ରାଜଧାନୀରେ ଚାଞ୍ଚଲ୍ୟ: ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଦିନ ଦ୍ୱିପ୍ରହରରେ ଲୁଟ କଲେ ଦୁର୍ବୃତ୍ତ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ଦିନ ଦ୍ୱିପ୍ରହରରେ ଲୁଟ। ଭୁବନେଶ୍ଵର ସ୍ଥିତ ସହିଦନଗର ଥାନା ଅନ୍ତର୍ଗତ ଜଗନ୍ନାଥ ନଗର ଲେନ୍-୪ରେ ୨ ଦୁର୍ବୃତ୍ତ ଘରେ ପଶି ମହିଳାଙ୍କ ମାରଣାସ୍ତ୍ରରେ ଆକ୍ରମଣ କରି ହାତଗୋଡ଼ ବାନ୍ଧି ଘରେ ଥିବା ସୁନାଗହଣା ଓ ମୋବାଇଲ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା […]

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ଦିନ ଦ୍ୱିପ୍ରହରରେ ଲୁଟ। ଭୁବନେଶ୍ଵର ସ୍ଥିତ ସହିଦନଗର ଥାନା ଅନ୍ତର୍ଗତ ଜଗନ୍ନାଥ ନଗର ଲେନ୍-୪ରେ ୨ ଦୁର୍ବୃତ୍ତ ଘରେ ପଶି ମହିଳାଙ୍କ ମାରଣାସ୍ତ୍ରରେ ଆକ୍ରମଣ କରି ହାତଗୋଡ଼ ବାନ୍ଧି ଘରେ ଥିବା ସୁନାଗହଣା ଓ ମୋବାଇଲ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

About The Author: The Sakala