୁ ଯଥାସମ୍ଭବ ଦୂରେଇ ରହନ୍ତୁ।