ଖୋର୍ଦ୍ଧା: ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଆଦିବାସୀ ସାହିରେ ୨୦୨୦ ମସିହା ଜୁନ ୧୪ତାରିଖରେ ଘଟିଥିବା ଲାଲା ପ୍ରଧାନ ହତ୍ୟାକାଣ୍ଡ ଘଟଣାର ମୂଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦଧିମାଛଗାଡିଆ ଗ୍ରାମର ରାଜା ଓରଫ ବଳରାମ ଦଳେଇକୁ ପୁଲିସ ଗିରଫ କରିଛି। ରାଜା ଠାରୁ ପୁଲିସ ଏକ ବନ୍ଧୁକ ଏବଂ ୪ଟି ଅଫୁଟା ଗୁଳି ଜବତ କରିଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ପୂର୍ବରୁ ପୁଲିସ ତିନି ଅଭିଯୁକ୍ତକୁ ଗିରଫ କରିଥିବାବେଳେ ବର୍ତ୍ତମାନ ଗିରଫଙ୍କ ସଙ୍ଖ୍ୟା ୪ରେ ପହଞ୍ଚିଛି।
ସୂଚନା ଅନୁଯୟୀ, ଲାଲା ପ୍ରଧାନକୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଙ୍ଘବଦ୍ଧ ଭାବେ ଆକ୍ରମଣ କରିବା ସହିତ ଗୁଳିମାଡ କରି ଅଭିଯୁକ୍ତ ମାନେ ହତ୍ୟା କରିଥିଲେ। ଏହି ଘଟଣାରେ ମୃତ ଲାଲାଙ୍କ ପୁତୁରାର ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।ପୂର୍ବରୁ ତିନି ଅଭିଯୁକ୍ତକୁ ଗିରଫ ହୋଇ ଜେଲରେ ଥିବାବେଳେ ଗତକାଲି ଏକ ନିର୍ଭର ଯୋଗ୍ୟ ସୁତ୍ରର ଖବର ମୁତାବକ ଏସ୍ ଡିପିଓ ସୁଶୀଲ ମିଶ୍ରଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାର ପୁଲିସ ସୁତ୍ରରୁ ପ୍ରକାଶ।