୨୦୨୬ ଇଦ୍‌ରେ ବଡ଼ ଟକ୍କର: ମୁହାଁମୁହିଁ ହେବେ ୟଶ ଓ ରଣବୀର ସିଂ, ସଞ୍ଜୟ ଗୁପ୍ତା ଦେଲେ ଏହି ଚେତାବନୀ

Suryakanta Picture
Published On

ବଲିଉଡ୍ ବକ୍ସ ଅଫିସ୍‌ରେ ୨୦୨୬ ମସିହାର ସବୁଠାରୁ ବଡ଼ ଲଢ଼େଇ ଦେଖିବାକୁ ମିଳିବ। ଇଦ୍ ଅବସରରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶଙ୍କ ଅଭିନୀତ ଫିଲ୍ମ ‘ଟକ୍ସିକ୍’ ଏବଂ ବଲିଉଡ୍ ତାରକା ରଣବୀର ସିଂଙ୍କ ‘ଧୁରନ୍ଧର-୨’ ଏକାସାଙ୍ଗରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବହୁପ୍ରତୀକ୍ଷିତ ମୁକାବିଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ନିଜର ପ୍ରତିକ୍ରିୟା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର: ଗୋଟିଏ ବର୍ଷ ପାଇଁ ସ୍ଥଗିତ ହେଲା 'ହେରା ଫେରି ୩'

ଉଭୟ ଫିଲ୍ମ ପାଇଁ କ୍ଷତିକାରକ

ସଞ୍ଜୟ ଗୁପ୍ତା ଏହି ମୁହାଁମୁହିଁ ପରିସ୍ଥିତିକୁ ‘ଦୁର୍ଭାଗ୍ୟଜନକ’ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଦୁଇଟି ବଡ଼ ବଜେଟ୍ ଏବଂ ଲୋକପ୍ରିୟ ଚଳଚ୍ଚିତ୍ର ଗୋଟିଏ ଦିନରେ ମୁକ୍ତିଲାଭ କରେ, ସେତେବେଳେ ଉଭୟଙ୍କ ବ୍ୟବସାୟ ପ୍ରଭାବିତ ହୁଏ। ଦର୍ଶକ ବାଣ୍ଟି ହୋଇଯାନ୍ତି ଏବଂ କୌଣସି ଫିଲ୍ମ ନିଜର ପୂର୍ଣ୍ଣ କ୍ଷମତା ଅନୁଯାୟୀ ରୋଜଗାର କରିପାରେ ନାହିଁ। ସେ ନିଜର ‘କାବିଲ୍’ ଏବଂ ଶାହାରୁଖ ଖାନଙ୍କ ‘ରଇସ୍’ ମଧ୍ୟରେ ହୋଇଥିବା କ୍ଲାସ୍‌ର ଉଦାହରଣ ଦେଇ ଏହି କଥା ବୁଝାଇଛନ୍ତି।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଦର୍ଶକଙ୍କ ପକେଟ୍ ଉପରେ ଚାପ

ସଞ୍ଜୟ ଗୁପ୍ତା ଯୁକ୍ତି ବାଢିଛନ୍ତି ଯେ ଭାରତ ଏକ ଅତ୍ୟନ୍ତ ଧନୀ ଦେଶ ନୁହେଁ। ସାଧାରଣ ଦର୍ଶକଙ୍କ ପାଖରେ ଏତେ ଟଙ୍କା ନଥାଏ ଯେ ସେମାନେ ଗୋଟିଏ ମାସରେ କିମ୍ବା ଗୋଟିଏ ସପ୍ତାହରେ ଦୁଇ-ଦୁଇଟି ବଡ଼ ସିନେମା ଦେଖିପାରିବେ। ତେଣୁ ଏହି କ୍ଲାସ୍ ଯୋଗୁଁ ଉଭୟ ଫିଲ୍ମର କଲେକ୍ସନ୍ କମିବାର ସମ୍ଭାବନା ରହିଛି। ଯଦି ଏହି ଦୁଇଟି ଚଳଚ୍ଚିତ୍ର ଅଲଗା ଅଲଗା ସମୟରେ ଆସିଥାନ୍ତେ, ତେବେ ଉଭୟ ବ୍ଲକବଷ୍ଟର ହୋଇପାରିଥାନ୍ତେ।

ଆହୁରି ପଢ଼ନ୍ତୁ: ହରିୟାଣୀ ଅଭିନେତ୍ରୀ ଦିବ୍ୟାଙ୍କା ସିରୋହୀଙ୍କ ୩୦ ବର୍ଷ ବୟସରେ ପରଲୋକ, ଭାଇରାଲ୍ ହେଉଛି 'ଶିବ ମୋତେ ସାଥୀରେ ନେଇଯାଅ' ପୋଷ୍ଟ

ମାର୍ଚ୍ଚ ୧୯ରେ ମହାମୁକାବିଲା

ସୂଚନାଯୋଗ୍ୟ ଯେ, ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଧୁରନ୍ଧର-୨’ ଏବଂ ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ‘ଟକ୍ସିକ୍’ ଆଗାମୀ ୧୯ ମାର୍ଚ୍ଚ ୨୦୨୬ରେ ପ୍ରେକ୍ଷାଳୟକୁ ଆସୁଛି। ‘କେଜିଏଫ୍’ ପରେ ୟଶଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ରଣବୀରଙ୍କ ସ୍ପାଏ-ଥ୍ରୀଲର ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି।

21 Feb 2026 By Suryakanta

୨୦୨୬ ଇଦ୍‌ରେ ବଡ଼ ଟକ୍କର: ମୁହାଁମୁହିଁ ହେବେ ୟଶ ଓ ରଣବୀର ସିଂ, ସଞ୍ଜୟ ଗୁପ୍ତା ଦେଲେ ଏହି ଚେତାବନୀ

ବଲିଉଡ୍ ବକ୍ସ ଅଫିସ୍‌ରେ ୨୦୨୬ ମସିହାର ସବୁଠାରୁ ବଡ଼ ଲଢ଼େଇ ଦେଖିବାକୁ ମିଳିବ। ଇଦ୍ ଅବସରରେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶଙ୍କ ଅଭିନୀତ ଫିଲ୍ମ ‘ଟକ୍ସିକ୍’ ଏବଂ ବଲିଉଡ୍ ତାରକା ରଣବୀର ସିଂଙ୍କ ‘ଧୁରନ୍ଧର-୨’ ଏକାସାଙ୍ଗରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବହୁପ୍ରତୀକ୍ଷିତ ମୁକାବିଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ନିଜର ପ୍ରତିକ୍ରିୟା ରଖିଛନ୍ତି।

ଉଭୟ ଫିଲ୍ମ ପାଇଁ କ୍ଷତିକାରକ

ସଞ୍ଜୟ ଗୁପ୍ତା ଏହି ମୁହାଁମୁହିଁ ପରିସ୍ଥିତିକୁ ‘ଦୁର୍ଭାଗ୍ୟଜନକ’ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଦୁଇଟି ବଡ଼ ବଜେଟ୍ ଏବଂ ଲୋକପ୍ରିୟ ଚଳଚ୍ଚିତ୍ର ଗୋଟିଏ ଦିନରେ ମୁକ୍ତିଲାଭ କରେ, ସେତେବେଳେ ଉଭୟଙ୍କ ବ୍ୟବସାୟ ପ୍ରଭାବିତ ହୁଏ। ଦର୍ଶକ ବାଣ୍ଟି ହୋଇଯାନ୍ତି ଏବଂ କୌଣସି ଫିଲ୍ମ ନିଜର ପୂର୍ଣ୍ଣ କ୍ଷମତା ଅନୁଯାୟୀ ରୋଜଗାର କରିପାରେ ନାହିଁ। ସେ ନିଜର ‘କାବିଲ୍’ ଏବଂ ଶାହାରୁଖ ଖାନଙ୍କ ‘ରଇସ୍’ ମଧ୍ୟରେ ହୋଇଥିବା କ୍ଲାସ୍‌ର ଉଦାହରଣ ଦେଇ ଏହି କଥା ବୁଝାଇଛନ୍ତି।

ଦର୍ଶକଙ୍କ ପକେଟ୍ ଉପରେ ଚାପ

ସଞ୍ଜୟ ଗୁପ୍ତା ଯୁକ୍ତି ବାଢିଛନ୍ତି ଯେ ଭାରତ ଏକ ଅତ୍ୟନ୍ତ ଧନୀ ଦେଶ ନୁହେଁ। ସାଧାରଣ ଦର୍ଶକଙ୍କ ପାଖରେ ଏତେ ଟଙ୍କା ନଥାଏ ଯେ ସେମାନେ ଗୋଟିଏ ମାସରେ କିମ୍ବା ଗୋଟିଏ ସପ୍ତାହରେ ଦୁଇ-ଦୁଇଟି ବଡ଼ ସିନେମା ଦେଖିପାରିବେ। ତେଣୁ ଏହି କ୍ଲାସ୍ ଯୋଗୁଁ ଉଭୟ ଫିଲ୍ମର କଲେକ୍ସନ୍ କମିବାର ସମ୍ଭାବନା ରହିଛି। ଯଦି ଏହି ଦୁଇଟି ଚଳଚ୍ଚିତ୍ର ଅଲଗା ଅଲଗା ସମୟରେ ଆସିଥାନ୍ତେ, ତେବେ ଉଭୟ ବ୍ଲକବଷ୍ଟର ହୋଇପାରିଥାନ୍ତେ।

ମାର୍ଚ୍ଚ ୧୯ରେ ମହାମୁକାବିଲା

ସୂଚନାଯୋଗ୍ୟ ଯେ, ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଧୁରନ୍ଧର-୨’ ଏବଂ ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶିତ ‘ଟକ୍ସିକ୍’ ଆଗାମୀ ୧୯ ମାର୍ଚ୍ଚ ୨୦୨୬ରେ ପ୍ରେକ୍ଷାଳୟକୁ ଆସୁଛି। ‘କେଜିଏଫ୍’ ପରେ ୟଶଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ରଣବୀରଙ୍କ ସ୍ପାଏ-ଥ୍ରୀଲର ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର