ଇପିଏଫ୍ଓ ଅଧିକ ପେନ୍‌ସନ୍ ମାମଲା, ଆବେଦନ ସମୟସୀମା ପୁଣି ବଢ଼ାଇବାକୁ ଦାବି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ଅଧିକ ପେନ୍‌ସନ୍ ପାଇଁ ଆବେଦନ କରିବାର ଶେଷ ସମୟସୀମା ଜୁନ୍ ୨୬। ତଥାପି, ଏହାର ଆବେଦନ ପ୍ରକ୍ରିୟା ଏବଂ ଡକ୍ୟୁମେଣ୍ଟେସନ୍ (କାଗଜପତ୍ର କାମ) ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ସ୍ୱଚ୍ଛତାର ଅଭାବ ରହିଛି। ଏଥିରେ ଆବେଦନକାରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ସହ ଜଡିତ ଅନେକ ପ୍ରଶ୍ନ ଅଛି, ଯାହାର ସ୍ପଷ୍ଟ ଉତ୍ତର ଏ ପର୍ଯ୍ୟନ୍ତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରୁ ଗ୍ରହଣ କରାଯାଇନାହିଁ। ତେଣୁ କର୍ମଚାରୀଙ୍କ ମଧ୍ୟରେ […]

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର ଅଧିକ ପେନ୍‌ସନ୍ ପାଇଁ ଆବେଦନ କରିବାର ଶେଷ ସମୟସୀମା ଜୁନ୍ ୨୬। ତଥାପି, ଏହାର ଆବେଦନ ପ୍ରକ୍ରିୟା ଏବଂ ଡକ୍ୟୁମେଣ୍ଟେସନ୍ (କାଗଜପତ୍ର କାମ) ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ସ୍ୱଚ୍ଛତାର ଅଭାବ ରହିଛି। ଏଥିରେ ଆବେଦନକାରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ସହ ଜଡିତ ଅନେକ ପ୍ରଶ୍ନ ଅଛି, ଯାହାର ସ୍ପଷ୍ଟ ଉତ୍ତର ଏ ପର୍ଯ୍ୟନ୍ତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରୁ ଗ୍ରହଣ କରାଯାଇନାହିଁ। ତେଣୁ କର୍ମଚାରୀଙ୍କ ମଧ୍ୟରେ ଏବେ ବି ଇପିଏଫ୍ଓର ଅଧିକ ପେନ୍‌ସନ୍‌କୁ ନେଇ ଦ୍ୱନ୍ଦ୍ୱ ରହିଛି।

ଏଭଳି ପରିସ୍ଥିତିରେ ଅଧିକ ପେନ୍‌ସନ୍ ଆବେଦନ ନିମନ୍ତେ ଶେଷ ତାରିଖ ବୃଦ୍ଧି କରିବାକୁ ଇପିଏଫ୍ଓ ଉପରେ ଚାପ ବଢ଼ୁଛି। ଏଥିରେ ମୁଖ୍ୟ ପ୍ରଶ୍ନ ହେଉଛି ପେନସନ୍ କିପରି ଦିଆଯିବ ଏବଂ ହିସାବ କରାଯିବ। ଇପିଏଫ୍ଓ ସ୍ତରରେ ପରିଚାଳିତ ବେତନ ରେକର୍ଡ ଏବଂ କମ୍ପାନୀ ସ୍ତରରେ ପରିଚାଳିତ ରେକର୍ଡ ମଧ୍ୟରେ ରହିଥିବା ଅସଙ୍ଗତିକୁ କିପରି ସମାଧାନ କରାଯିବ। ଯଦି କୌଣସି କମ୍ପାନୀ ଆଉ ନାହିଁ କିମ୍ବା ତାହାର ମିଶ୍ରଣ ଘଟିଥାଏ ତେବେ ସେ କ୍ଷେତ୍ରରେ କ’ଣ କରାଯିବ। ଏ ସମ୍ପର୍କରେ ବିଶେଷଜ୍ଞମାନଙ୍କର କହିବା ହେଉଛି ଯେ ଏହି ଦ୍ୱନ୍ଦ୍ୱ ଯୋଗୁଁ ଆବେଦନ ସମୟସୀମା ପୁଣିଥରେ ବୃଦ୍ଧି କରାଯାଇପାରିବ। ଅବଶ୍ୟ, ଏହାର ସମ୍ଭାବନା ଖୁବ୍ କମ୍, କାରଣ ପୂର୍ବରୁ ଏହାକୁ ଦୁଇଥର ବୃଦ୍ଧି କରାଯାଇଛି।

ଯଦି ଚାପ ଏ ନେଇ ଅଧିକ ହୁଏ ତେବେ ସମୟସୀମା ବୃଦ୍ଧି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବନାହିଁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରମ ମନ୍ତ୍ରଣାଳୟ ମଧ୍ୟ ଏହା ଉପରେ ନଜର ରଖିଛି। ଯଦି ଆବେଦନକାରୀଙ୍କ ପ୍ରଶ୍ନ ଉପରେ ମନ୍ତ୍ରଣାଳୟ ଅଧିକ ସ୍ପଷ୍ଟୀକରଣ ଦେବା ବିଷୟରେ ଆଲୋଚନା କରେ, ତେବେ ଅଧିକ ପେନ୍‌ସନ୍ ପାଇଁ ଆବେଦନ କରିବାର ଶେଷ ତାରିଖ ବଢ଼ାଇବାକୁ ଇପିଏଫ୍ଓ ବାଧ୍ୟ ହୋଇପାରେ।

About The Author: The Sakala