ବାପା ଓ ପୁଅଙ୍କୁ ମାଡ଼ ଘଟଣା: ଆଜି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ

ଖୋର୍ଦ୍ଧା: ଏକ ସଂଗଠନର କିଛି ସଦସ୍ୟଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ବାପାପୁଅ ମାଗୁଣୀ ଓ ଆନନ୍ଦଙ୍କୁ ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା। ଏନେଇ ମାଗୁଣି ବେଗୁନିଆ ଥାନାରେ ୭ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୂର୍ବ ସତ୍ୟବାନ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ୬ଜଣଙ୍କ ନାମ ମାଗୁଣିଙ୍କୁ ଆକ୍ରମଣ ଘଟଣାରେ ଅନ୍ତର୍ଭୁକ୍ତ ଲାଗି ପୋଲିସ ଗତକାଲି କୋର୍ଟକୁ ଅନୁରୋଧ କରିଥିବା ଏସ୍ପି ରାଜକିଶୋର ଦୋରା ସୂଚନା ଦେଇଥିଲେ। ଏଥିସହିତ ସ୍ବପ୍ନେଶ୍ବର ନାୟକ, ବୈକୁଣ୍ଠ […]

ଖୋର୍ଦ୍ଧା: ଏକ ସଂଗଠନର କିଛି ସଦସ୍ୟଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ବାପାପୁଅ ମାଗୁଣୀ ଓ ଆନନ୍ଦଙ୍କୁ ଭିଡିଓ କିଛିଦିନ ତଳେ ଭାଇରାଲ ହୋଇଥିଲା। ଏନେଇ ମାଗୁଣି ବେଗୁନିଆ ଥାନାରେ ୭ଜଣଙ୍କ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୂର୍ବ ସତ୍ୟବାନ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ୬ଜଣଙ୍କ ନାମ ମାଗୁଣିଙ୍କୁ ଆକ୍ରମଣ ଘଟଣାରେ ଅନ୍ତର୍ଭୁକ୍ତ ଲାଗି ପୋଲିସ ଗତକାଲି କୋର୍ଟକୁ ଅନୁରୋଧ କରିଥିବା ଏସ୍ପି ରାଜକିଶୋର ଦୋରା ସୂଚନା ଦେଇଥିଲେ। ଏଥିସହିତ ସ୍ବପ୍ନେଶ୍ବର ନାୟକ, ବୈକୁଣ୍ଠ ନାୟକ ଓ କରଡ଼ଗାଡ଼ିଆ ଗ୍ରାମର ଟୁଲୁଙ୍କୁ ରିମାଣ୍ଡ ପାଇଁ ଆବେଦନ କରିଥିବା ଜଣାଯାଇଛି। ୪ଦିନପାଇଁ ରିମାଣ୍ଡରେ ଏମାନଙ୍କୁ ପୋଲିସ ମାଗିଥିବା ସୂଚନା ମିଳିଛି। ତେବେ ଆଜି କୋର୍ଟରୁ ୩ଜଣଙ୍କୁ ରିମାଣ୍ଡରେ ନେବାଲାଗି ଖୋର୍ଦ୍ଧା କୋର୍ଟରେ ଆଡ଼ିସିନାଲ ଏସ୍ପି ସୁରେଶ ଚନ୍ଦ୍ର ଦାସ, ଏସଡିପିଓ ସୁସିଲ ମିଶ୍ର, ବେଗୁନିଆ ଥାନାଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଅଛନ୍ତି।

About The Author: The Sakala