ଜନ୍‌ଙ୍କୁ ଟକ୍କର ଦେବେ ସଲମାନ୍‌

ବଲିଉଡ୍ ସୁପରଷ୍ଟାର୍ ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅନ୍ତିମ’କୁ ନେଇ ଏବେ ଚର୍ଚ୍ଚା। ଏଥିରେ ସଲମାନଙ୍କ ସହିତ ତାଙ୍କ ଭିଣୋଇ ଆୟୁଷ ଶର୍ମା ନଜର ଆସିବେ। ଇତିମଧ୍ୟରେ ସଲମାନ୍ ‘ଅନ୍ତିମ’ର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି। ନଭେମ୍ବର ୨୬ ତାରିଖରେ ଏହି ଫିଲ୍ମ ପରଦା ଉପରକୁ ଆସିବ। ଫିଲ୍ମର ସୁଟିଂ ସରିଯାଇଛି। ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନଭେମ୍ବର ୨୬ରେ ବଲିଉଡ୍ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଆକ୍ସନ ଡ୍ରାମା ଫିଲ୍ମ […]

ବଲିଉଡ୍ ସୁପରଷ୍ଟାର୍ ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅନ୍ତିମ’କୁ ନେଇ ଏବେ ଚର୍ଚ୍ଚା। ଏଥିରେ ସଲମାନଙ୍କ ସହିତ ତାଙ୍କ ଭିଣୋଇ ଆୟୁଷ ଶର୍ମା ନଜର ଆସିବେ। ଇତିମଧ୍ୟରେ ସଲମାନ୍ ‘ଅନ୍ତିମ’ର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି। ନଭେମ୍ବର ୨୬ ତାରିଖରେ ଏହି ଫିଲ୍ମ ପରଦା ଉପରକୁ ଆସିବ। ଫିଲ୍ମର ସୁଟିଂ ସରିଯାଇଛି। ପୋଷ୍ଟ ପ୍ରଡକ୍ସନ୍ କାମ ଚାଲିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନଭେମ୍ବର ୨୬ରେ ବଲିଉଡ୍ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ସତ୍ୟମେବ ଜୟତେ-୨’ ମଧ୍ୟ ରିଲିଜ୍ ହେବ । ଏଥିରୁ ସ୍ପଷ୍ଟ ହେଉଛି ନଭେମ୍ବର ୨୬ରେ ସଲମାନ୍ ଓ ଜନ୍‌ ପରସ୍ପରକୁ କଡ଼ା ଟକ୍କର ଦେବେ ।

ଏହି ସିରିଜ୍‌ର ପ୍ରଥମ ଫିଲ୍ମ ହିଟ୍ ସାବ୍ୟସ୍ତ ହୋଇଥିଲା। ତେଣୁ ଜନ୍‌ଙ୍କ ଏହି ଫିଲ୍ମକୁ ନେଇ ଲୋକଙ୍କ ଭିତରେ ବେଶ୍ କ୍ରେଜ ରହିଛି। ସଲମାନ୍ ନିଜେ ଫିଲ୍ମ ରିଲିଜ୍ କଥା ଏକ ପୋଷ୍ଟର ସାହାଯ୍ୟରେ ସୂଚନା ଦେଇଛନ୍ତି। ଫିଲ୍ମର ଏକ ମୋସନ ପୋଷ୍ଟରକୁ ସେୟାର କରି ସଲମାନ୍ ଜୀ ଗ୍ରୁପକୁ ଧନ୍ୟବାଦ ଜଣାଇଛନ୍ତି। ସେ ଏଥିରେ ଲେଖିଛନ୍ତି ‘ ଅନ୍ତିମ ନଭେମ୍ବର ୨୬ ତାରିଖରେ ରିଲିଜ ହେବ। ଜୀ ଓ ପୁନୀତ ଗୋଏଙ୍କା ସହିତ ମୋର ଭଲ ସମ୍ପର୍କ ରହିଛି । ଆମେ ଏକାଠି ‘ରେସ୍-୩’, ‘ରାଧେ’, ‘ଭାରତ’ରେ କାମ କରିଛୁ।” ‘ଅନ୍ତିମ’କୁ ଦର୍ଶକେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ତେବେ ଯାହାହେଉ ଅନ୍ତିମ’ ଓ ‘ସତ୍ୟମେବ ଜୟତେ-୨’ ମଧ୍ୟରେ କଡ଼ା ଟକ୍କର ହେବ ‘ଅନ୍ତିମ’ରେ ସଲମାନଙ୍କ ସହ ଆୟୁଷ ଶର୍ମା ଓ ଦକ୍ଷିଣ ଅଭିନେତ୍ରୀ ପ୍ରଜ୍ଞା ଜୈସୱାଲ୍ କାମ କରୁଛନ୍ତି। ଏଥିରେ ସଲମାନ୍ ଜଣେ ଶିଖ୍ ପୋଲିସ୍‌ ଭାବେ ଦେଖା ଯିବେ ।

About The Author: The Sakala