ପାର୍ବଣକୁ ନଜର ରଖି ଛପାଯାଉଛି ଜାଲ୍‌‌ନୋଟ୍‌‌, STF ଜବତ କଲା ୪୧ ଲକ୍ଷ ଟଙ୍କାର ଜାଲନୋଟ୍

ଭୁବନେଶ୍ୱର: ପାର୍ବଣକୁ ନଜରରେ ରଖି ମାଫିଆମାନେ ଏବେ ଜାଲ୍‌‌ନୋଟ୍‌‌ ଛାପିଲେଣି। ସେମାନେ କୋଲକାତା ଏବଂ ଗୁଜରାଟରୁ ଜାଲ୍‌‌ ନୋଟ୍‌‌ ଛାପିବାର କୌଶଳ ଶିକ୍ଷା କରି ଏଠାରେ ଛାପୁଛନ୍ତି। ଛାପିବା ପରେ ରାଜଧାନୀରେ ହେଉଛି ଡିଲ୍‌‌। ଏହାପରେ ଟଙ୍କା ସିଧା ପଡ଼ୋଶୀ ରାଜ୍ୟକୁ ଯାଉଛି। ବିଶେଷକରି ରାଜଧାନୀ ଉପକଣ୍ଠ, ବସ୍ତି ଅଞ୍ଚଳ ଏବଂ ଆଦିବାସୀ ଅଞ୍ଚଳକୁ ଏହି ଟଙ୍କା ଛଡ଼ା ଯାଉଛି। ଏହିଭଳି ସୋନପୁରରୁ ୪୧ ଲକ୍ଷ ଟଙ୍କାର ଜାଲ୍‌‌ନୋଟ୍‌‌ ଜବତ କରାଯାଇଛି। ଏଥିସହ ଏହାକୁ ଛାପୁଥିବା ୩ […]

ଭୁବନେଶ୍ୱର: ପାର୍ବଣକୁ ନଜରରେ ରଖି ମାଫିଆମାନେ ଏବେ ଜାଲ୍‌‌ନୋଟ୍‌‌ ଛାପିଲେଣି। ସେମାନେ କୋଲକାତା ଏବଂ ଗୁଜରାଟରୁ ଜାଲ୍‌‌ ନୋଟ୍‌‌ ଛାପିବାର କୌଶଳ ଶିକ୍ଷା କରି ଏଠାରେ ଛାପୁଛନ୍ତି। ଛାପିବା ପରେ ରାଜଧାନୀରେ ହେଉଛି ଡିଲ୍‌‌। ଏହାପରେ ଟଙ୍କା ସିଧା ପଡ଼ୋଶୀ ରାଜ୍ୟକୁ ଯାଉଛି। ବିଶେଷକରି ରାଜଧାନୀ ଉପକଣ୍ଠ, ବସ୍ତି ଅଞ୍ଚଳ ଏବଂ ଆଦିବାସୀ ଅଞ୍ଚଳକୁ ଏହି ଟଙ୍କା ଛଡ଼ା ଯାଉଛି। ଏହିଭଳି ସୋନପୁରରୁ ୪୧ ଲକ୍ଷ ଟଙ୍କାର ଜାଲ୍‌‌ନୋଟ୍‌‌ ଜବତ କରାଯାଇଛି। ଏଥିସହ ଏହାକୁ ଛାପୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଛାପିବା ପାଇଁ ବ୍ୟବହାର ହେଉଥିବା ସରଞ୍ଜାମ ଏବଂ କଞ୍ଚାମାଲ ଜବତ କରାଯାଇଛି। ଆହୁରି ମଧ୍ୟ ସେମାନେ ରାଜଧାନୀ ଦେଇ ଫେକ୍‌‌ ନୋଟ୍‌‌ ରାଜ୍ୟ ବାହାରକୁ ଯାଉଥିବାର ଏସ୍‌‌ଟିଏଫ୍‌‌ ଆଗରେ ସ୍ୱୀକାର କରିଛନ୍ତି। ଏକ ଘରଭଡ଼ା ନେଇ ସେଠାରେ ଏହି ଟଙ୍କା ଛାପୁଥିଲେ। ଏଜେଣ୍ଟମାନେ ଆସିବା ପରେ ସେମାନଙ୍କୁ ବିଡ଼ା ବିଡ଼ା ନକଲି ନୋଟ୍‌‌ ଦେଇ ଅସଲି ନୋଟ୍‌‌ ନେଉଥିଲେ। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଜାଲ୍‌‌ ନୋଟ୍‌‌ର ଚାହିଦା ଅଧିକ ଥିବାରୁ ଏଜେଣ୍ଟମାନେ ମାଗୁଥିବାରୁ ଛପାଯାଉଥିଲା ବୋଲି ଅଭିଯୁକ୍ତମାନେ କହିଛନ୍ତି।

