ଏଥର ଦେଶରେ ୪୮ଲକ୍ଷ ବାହାଘର, ହେବ ୬ ଲକ୍ଷ କୋଟିର କାରବାର: କ୍ୟାଟ୍

ନୂଆଦିଲ୍ଲୀ: ଫେଷ୍ଟିଭରେ ଭଲ କାରବାର କରିବା ପରେ ଏବେ ସାରା ଦେଶରେ ବ୍ୟବସାୟୀଙ୍କ ନଜର ବିବାହ ଋତୁ ଉପରେ। ଏଥିପାଇଁ ବଡ଼ ବଡ଼ ବ୍ୟବସାୟୀ ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି। ବିବାହ ଋତୁ ନଭେମ୍ବର ୧୨ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ। ଏହି ବିବାହ ଋତୁରେ ଦେଶରେ ପାଖାପାଖି ୪୮ ଲକ୍ଷ ବାହାଘର ହେବ ବୋଲି ଆକଳନ କରାଯାଉଛି। ଯେଉଁଥିରେ ୬ ଲକ୍ଷ କୋଟି ଟଙ୍କାର କାରବାର ଆଶା କରାଯାଉଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ […]

ନୂଆଦିଲ୍ଲୀ: ଫେଷ୍ଟିଭରେ ଭଲ କାରବାର କରିବା ପରେ ଏବେ ସାରା ଦେଶରେ ବ୍ୟବସାୟୀଙ୍କ ନଜର ବିବାହ ଋତୁ ଉପରେ। ଏଥିପାଇଁ ବଡ଼ ବଡ଼ ବ୍ୟବସାୟୀ ପ୍ରସ୍ତୁତି ବି ଆରମ୍ଭ କରିସାରିଲେଣି। ବିବାହ ଋତୁ ନଭେମ୍ବର ୧୨ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ। ଏହି ବିବାହ ଋତୁରେ ଦେଶରେ ପାଖାପାଖି ୪୮ ଲକ୍ଷ ବାହାଘର ହେବ ବୋଲି ଆକଳନ କରାଯାଉଛି। ଯେଉଁଥିରେ ୬ ଲକ୍ଷ କୋଟି ଟଙ୍କାର କାରବାର ଆଶା କରାଯାଉଛି।

ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଟି) ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ରିଟେଲ କ୍ଷେତ୍ର, ଯେଉଁଥିରେ ସେବା ଓ ସାମଗ୍ରୀ ଉଭୟ ସେସବୁରେ ବଡ଼ ଯୋଗଦାନ କରିବେ ବୋଲି ଆକଳନ କରାଯାଇଛି। ଗତବର୍ଷ ଏହି ସମୟରେ ଦେଶରେ ୩୫ ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରୁ ୪.୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଚଳିତଥର ଶୁଭ ବିବାହ ମୂହୁର୍ତ୍ତର ତିଥି ଅଧିକ ଥିବାରୁ ବ୍ୟବସାୟରେ ବେଶ ଭଲ ବୃଦ୍ଧି ଅନୁମାନ କରାଯାଉଛି। ୨୦୨୩ ବିବାହ ଋତୁରେ ମାତ୍ର ୧୧ଟି ବିବାହ ତିଥି ଥିଲା। ହେଲେ ଏ ବର୍ଷ ୧୮ଟି ବିବାହ ତିଥି ରହିଛି। ଏଣୁ ବ୍ୟବସାୟରେ ଢେର ଅଧିକ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଥିରେ କେବଳ ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ୪.୫ ଲକ୍ଷ ବିବାହ ଅନୁଷ୍ଠିତ ହେବ। ଏଥିରୁ ୧.୫ ଲକ୍ଷ କୋଟି ଟଙ୍କାର କାରବାର ଆଶା କରାଯାଉଛି।

About The Author: The Sakala