ଦୁଇ ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ, ଗୋଟିଏ ବ୍ୟାଙ୍କର ଲାଇସେନ୍ସ ରଦ୍ଦ

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିଭିନ୍ନ ସମୟରେ ନିୟମର ଅନୁପାଳନକୁ ନେଇ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ଦ ରଦ୍ଦ କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥାଏ। ଗତ ମାସରେ କେନ୍ଦ୍ରୀୟ ବ୍ୟାଙ୍କ ୩ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେହପରି ୩-୪ ତଳେ ଆରବିଆଇ ସେଣ୍ଟ୍ରାଲ […]

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବିଭିନ୍ନ ସମୟରେ ନିୟମର ଅନୁପାଳନକୁ ନେଇ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କର ଲାଇସେନ୍ଦ ରଦ୍ଦ କରିବା ସହିତ ଆଉ କିଛି ବ୍ୟାଙ୍କ ଉପରେ ଜରିମାନା ଲାଗୁ କରିଥାଏ। ଗତ ମାସରେ କେନ୍ଦ୍ରୀୟ ବ୍ୟାଙ୍କ ୩ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେହପରି ୩-୪ ତଳେ ଆରବିଆଇ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୧.୪୫ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା ।

ଏହା ମଧ୍ୟରେ ପୁଣି କେନ୍ଦ୍ରୀୟ ବ୍ୟାଙ୍କ ଆଉ ଏକ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିରେ ଉତ୍ତରପ୍ରଦେଶର ଗାଜୀପୁର ସ୍ଥିତ ପୂର୍ବାଞ୍ଚଳ ସହକାରୀ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଛି ଆର୍‌ବିଆଇ। ଉକ୍ତ ବ୍ୟାଙ୍କ ନିକଟରେ ପର୍ଯ୍ୟାପ୍ତ ପୁଞ୍ଜି ଓ ରୋଜଗାରର ସମ୍ଭାବନା ନ ଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆରବିଆଇ ପକ୍ଷରୁ କୁହାଯାଇଛି। ତେବେ ଆଗକୁ ଯଦି ଏହି ବ୍ୟାଙ୍କକୁ କାରବାର ପାଇଁ ଅନୁମତି ଦିଆଯାଏ ତେବେ ସାଧାରଣ ଗ୍ରାହକଙ୍କ ପାଇଁ ତାହା ସମସ୍ୟା ସୃଷ୍ଟି କରିପାରେ। ଏହି କଡ଼ା କାର୍ଯ୍ୟାନୁଷ୍ଠାନ ପରେ ଗ୍ରାହକମାନେ ଜମା ବୀମା ଓ ଲୋନ ଗ୍ୟାରେଣ୍ଟି ନିଗମ (ଡିଆଇସିଜିସି)ଠାରୁ କେବଳ ୫ ଲକ୍ଷ ଟଙ୍କାର ଜମା ରାଶି ପାଇବାକୁ ହକଦାର ହେବେ। ପାଖାପାଖି ୯୯.୫୧ ପ୍ରତିଶତ ଜମାକାରୀ ଡିଆଇସିଜିସି ଠାରୁ ନିଜର ପୂରା ଜମା ରାଶି ପାଇବାକୁ ହକଦାର ହେବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି।

About The Author: The Sakala