କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ଆସିଲା ନୂଆ ତଥ୍ଯ, ହତ୍ୟାରେ ବ୍ୟବହୃତ ବାଉଁଶ ଓ କାଠ ଫାଳିଆ ଜବତ କଲା କ୍ରାଇମବ୍ରାଞ୍ଚ

କଟକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚକୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ। ହତ୍ୟା ବେଳେ ବ୍ୟବହୃତ ୩ଟି ବାଉଁଶ ଫାଳିଆ ଓ ୧ କାଠ ଫାଳିଆ ଜବତ କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡ ପରେ ଏହାକୁ ଝରକା ବାଟେ ଫୋପାଡି ଦେଇଥିଲେ ଦୟାଲ ଆଶ୍ରମର କେୟାର ଟେକର ଝୁନା ଭୋଇ। ଜବତ ବାଉଁଶ ଫାଳିଆକୁ ପରୀକ୍ଷା ପାଇଁ ଏସସିବି ମେଡିକାଲ ଫରେନ୍ସିକ ବିଭାଗକୁ କ୍ରାଇମବ୍ରାଞ୍ଚ […]

କଟକ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚକୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ। ହତ୍ୟା ବେଳେ ବ୍ୟବହୃତ ୩ଟି ବାଉଁଶ ଫାଳିଆ ଓ ୧ କାଠ ଫାଳିଆ ଜବତ କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡ ପରେ ଏହାକୁ ଝରକା ବାଟେ ଫୋପାଡି ଦେଇଥିଲେ ଦୟାଲ ଆଶ୍ରମର କେୟାର ଟେକର ଝୁନା ଭୋଇ। ଜବତ ବାଉଁଶ ଫାଳିଆକୁ ପରୀକ୍ଷା ପାଇଁ ଏସସିବି ମେଡିକାଲ ଫରେନ୍ସିକ ବିଭାଗକୁ କ୍ରାଇମବ୍ରାଞ୍ଚ ପଠାଇଥିବା ଜଣାପଡ଼ିଛି । କେୟାର ଟେକରର ସୂଚନା ଅନୁସାରେ ଏଗୁଡ଼ିକୁ ଜବତ କରିଛି କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଚାପରେ କେୟାର ଟେକର ଫିଙ୍ଗିଥିବା କ୍ରାଇମବ୍ରାଞ୍ଚକୁ କହିଛି। ତେବେ ରିମାଣ୍ଡରେ ଥିବା ଝୁନା ଭୋଇ ତଦନ୍ତରେ କ୍ରାଇମବ୍ରାଞ୍ଚକୁ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜରେ ସୂଚନା ଦିଆଯାଇଛି ।

About The Author: The Sakala