ରଣବୀରଙ୍କୁ ନକଲ କଲେ ନକୁଲ୍‌, ନ୍ୟୁଡ୍ ଫଟୋ ପାଇଁ ହେଲେ ଟ୍ରୋଲ୍‌

ଅଜବଗଜବ ଫେସନ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ। ଇତିମଧ୍ୟରେ ରଣବୀର ତାଙ୍କ ନ୍ୟୁଡ୍‌ ଫଟୋ ସୁଟ୍‌ ପାଇଁ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ଏଥିପାଇଁ ରଣବୀର ସୋସିଆଲ ମିଡିଆରେ ମଧ୍ୟ ଜବରଦସ୍ତ ଟ୍ରୋଲ୍‌ ହେଉଛନ୍ତି। ତେବେ ରଣବୀରଙ୍କୁ ଦେଖି କିଛି ସେଲିବ୍ରିଟି ମଧ୍ୟ ଏଭଳି ଫଟୋ ସୁଟ୍ ପାଇଁ ମନ ବଳାଇଳେଣି। ଟେଲିଭିଜନ୍‌ ଦୁନିଆର ଲୋକପ୍ରିୟ ଅଭିନେତା ନକୁଲ୍‌ ମେହେତା ସୋସିଆଲ ମିଡିଆରେ ତାଙ୍କର ଏକ ନ୍ୟୁଡ୍‌ ଫଟୋ ସେୟାର କରିବା […]

ଅଜବଗଜବ ଫେସନ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ। ଇତିମଧ୍ୟରେ ରଣବୀର ତାଙ୍କ ନ୍ୟୁଡ୍‌ ଫଟୋ ସୁଟ୍‌ ପାଇଁ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ଏଥିପାଇଁ ରଣବୀର ସୋସିଆଲ ମିଡିଆରେ ମଧ୍ୟ ଜବରଦସ୍ତ ଟ୍ରୋଲ୍‌ ହେଉଛନ୍ତି। ତେବେ ରଣବୀରଙ୍କୁ ଦେଖି କିଛି ସେଲିବ୍ରିଟି ମଧ୍ୟ ଏଭଳି ଫଟୋ ସୁଟ୍ ପାଇଁ ମନ ବଳାଇଳେଣି। ଟେଲିଭିଜନ୍‌ ଦୁନିଆର ଲୋକପ୍ରିୟ ଅଭିନେତା ନକୁଲ୍‌ ମେହେତା ସୋସିଆଲ ମିଡିଆରେ ତାଙ୍କର ଏକ ନ୍ୟୁଡ୍‌ ଫଟୋ ସେୟାର କରିବା ପରେ ଏଥିପାଇଁ ଜବରଦସ୍ତ ଟ୍ରୋଲ୍‌ ହୋଇଛନ୍ତି।

ଅବଶ୍ୟ ତାଙ୍କର ଏହି ଫଟୋରେ ଏକ ଟ୍ବିଷ୍ଟ୍‌ ଅଛି। ନକୁଲ ରଣବୀରଙ୍କ ନ୍ୟୁଡ୍‌ ଫଟୋ ଉପରେ ତାଙ୍କର ଚେହେରା ଚିପ୍‌କାଇଛନ୍ତି। ନକୁଲ ‘ଷ୍ଟୋନ୍’ ନାମକ ପତ୍ରିକା ପାଇଁ ଏହି ଫଟୋସୁଟ୍‌ କରିଥିବା କଥା କହିଛନ୍ତି। ମଜାମସ୍ତି ପାଇଁ ନକୁଲ୍‌ ଏହି ଫଟୋଟିକୁ ସେୟାର୍‌ କରିଥିଲେ ସୁଦ୍ଧା ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ୍ ହେବାକୁ ପଡିଛି। କେବଳ ସେତିକି ନୁହେଁ, ଏହି ଫଟୋ ପାଇଁ ନକୁଲ୍‌ଙ୍କ ପତ୍ନୀ ଜାନକୀ ପାରେଖ ମଧ୍ୟ ତାଙ୍କ ଉପରେ ଖପ୍ପା ଅଛନ୍ତି। ସେ ତାଙ୍କ ଫଟୋ ଉପରେ କମେଣ୍ଟ ଦେଇ ତୁରନ୍ତ ପୋଷାକ ପିନ୍ଧିବା ପାଇଁ କହିଛନ୍ତି।

About The Author: The Sakala