ଏନ୍‍ସିବି ପଞ୍ଝାରେ ଆଜାଦ ପରଭେଜ୍‌

ଭୁବନେଶ୍ୱର : ଚକମା ଦେଇ ଫେରାର ଥିବା ବାଲେଶ୍ୱର ଅଞ୍ଚଳର କୁଖ୍ୟାତ ନିଶା ମାଫିଆ ଏମ୍‍.ଡି ଆଜାଦ୍‍ ପରଭେଜ୍‍(୬୨) ଏନ୍‍ସିବି ହାତରେ ଧରାପଡ଼ିଛି। କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ ଗୌହାଟୀ ଯାଇ ନିଶା ମାଫିଆ ଆଜାଦ୍‍କୁ ପଚରାଉଚରା କରି ଭୁବନେଶ୍ୱର ଫେରିଛି। ଏହି ପଚରାଉଚରା ସମୟରେ ଏସ୍‍ଟିଏଫ ଆନ୍ତଃରାଜ୍ୟ ନିଶା ଚାଲାଣ କାରୀଙ୍କ ସମ୍ପର୍କରେ ସୂଚନା ପାଇଛି। ଆଜାଦ୍‍ ନାମରେ ବାଲେଶ୍ୱର ଟାଉନ୍‍ ଥାନାରେ କେବଳ ୫ଟା ମାମଲା ରହିଥିବା ବେଳେ କୋଲକତା ଏନ୍‍ସିବିରେ ୨ଟି ମାମଲା ୧୯୯୩ ଏବଂ […]

ଭୁବନେଶ୍ୱର : ଚକମା ଦେଇ ଫେରାର ଥିବା ବାଲେଶ୍ୱର ଅଞ୍ଚଳର କୁଖ୍ୟାତ ନିଶା ମାଫିଆ ଏମ୍‍.ଡି ଆଜାଦ୍‍ ପରଭେଜ୍‍(୬୨) ଏନ୍‍ସିବି ହାତରେ ଧରାପଡ଼ିଛି। କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ ଗୌହାଟୀ ଯାଇ ନିଶା ମାଫିଆ ଆଜାଦ୍‍କୁ ପଚରାଉଚରା କରି ଭୁବନେଶ୍ୱର ଫେରିଛି। ଏହି ପଚରାଉଚରା ସମୟରେ ଏସ୍‍ଟିଏଫ ଆନ୍ତଃରାଜ୍ୟ ନିଶା ଚାଲାଣ କାରୀଙ୍କ ସମ୍ପର୍କରେ ସୂଚନା ପାଇଛି। ଆଜାଦ୍‍ ନାମରେ ବାଲେଶ୍ୱର ଟାଉନ୍‍ ଥାନାରେ କେବଳ ୫ଟା ମାମଲା ରହିଥିବା ବେଳେ କୋଲକତା ଏନ୍‍ସିବିରେ ୨ଟି ମାମଲା ୧୯୯୩ ଏବଂ ୨୦୦୧ରେ ରହିଛି। ସେ ଗତ ୧୦ ତାରିଖରେ ୧.୦୪୫ କେଜି ବ୍ରାଉନ୍‍ସୁଗର ନେଇ ଗୌହାଟୀ, କାମରୂପକୁ ଯାଇଥିବା ବେଳେ ଏନ୍‍ସିବି ଅଧିକାରୀମାନେ ଧରିଥିଲେ। ଆଜାଦର ଦେଶ ସମେତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନ୍‍ସ୍ତାନ୍‍ ନିଶା ମାଫିଆଙ୍କ ସହ ଲିଙ୍କ୍‍ ରହିଛି।

ସେ ୧୯୮୭ ମସିହାରୁ ବ୍ରାଉନ୍‍ ସୁଗର କାରବାର ଆରମ୍ଭ କରିଥିଲା। ପଶ୍ଚିମବଙ୍ଗ ଏବଂ ବାଂଲାଦେଶରୁ ବ୍ରାଉନ୍‍ ସୁଗର ଆଣି ବାଲେଶ୍ୱରରେ ବିକ୍ରି କରୁଥିଲେ। ୧୯୯୮ରେ ପ୍ରଥମେ ବାଲେଶ୍ୱର ଟାଉନ୍‍ ଥାନା ପୁଲିସ ଦ୍ୱାରା ପ୍ରଥମେ ଗିରଫ ହୋଇଥିଲା। ୧୯୯୩ ମସିହାରେ କୋଲକାତା ଏନ୍‍ସିବି ଢେଙ୍କାନାଳରୁ ତାକୁ ଗିରଫ କରିଥିଲା। ଏହି ମାମଲାରେ ତାକୁ ୧୦ ବର୍ଷ ଜେଲ୍‍ ହୋଇଯାଇଥିଲା। କିନ୍ତୁ ଜେଲ୍‍ରୁ ଫେରିବା ପରେ ସେ ପୁଣି ନିଶା କାରବାର ଚଳାଇଥିଲା। ରାଜ୍ୟରେ କମ୍‍ ଅନ୍ୟ ରାଜ୍ୟରେ ବେଶୀ ନିିଶା କାରାବର କରୁଥିଲା। ଆଜାଦ ଠାରୁ ପୁଲିସ ପାଇଥିବା ତାଲିକା ଅନୁସାରେ ଏସ୍‍ଟିଏଫ୍‍ ଖୁବ୍‍ ଶୀଘ୍ର ଚଢ଼ଉ କରିବ।

About The Author: The Sakala