ଗତବର୍ଷ ରାଉରକେଲା ସେକ୍ଟର-୧୫ ଥାନା ଅଞ୍ଚଳରୁ ୧୬ଲକ୍ଷ ୧୧ହଜାର ଟଙ୍କା ଜାଲ୍‌‌ନୋଟ୍‌‌ ଏସ୍‌‌ଟିଏଫ୍‌‌ ଜବତ କରିବା ପରେ ସବୁ କିଛି ପଦାକୁ ଆସିଥିଲା। ରାଜଧାନୀରୁ ଏହି ଜାଲ୍‌‌ନୋଟ୍‌‌ ଦେଇ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯାଉଛି। ଗିରଫ ସେକ୍‌‌ ଅହମ୍ମଦକୁ ପଚରାଉଚରା କରିବା ପରେ ସେ ଏହି ରାକେଟ୍‌‌ ସମ୍ପର୍କରେ ସବୁ କିଛି ଖୁଲାସା କରିଥିଲା। ଏହି ଫେକ୍‌‌ ନୋଟ୍‌‌ ରାକେଟ୍‌‌ ଗ୍ୟାଙ୍ଗ୍‌‌ରେ ୪୦ରୁ ଊର୍ଦ୍ଧ୍ବ ଲୋକ ସାମିଲ୍‌‌ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୦ ଜଣଙ୍କୁ ଜାଲ୍‌‌ନୋଟ୍‌‌ ଛାପିବାର କୌଶଳ ଜଣାଅଛି। ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳକୁ ଏହି ରାକେଟ୍‌‌ ଟାର୍ଗେଟ୍‌‌ କରୁଥିଲେ। ଆଦିବାସୀ ଲୋକେ ସରଳ ଥିବାରୁ ସେମାନେ ଜାଲ୍‌‌ନୋଟ୍‌‌କୁ ଚିହ୍ନିପାରନ୍ତି ନାହିଁ। ଯେଉଁଥିପାଇଁ ଜାଲ୍‌‌ନୋଟ୍‌‌ ମାଫିଆମାନେ ସହଜରେ ସେଠାରେ ଜାଲ୍‌‌ନୋଟ୍‌‌ କାରବାର କରିପାରୁଥିଲେ। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସେଠାରେ ବିଭିନ୍ନ ପ୍ରକାର ବଜାର, ମେଳା ଆଦି ପଡ଼ିବ। ତେଣୁ ଏହି ଭିଡ଼ରେ ମାଫିଆମାନେ ଏକାଧିକ ନକଲି ନୋଟ୍‌‌ ଛାଡ଼ିବା ପାଇଁ ଯୋଜନା କରୁଛନ୍ତି।

ପୂର୍ବରୁ ବାଂଲାଦେଶରୁ ଓଡ଼ିଶାରୁ ଜାଲ୍‌‌ ନୋଟ୍‌‌ ଆସୁଥିଲା। ହେଲେ ଏବେ ବାହାରୁ ଜାଲ୍‌‌ ନୋଟ୍‌‌ ନ ଆସି ପଶ୍ଚିମ ଓଡ଼ିଶାରେ ହିଁ ଛାପାଯାଉଛି। ସେଠାରୁ ଜାଲ୍‌‌ ନୋଟ୍‌‌ ଛପାଯାଇ ସୀମାନ୍ତବର୍ତ୍ତି ରାଜ୍ୟକୁ ଚାଲାଣ କରାଯାଉଛି। ପ୍ରତି ୧ ଲକ୍ଷ ଜାଲ୍‌‌ ନୋଟ୍‌‌ରେ ୨୫ରୁ ୩୦ ହଜାର ଟଙ୍କାର ଅସଲି ନୋଟ୍‌‌ ମିଳୁଥିଲା। ସାଲିଆସାହି ଏବଂ ଅନେକ ବସ୍ତିରେ ଗୁପ୍ତଭାବରେ ଏହି ଜାଲ୍‌‌ ନୋଟ୍‌‌ ଛପାଯାଉଛି। କାଳି ଏବଂ ଏଥିପାଇଁ ବ୍ୟବହାର ହେଉଥିବା କଞ୍ଚାମାଲ୍‌‌ କୋଲକାତାରୁ ସବୁ ଆସୁଛି। ଏଠାରେ ବସ୍ତି ଅଞ୍ଚଳରେ ଘରଭଡ଼ା ନେଇ ଏହି ଜାଲ୍‌‌ ନୋଟ୍‌‌ ଛପାଯାଉଛି।

About The Author: The Sakala