ବର୍ଷା ଆଳ; ବଢୁଛି ପରିବା ଦର

The Sakala Picture
Published On

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁଁ ପରିବା ଦର ବୃଦ୍ଧି ହେଉଛି। କେତେକ ସ୍ଥାନରେ ଲୋକମାନେ ପାଣି ଘେରରେ ରହିଥିବା ବେଳେ ଚାଷ ଜମି ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ବଜାରରେ ପରିବା ଅଭାବ ହେତୁ ଦର ବଢ଼଼ୁଥିବା ବ୍ୟବସାୟୀମାନେ କହିଛନ୍ତି। କେତେକ ପରିବା ୧୦୦ଟଙ୍କା ଟପିଥିବା ବେଳେ ପ୍ରତ୍ୟେକ ପରିବା କିଲୋ ପିଛା ଦୁଇ ଦିନ ମଧ୍ୟରେ ୧୦ରୁ ୧୫ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି। ଫଳରେ ଖାଉଟିମାନେ ପ୍ରଭାବିତ ହେଉଛନ୍ତି। ଅନେକଙ୍କ ଖାଇବା ଥାଳିରୁ […]

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁଁ ପରିବା ଦର ବୃଦ୍ଧି ହେଉଛି। କେତେକ ସ୍ଥାନରେ ଲୋକମାନେ ପାଣି ଘେରରେ ରହିଥିବା ବେଳେ ଚାଷ ଜମି ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ବଜାରରେ ପରିବା ଅଭାବ ହେତୁ ଦର ବଢ଼଼ୁଥିବା ବ୍ୟବସାୟୀମାନେ କହିଛନ୍ତି। କେତେକ ପରିବା ୧୦୦ଟଙ୍କା ଟପିଥିବା ବେଳେ ପ୍ରତ୍ୟେକ ପରିବା କିଲୋ ପିଛା ଦୁଇ ଦିନ ମଧ୍ୟରେ ୧୦ରୁ ୧୫ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି। ଫଳରେ ଖାଉଟିମାନେ ପ୍ରଭାବିତ ହେଉଛନ୍ତି। ଅନେକଙ୍କ ଖାଇବା ଥାଳିରୁ ପରିବା ବି ଉଭାନ୍‌‌ ହୋଇଗଲାଣି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

ଚଳିତବର୍ଷ ଲଗାଣ ବର୍ଷା ଯୋଗୁଁଁ ସପ୍ତାହେ ପୂର୍ବରୁ ଯେଉଁ ପରିବା ଦର କିଲୋ ପିଛା ୫୦ ମଧ୍ୟରେ ସୀମିତ ରହିଥିଲା ଏବେ ତାହା ୭୦ ଛୁଇଁଛି। ଆଉ କେତେକ ପରିବା ୧୦୦ଟଙ୍କାରେ ପହଞ୍ଚିଛି। ଟମାଟୋ କିଲୋ ୨୦ରୁ ୩୦, ପୋଟଳ ୭୦, ଭେଣ୍ଡି ୬୦, କଖାରୁ ୪୦, କ୍ୟାପସିକମ୍‌‌ ୧୨୦, ଗାଜର ୬୦, ବିନସ୍‌‌ ୧୨୦, କାକୁଡ଼ି ୬୦, ଜହ୍ନି ୮୦, କାଙ୍କଡ଼ ୨୦୦, ଫୁଲକୋବି ଗୋଟାକୁ ୭୦, ବାଇଗଣ ୭୦ରୁ ୮୦, ଧଣିଆ ବିଡ଼ା ୩୦, ପୁଦିନା ବିଡ଼ା ୩୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଶିଳା, କଳମ, ଖଡ଼ା, ଲେଉଟିଆ ଆଦି ଶାଗର ଦର ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ତେବେ ବର୍ଷା ପାଇଁ ପରିବା ଆମଦାନୀ ହୋଇପାରୁ ନଥିବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀମାନେ କହିଛନ୍ତି। ତେବେ ବର୍ଷା ଆଳରେ ବ୍ୟବସାୟୀମାନେ ପରିବା ଦର ମନକୁ ମନ ବୃଦ୍ଧି କରୁଥିବା ଅଭିଯୋଗ ହୋଇଛି। ବିଶେଷ କରି ଆଳୁ ପିଆଜ ମଧ୍ୟ କେତେକ ଖୁଚୁରା ବ୍ୟବସାୟୀ କିଲୋପିଛା ୫ରୁ ୭ଟଙ୍କା ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏନେଇ ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ପୂର୍ବରୁ ଓଡ଼ିଶାରେ ଯେଉଁ ପରିମାଣରେ ଚାଷ ହେଉଥିଲା ତାହା ଏବେ ହେଉ ନାହିଁ। ତେଣୁ ବର୍ଷ ସାରା ୮୦ ପ୍ରତିଶତ ପରିବା ପାଇଁ ବାହାର ରାଜ୍ୟକୁ ଆମେ ଭରସା କରୁଛୁ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆଳୁ, ପିଆଜ ଠାରୁ ଆରମ୍ଭ କରି ଫୁଲ କୋବି, ବନ୍ଧା କୋବି, ଟମାଟୋ, ବାଇଗଣ, ଗାଜର, ବିଟ୍‌‌, କ୍ୟାପସିକମ୍‌‌, ଝୁଡ଼ଙ୍ଗ, ପୋଟଳ ଆଦି ପରିବା ରାଜ୍ୟ ବାହାରୁ ଆମଦାନୀ କରାଯାଉଛି। ଚାଷୀକୁ ଚାଷ କରିବାକୁ ପ୍ରୋତ୍ସାନ ଦେବା, ତାର ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ବଜାରୀକରଣ ପାଇଁ ସୁବିଧା ଯୋଗାଇ ଦିଆଯାଆନ୍ତା ତେବେ ତେବେ ଚାଷୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିନ୍ତେ। ଆମେ ନୂଆ ସରକାରଙ୍କ ଉପରେ ଯେଉଁ ଆଶା ରଖିଥିଲୁ ଯେ, ସରକାର କ୍ରିୟାଶୀଳ ହେବେ, ବାସ୍ତବ ଚିନ୍ତାଧାରା ନେଇ କାମ କରିବେ ତାହା ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟ କରାଯାଇ ପାରନି। କାରଣ ଚାଷୀ ଚାଷ ନକଲେ ଆମେ ଅନ୍ୟ ରାଜ୍ୟକୁ ଭରସା କରିବା। ବର୍ତ୍ତମାନ ହେଲେ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ଯେଉଁଭଳି ବର୍ଷା ଲାଗି ରହିଛି ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ତେଣୁ ଅନେକ ପରିବା ନଷ୍ଟ ହେବା ସହ ଟ୍ରାନ୍‌‌ସପୋର୍ଟେସନ୍‌‌ ପାଇଁ ଦର ଆହୁରି ବଢ଼଼ିପାରେ। ହେଲେ ବାଲେଶ୍ୱରକୁ ବାଦ୍‌‌ ଦେଲେ ଓଡ଼ିଶାରେ ଅନ୍ୟ ସ୍ଥାନରେ ବନ୍ୟା ପରିସ୍ଥିତି ଯଦିଓ ସୃଷ୍ଟି ହୋଇ ନାହିଁ, କିନ୍ତୁ ବନ୍ୟା ପାଇଁ ଓଡ଼ିଶାରେ ପରିବା ଚାଷ ଉପରେ ପ୍ରଭାବ ପଡ଼ିବ ନାହିଁ। କାରଣ ଓଡ଼ିଶାରେ ଚାଷୀମାନେ ଆଉ ପୂର୍ବଭଳି ପରିବା ଚାଷ କରୁନାହାନ୍ତି।

ଏମିତିକି ଗାଁ ଗଣ୍ଡାରେ ପୂର୍ବରୁ ନିଜ ବାଡ଼ି ବଗିଚାରେ ଯେଉଁ ଚାଷ କରୁଥିଳେ ତାହା ବି ହେଉ ନାହିଁ। ପୂର୍ବରୁ ଓଡ଼ିଶାର କଖାରୁ, ଭେଣ୍ଡି, କାକୁଡ଼ି, ଜହ୍ନି, ଟମାଟୋ, ବାଇଗଣ, ଛଚିନ୍ଦ୍ରା, ପୋଟଳ, କାକୁଡ଼ି ଆଦି ଲୋକାଲ୍‌‌ ପରିବା ଆମଦାନୀ ହେଉଥିଲା। ବର୍ତ୍ତମାନ ମହାରାଷ୍ଟ୍ର, କର୍ଣ୍ଣାଟକ, ରାଞ୍ଚି, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ପରିବା ଆମଦାନୀ ହେଉଥିବାରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ପରିବା ଦର ବୃଦ୍ଧି ପାଇବା ସ୍ୱାଭବିକ।

04 Jul 2025 By The Sakala

ବର୍ଷା ଆଳ; ବଢୁଛି ପରିବା ଦର

ରାଜ୍ୟରେ ଲଗାଣ ବର୍ଷା ଯୋଗୁଁଁ ପରିବା ଦର ବୃଦ୍ଧି ହେଉଛି। କେତେକ ସ୍ଥାନରେ ଲୋକମାନେ ପାଣି ଘେରରେ ରହିଥିବା ବେଳେ ଚାଷ ଜମି ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ବଜାରରେ ପରିବା ଅଭାବ ହେତୁ ଦର ବଢ଼଼ୁଥିବା ବ୍ୟବସାୟୀମାନେ କହିଛନ୍ତି। କେତେକ ପରିବା ୧୦୦ଟଙ୍କା ଟପିଥିବା ବେଳେ ପ୍ରତ୍ୟେକ ପରିବା କିଲୋ ପିଛା ଦୁଇ ଦିନ ମଧ୍ୟରେ ୧୦ରୁ ୧୫ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି। ଫଳରେ ଖାଉଟିମାନେ ପ୍ରଭାବିତ ହେଉଛନ୍ତି। ଅନେକଙ୍କ ଖାଇବା ଥାଳିରୁ ପରିବା ବି ଉଭାନ୍‌‌ ହୋଇଗଲାଣି।

ଚଳିତବର୍ଷ ଲଗାଣ ବର୍ଷା ଯୋଗୁଁଁ ସପ୍ତାହେ ପୂର୍ବରୁ ଯେଉଁ ପରିବା ଦର କିଲୋ ପିଛା ୫୦ ମଧ୍ୟରେ ସୀମିତ ରହିଥିଲା ଏବେ ତାହା ୭୦ ଛୁଇଁଛି। ଆଉ କେତେକ ପରିବା ୧୦୦ଟଙ୍କାରେ ପହଞ୍ଚିଛି। ଟମାଟୋ କିଲୋ ୨୦ରୁ ୩୦, ପୋଟଳ ୭୦, ଭେଣ୍ଡି ୬୦, କଖାରୁ ୪୦, କ୍ୟାପସିକମ୍‌‌ ୧୨୦, ଗାଜର ୬୦, ବିନସ୍‌‌ ୧୨୦, କାକୁଡ଼ି ୬୦, ଜହ୍ନି ୮୦, କାଙ୍କଡ଼ ୨୦୦, ଫୁଲକୋବି ଗୋଟାକୁ ୭୦, ବାଇଗଣ ୭୦ରୁ ୮୦, ଧଣିଆ ବିଡ଼ା ୩୦, ପୁଦିନା ବିଡ଼ା ୩୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଶିଳା, କଳମ, ଖଡ଼ା, ଲେଉଟିଆ ଆଦି ଶାଗର ଦର ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।

ତେବେ ବର୍ଷା ପାଇଁ ପରିବା ଆମଦାନୀ ହୋଇପାରୁ ନଥିବାରୁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀମାନେ କହିଛନ୍ତି। ତେବେ ବର୍ଷା ଆଳରେ ବ୍ୟବସାୟୀମାନେ ପରିବା ଦର ମନକୁ ମନ ବୃଦ୍ଧି କରୁଥିବା ଅଭିଯୋଗ ହୋଇଛି। ବିଶେଷ କରି ଆଳୁ ପିଆଜ ମଧ୍ୟ କେତେକ ଖୁଚୁରା ବ୍ୟବସାୟୀ କିଲୋପିଛା ୫ରୁ ୭ଟଙ୍କା ଚଢ଼ା ଦରରେ ବିକ୍ରି କରୁଛନ୍ତି। ଏନେଇ ବ୍ୟବସାୟୀ ସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ, ପୂର୍ବରୁ ଓଡ଼ିଶାରେ ଯେଉଁ ପରିମାଣରେ ଚାଷ ହେଉଥିଲା ତାହା ଏବେ ହେଉ ନାହିଁ। ତେଣୁ ବର୍ଷ ସାରା ୮୦ ପ୍ରତିଶତ ପରିବା ପାଇଁ ବାହାର ରାଜ୍ୟକୁ ଆମେ ଭରସା କରୁଛୁ।

ଆଳୁ, ପିଆଜ ଠାରୁ ଆରମ୍ଭ କରି ଫୁଲ କୋବି, ବନ୍ଧା କୋବି, ଟମାଟୋ, ବାଇଗଣ, ଗାଜର, ବିଟ୍‌‌, କ୍ୟାପସିକମ୍‌‌, ଝୁଡ଼ଙ୍ଗ, ପୋଟଳ ଆଦି ପରିବା ରାଜ୍ୟ ବାହାରୁ ଆମଦାନୀ କରାଯାଉଛି। ଚାଷୀକୁ ଚାଷ କରିବାକୁ ପ୍ରୋତ୍ସାନ ଦେବା, ତାର ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ବଜାରୀକରଣ ପାଇଁ ସୁବିଧା ଯୋଗାଇ ଦିଆଯାଆନ୍ତା ତେବେ ତେବେ ଚାଷୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିନ୍ତେ। ଆମେ ନୂଆ ସରକାରଙ୍କ ଉପରେ ଯେଉଁ ଆଶା ରଖିଥିଲୁ ଯେ, ସରକାର କ୍ରିୟାଶୀଳ ହେବେ, ବାସ୍ତବ ଚିନ୍ତାଧାରା ନେଇ କାମ କରିବେ ତାହା ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟ କରାଯାଇ ପାରନି। କାରଣ ଚାଷୀ ଚାଷ ନକଲେ ଆମେ ଅନ୍ୟ ରାଜ୍ୟକୁ ଭରସା କରିବା। ବର୍ତ୍ତମାନ ହେଲେ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ଯେଉଁଭଳି ବର୍ଷା ଲାଗି ରହିଛି ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ତେଣୁ ଅନେକ ପରିବା ନଷ୍ଟ ହେବା ସହ ଟ୍ରାନ୍‌‌ସପୋର୍ଟେସନ୍‌‌ ପାଇଁ ଦର ଆହୁରି ବଢ଼଼ିପାରେ। ହେଲେ ବାଲେଶ୍ୱରକୁ ବାଦ୍‌‌ ଦେଲେ ଓଡ଼ିଶାରେ ଅନ୍ୟ ସ୍ଥାନରେ ବନ୍ୟା ପରିସ୍ଥିତି ଯଦିଓ ସୃଷ୍ଟି ହୋଇ ନାହିଁ, କିନ୍ତୁ ବନ୍ୟା ପାଇଁ ଓଡ଼ିଶାରେ ପରିବା ଚାଷ ଉପରେ ପ୍ରଭାବ ପଡ଼ିବ ନାହିଁ। କାରଣ ଓଡ଼ିଶାରେ ଚାଷୀମାନେ ଆଉ ପୂର୍ବଭଳି ପରିବା ଚାଷ କରୁନାହାନ୍ତି।

ଏମିତିକି ଗାଁ ଗଣ୍ଡାରେ ପୂର୍ବରୁ ନିଜ ବାଡ଼ି ବଗିଚାରେ ଯେଉଁ ଚାଷ କରୁଥିଳେ ତାହା ବି ହେଉ ନାହିଁ। ପୂର୍ବରୁ ଓଡ଼ିଶାର କଖାରୁ, ଭେଣ୍ଡି, କାକୁଡ଼ି, ଜହ୍ନି, ଟମାଟୋ, ବାଇଗଣ, ଛଚିନ୍ଦ୍ରା, ପୋଟଳ, କାକୁଡ଼ି ଆଦି ଲୋକାଲ୍‌‌ ପରିବା ଆମଦାନୀ ହେଉଥିଲା। ବର୍ତ୍ତମାନ ମହାରାଷ୍ଟ୍ର, କର୍ଣ୍ଣାଟକ, ରାଞ୍ଚି, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ପରିବା ଆମଦାନୀ ହେଉଥିବାରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ପରିବା ଦର ବୃଦ୍ଧି ପାଇବା ସ୍ୱାଭବିକ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର