ପୁଣି ମହଙ୍ଗା ହେବ ବଜାର, ବଢ଼ିବ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍

The Sakala Picture
Published On

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେବ ଖାଉଟି ବଜାର। ବଢ଼ିବ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍। କାରଣ ଫେବ୍ରୁଆରୀ ମାସରେ ଦେଶରେ ବଢ଼ିଛି ପାଇକାରୀ ମୁଦ୍ରାସ୍ଫୀତି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ତଥ୍ୟ ଅନୁଯାୟୀ, ପାଇକାରୀ ମୂଲ୍ୟ ସୂଚୀ ଭିତ୍ତିକ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫୀତି ଫେବୃଆରୀରେ ୨.୩୮%କୁ ବୃଦ୍ଧି ଘଟିଛି। ପୂର୍ବରୁ ଜାନୁଆରୀ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୧% ରହିଥିଲା। ଏହି ପାଇକାରୀ ମୁଦ୍ରାସ୍ଫୀତିରେ ବୃଦ୍ଧିର ମୁଖ୍ୟ କାରଣ ହେଉଛି ଇନ୍ଧନ ଏବଂ […]

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେବ ଖାଉଟି ବଜାର। ବଢ଼ିବ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍। କାରଣ ଫେବ୍ରୁଆରୀ ମାସରେ ଦେଶରେ ବଢ଼ିଛି ପାଇକାରୀ ମୁଦ୍ରାସ୍ଫୀତି। କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ତଥ୍ୟ ଅନୁଯାୟୀ, ପାଇକାରୀ ମୂଲ୍ୟ ସୂଚୀ ଭିତ୍ତିକ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ଫୀତି ଫେବୃଆରୀରେ ୨.୩୮%କୁ ବୃଦ୍ଧି ଘଟିଛି। ପୂର୍ବରୁ ଜାନୁଆରୀ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୨.୩୧% ରହିଥିଲା।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏହି ପାଇକାରୀ ମୁଦ୍ରାସ୍ଫୀତିରେ ବୃଦ୍ଧିର ମୁଖ୍ୟ କାରଣ ହେଉଛି ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ତଥା ବିନିର୍ମାଣ କ୍ଷେତ୍ରରେ ଖର୍ଚ୍ଚ ବଢ଼ିବା। ବିଦ୍ୟୁତ ମୂଲ୍ୟରେ ୪.୨୮%ର ଏବଂ ଖଣିଜ ତେଲ ଦାମ୍‌ରେ ୧.୮୭% ବୃଦ୍ଧି ହୋଇଛି। ଏହା ସହ ମ୍ୟାନୁଫ୍ୟାକଚରିଂ ପ୍ରୋଡକଟ୍ସ ଇଣ୍ଡେକ୍ସ ୦.୪୨% ବଢ଼ିଛି। ଏହାଫଳରେ ଖାଦ୍ୟ ପଦାର୍ଥ, ବେସିକ୍ ମେଟାଲ୍ସ, ନନ୍‌-ମେଟାଲିକ୍ ମିନେରାଲ ପ୍ରଡକ୍ଟସ ଏବଂ କେମିକାଲର ଦାମ୍‌ରେ ବୃଦ୍ଧି ଦେଖିବାକୁ ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଫେବୃଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଜାରି ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଫେବ୍ରୁଆରୀରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ଫେବ୍ରୁଆରୀରେ ଖସି ୩.୬୧%କୁ ଆସିଛି। ଏଥିରେ ସୁବଠାରୁୂ ବଡ଼ କଥା ହେଉଛି, ଗତ ୬ ମାସରେ ପ୍ରଥମ ଥର ଏଭଳି ହୋଇଛି ଯେତେବେଳେ ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କର ୪%ର ଧାର୍ଯ୍ୟ ସୀମା ତଳକୁ ଖସି ଆସିଛି। ଏହି ହ୍ରାସ ବିଶେଷ କରି ଖାଦ୍ୟ ପଦାର୍ଥରେ ଦାମରେ ହ୍ରାସ କାରଣରୁ ହୋଇଥିଲା। ଫେବ୍ରୁଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ଖସି ୩.୭୫%ରେ ଆସିଛି। ଯେତେବେଳେକି ଜାନୁଆରୀରେ ଏହା ୫.୯୭% ରହିଥିଲା।

ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରାନୀତି କମିଟିର ଆଗାମୀ ବୈଠକ ଏପ୍ରିଲ ୭ରୁ ୯ ମଧ୍ୟରେ ଅନୁଷ୍ଠିତ ହେବ। ପୂର୍ବରୁ ଫେବ୍ରୁଆରୀ ମାସରେ ହୋଇଥିବା ଏମପିସି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ୍‌ ରେପୋ ହାରରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା। ଯେଉଁ କାରଣରୁ ଏହା ୬.୫%ରୁ ଖସି ୬.୨୫%କୁ ଆସିଥିଲା। ପ୍ରାୟ ପାଞ୍ଚ ବର୍ଷ ପରେ ପ୍ରଥମ ଥର ଆରବିଆଇ ସୁଧ ହାର କମାଇଥିଲା। ଯାହାର ଉଦ୍ଦେଶ୍ୟ ଥିଲା ଆର୍ଥିକ ବିକାଶକୁ ସମର୍ଥନ କରିବା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର