ରାଜଧାନୀରେ ଯୁବକଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟା ସମୟରେ କଳ୍ପନା ଛକ ନିକଟସ୍ଥ ଷ୍ଟେଟ ମିୟୁଜିୟମ ନିକଟରେ ଯୁବକ ଜଣଙ୍କୁ ଛୁରାମାଡ ହୋଇଛି। ଯୁବକଙ୍କ ପେଟରେ କେହି ଦୁବୃର୍ତ୍ତ ଛୁରାମାଡ କରିଛନ୍ତି। ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କଣ ପାଇଁ ଏବଂ କିଏ ଛୁରାମାଡ କରିଛନ୍ତି […]

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟା ସମୟରେ କଳ୍ପନା ଛକ ନିକଟସ୍ଥ ଷ୍ଟେଟ ମିୟୁଜିୟମ ନିକଟରେ ଯୁବକ ଜଣଙ୍କୁ ଛୁରାମାଡ ହୋଇଛି। ଯୁବକଙ୍କ ପେଟରେ କେହି ଦୁବୃର୍ତ୍ତ ଛୁରାମାଡ କରିଛନ୍ତି। ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କଣ ପାଇଁ ଏବଂ କିଏ ଛୁରାମାଡ କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

 

 

About The Author: The Sakala