ବିଶିଷ୍ଟ ନିବେଶକ ରୋବର୍ଟ କିୟୋସାକିଙ୍କ ପୂର୍ବାନୁମାନ, ରୁପା ଦୁଇ ଲକ୍ଷ ଛୁଇଁବ

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବରେ ହୁ ହୁ ହୋଇ ବଢ଼ୁଛି ସୁନା ଏବଂ ରୁପା ଦର। ବୈଶ୍ବିକ ଉତ୍ତେଜନାରେ ଉଭୟ ଧାତୁର ମୂଲ୍ୟ ବଢ଼ିବାରେ ଲାଗିଛି। ଏଥିରେ ସୁନା ଉପରେ ଭାରି ପଡିବାକୁ ଯାଉଛି ରୁପା। ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ସୁନା ଦରକୁ ଟପୁଛି ରୁପା ଦର। ଖୁବ୍‌ ଶୀଘ୍ର ରୁପା ମୂଲ୍ୟ ଦୁଇ ଲକ୍ଷ ଟଙ୍କା ଛୁଇଁବ। ଏମିତିକି ରୂପା ମୂଲ୍ୟ ବର୍ତ୍ତମାନର ସ୍ତରରୁ ଦୁଇଗୁଣ ଅଧିକ ହୋଇପାରେ। ‘ରିଚ୍‌ ଡାଡ୍‌, ପୁଅର ଡାଡ୍‌’ର ପ୍ରସିଦ୍ଧ ଲେଖକ […]

ନୂଆଦିଲ୍ଲୀ: ସମ୍ପ୍ରତି ବିଶ୍ବରେ ହୁ ହୁ ହୋଇ ବଢ଼ୁଛି ସୁନା ଏବଂ ରୁପା ଦର। ବୈଶ୍ବିକ ଉତ୍ତେଜନାରେ ଉଭୟ ଧାତୁର ମୂଲ୍ୟ ବଢ଼ିବାରେ ଲାଗିଛି। ଏଥିରେ ସୁନା ଉପରେ ଭାରି ପଡିବାକୁ ଯାଉଛି ରୁପା। ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ସୁନା ଦରକୁ ଟପୁଛି ରୁପା ଦର। ଖୁବ୍‌ ଶୀଘ୍ର ରୁପା ମୂଲ୍ୟ ଦୁଇ ଲକ୍ଷ ଟଙ୍କା ଛୁଇଁବ। ଏମିତିକି ରୂପା ମୂଲ୍ୟ ବର୍ତ୍ତମାନର ସ୍ତରରୁ ଦୁଇଗୁଣ ଅଧିକ ହୋଇପାରେ। ‘ରିଚ୍‌ ଡାଡ୍‌, ପୁଅର ଡାଡ୍‌’ର ପ୍ରସିଦ୍ଧ ଲେଖକ ତଥା ନିବେଶକ ରବର୍ଟ କିୟୋସାକି ରୂପା ମୂଲ୍ୟକୁ ନେଇ ଏପରି ଆକଳନ କରିଛନ୍ତି। ତାଙ୍କର ଏହି ଭବିଷ୍ୟବାଣୀକୁ ନେଇ ସୋସିଆଲ ମିଡିଆରେ ବେଶ ଆଲୋଚନା ହେଉଛି।

କିୟୋସାକିଙ୍କ କହିବାନୁଯାୟୀ, ବିଶ୍ୱ ଅନିଶ୍ଚିତତା ଏବଂ ଦୃଢ଼ ମୌଳିକ କାରଣ ଯୋଗୁଁ ରୁପା ମୂଲ୍ୟରେ ଏକ ବୃହତ୍‌ ବୃଦ୍ଧି ଦେଖୀବାକୁ ମିଳିବ। ବର୍ତ୍ତମାନ ଘରୋଇ ବଜାରରେ ରୁପା ମୂଲ୍ୟ ଏହାର ସର୍ବୋଚ୍ଚ ସ୍ତର ପ୍ରତି କିଲୋଗ୍ରାମ ୧.୧୧ ଲକ୍ଷ ଟଙ୍କା ଉପରେ ରହିଛି।
ବିଶ୍ଳେଷକମାନେ କହିଛନ୍ତି ଯେ ଶିଳ୍ପ ଚାହିଦା, ଆର୍ଥିକ ପରିସ୍ଥିତି ଏବଂ ବୈଷୟିକ ବ୍ରେକଆଉଟ୍ ଯୋଗୁଁ ରୁପାର ଚମକ ଆହୁରି ବୃଦ୍ଧି ପାଇପାରେ। ରୁପା ବଜାର ଲଗାତାର ପଞ୍ଚମ ବର୍ଷ ପାଇଁ ମାନ୍ଦା ରହିଛି। ଅର୍ଥାତ୍ ଯୋଗାଣ ଅପେକ୍ଷା ଚାହିଦା ଅଧିକ ଅଛି। ଏ ସମ୍ପର୍କରେ ରିଲାଏନ୍ସ ସିକ୍ୟୁରିଟିଜ୍‌ର ବରିଷ୍ଠ ବିଶେଷଜ୍ଞ (ମୁଦ୍ରା ଏବଂ ସାମଗ୍ରୀ) ଜିଗର ତ୍ରିବେଦୀ କହିଛନ୍ତି ଯେ ବର୍ତ୍ତମାନର ବିଶ୍ୱ ପରିସ୍ଥିତିରେ ରୁପା ଏବଂ ସୁନା ଉଭୟର ଚାହିଦା ବୃଦ୍ଧି ପାଉଛି। କିନ୍ତୁ ରୁପା ବିଶେଷ ଭାବରେ ଖବରରେ ଅଛି କାରଣ ଏହା କେବଳ ଏକ ସୁରକ୍ଷିତ ନିବେଶ ନୁହେଁ, ବରଂ ଏହାର ଶିଳ୍ପ ଚାହିଦା ପ୍ରବଳ ରହିଛି। ସେ କହିଛନ୍ତି ଯେ ଭୂ-ରାଜନୈତିକ ଉତ୍ତେଜନା ଏବଂ ବାଣିଜ୍ୟିକ ଅନିଶ୍ଚିତତା ମଧ୍ୟରେ ସୁନା ସର୍ବଦା ନିବେଶକଙ୍କ ପ୍ରଥମ ପସନ୍ଦ ହୋଇଆସିଛି। କିନ୍ତୁ ବର୍ତ୍ତମାନ ରୁପା ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବୈଦ୍ୟୁତିକ ଯାନବାହନ (ଇଭି) ଏବଂ ସୋଲାର କ୍ଷେତ୍ରରେ ରୁପାର ଚାହିଦା ନିରନ୍ତର ବୃଦ୍ଧି ପାଉଛି। ସେ ପରାମର୍ଶ ଦେଇଛନ୍ତି ଯେ ନିବେଶକମାନେ ସେମାନଙ୍କ ପୋର୍ଟଫୋଲିଓରେ ୬-୮% ସୁନା ଏବଂ ୧୨-୧୫% ରୁପାରେ ନିବେଶ କରିବା ଉଚିତ। ଏହା କେବଳ ସ୍ଥିରତା ପ୍ରଦାନ କରିବ ନାହିଁ, ବରଂ ୨୦୨୫ ରେ ରୁପା ମୂଲ୍ୟ ବୃଦ୍ଧିର ଲାଭ ଉଠାଇପାରିବେ। ସେ କୁହନ୍ତି ଯେ ରୁପାରେ ନିବେଶ ଏକ ସନ୍ତୁଳିତ ଏବଂ ଲାଭଦାୟକ ରଣନୀତି ହୋଇପାରେ।

ଏହା ଉପରେ ମତ ରଖୀ ଆନନ୍ଦ ରାଠି ସେୟାର ଏବଂ ଷ୍ଟକ୍ ବ୍ରୋକର୍ସର ନିର୍ଦ୍ଦେଶକ (କମୋଡିଟି ଏବଂ ମୁଦ୍ରା) ନବୀନ ମାଥୁର କହିଛନ୍ତି ଯେ ରୁପା ମୂଲ୍ୟ ସମ୍ପ୍ରତି ୧୩ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଅଭିବୃଦ୍ଧି ଦେଖିଛି। ଗତ ସପ୍ତାହର ବୃଦ୍ଧି ଏହାର ପ୍ରମାଣ। ଏହି ବୃଦ୍ଧି ପଛରେ ସୁରକ୍ଷିତ ନିବେଶ ଚାହିଦା, ବାଣିଜ୍ୟିକ ଅନିଶ୍ଚିତତା ଏବଂ ଶିଳ୍ପ କ୍ରୟ ଭଳି କାରଣ ରହିଛି। ୨୦୨୫ ର ଦ୍ୱିତୀୟାର୍ଦ୍ଧରେ ରୁପା ସୁନାକୁ ପଛରେ ପକାଇପାରେ।

ଅପରପକ୍ଷେ ରାଜଧାନୀ ଭୁବନେଶ୍ବରରେ ରୁପା ମୂଲ୍ୟ ନୂଆଦିଲ୍ଲୀ ଦରଠାରୁ ଅଧିକ ରହିଛି। ସହରରେ ରୁପା କିଲୋ ପିଛା ଆଜି ବି ୧.୧୧ ଲକ୍ଷ ଟଙ୍କା ଉପରେ ପହଞ୍ଚିଛି। ବୁଧବାର ଘରୋଇ ବଜାରରେ ପୁଣି ଥରେ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି। ଭୁବନେଶ୍ବରରେ ଆଜି ରୁପା କିଲୋ ପିଛା ୧,୧୪,୬୦୫ ଟଙ୍କା ଛୁଇଁଛି। ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୨,୫୦୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ୍‌ ସୁନା ଦର ୧,୦୦,୯୧୦ ଟଙ୍କା ରହିଛି।

About The Author: The Sakala