ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର, ଭୁବନେଶ୍ବରରେ ନବେ ଛୁଇଁବ

The Sakala Picture
Published On

ଘରୋଇ ବଜାରରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଏବଂ ଡିଜେଲ। ଯାହା ଫଳରେ ତୈଳ ମୂଲ୍ୟରେ ବୃଦ୍ଧି ଘଟି ନୂଆ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଦେଶରେ ଏବେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ଛୁଇଁବ ଏବଂ ଡିଜେଲ ୮୬ ଟଙ୍କା ଅତିକ୍ରମ କରିଛି। ସେହିଭଳି ଭୁବନେଶ୍ବରରେ ଏବେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ଏବଂ ଡିଜେଲ ୮୬ଟଙ୍କା ଉପରେ […]

ଘରୋଇ ବଜାରରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଏବଂ ଡିଜେଲ। ଯାହା ଫଳରେ ତୈଳ ମୂଲ୍ୟରେ ବୃଦ୍ଧି ଘଟି ନୂଆ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଦେଶରେ ଏବେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ଛୁଇଁବ ଏବଂ ଡିଜେଲ ୮୬ ଟଙ୍କା ଅତିକ୍ରମ କରିଛି। ସେହିଭଳି ଭୁବନେଶ୍ବରରେ ଏବେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ଏବଂ ଡିଜେଲ ୮୬ଟଙ୍କା ଉପରେ ରହିଛି। ଏହାଫଳରେ ବଜାରରେ ତୈଳ ଦର ବେଲଗାମ୍‌ ହେବାରେ ଲାଗିଛି। ଫଳରେ ୨୦୨୦ ମାର୍ଚ୍ଚଠାରୁ ଦେଶରେ ପେଟ୍ରୋଲ ଲିଟର ପିଛା ୨୦ ଟଙ୍କା ଏବଂ ଡିଜେଲ ୧୭ ଟଙ୍କା ମହଙ୍ଗା ହୋଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ସୋମବାର ନୂଆଦିଲ୍ଲୀଠାରେ ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ଲିଟର ପିଛା ୩୬ ପଇସା ଲେଖାଏ ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୮୮ ଟଙ୍କା ୯୯ ପଇସା ଏବଂ ଡିଜେଲ ଲିଟର ପିଛା ୭୯ ଟଙ୍କା ୩୫ ପଇସା ହୋଇଛି। ଆଜି ମୁମ୍ବଇଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୫ ଟଙ୍କା ଟପି ଶତକ ମାରିବାକୁ ଯାଉଛି। ବଜାରରେ କିଛିଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିବା ପରେ ଏବେ କ୍ରାମଗତ ଭାବେ ଦର ପୁଣି ଥରେ ବଢ଼ିବା ଆରମ୍ଭ ହୋଇଛି। ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ପୂର୍ବ ଦିବସଗୁଡିକ ଭଳି ଆଜି ମଧ୍ୟ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟି ତେଲ ଅଧିକ ମହଙ୍ଗା ହୋଇଛି। ଭୁବନେଶ୍ୱରରେ ମଧ୍ୟ ତେଲ ଦରରେ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଏଠାରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖାଦେଇ ଐତିହାସିକ ସ୍ତର ଛୁଇଁଛି। ସୋମବାର ଭୁବନେଶ୍ବରରେ ପେଟ୍ରୋଲ  ଲିଟର ପିଛା ୨୬ ପଇସା ବୃଦ୍ଧି ଘଟି ୮୯ ଟଙ୍କା ୬୮ ପଇସାରେ ପହଞ୍ଚିଛି। ଏହା ଏବେ ୯୦ ଟଙ୍କା ନିକଟତର ହେବାକୁ ଯାଉଥିବାବେଳେ ଏବଂ ଡିଜେଲ ଲିଟର ପିଛା ୩୨ ପଇସା ବୃଦ୍ଧି ଘଟି ୮୬ ଟଙ୍କା ୪୫ ପଇସା ଛୁଇଁ ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି

16 Feb 2021 By The Sakala

ହୁ ହୁ ହୋଇ ବଢୁଛି ପେଟ୍ରୋଲ ଦର, ଭୁବନେଶ୍ବରରେ ନବେ ଛୁଇଁବ

ଘରୋଇ ବଜାରରେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଏବଂ ଡିଜେଲ। ଯାହା ଫଳରେ ତୈଳ ମୂଲ୍ୟରେ ବୃଦ୍ଧି ଘଟି ନୂଆ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଦେଶରେ ଏବେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ଛୁଇଁବ ଏବଂ ଡିଜେଲ ୮୬ ଟଙ୍କା ଅତିକ୍ରମ କରିଛି। ସେହିଭଳି ଭୁବନେଶ୍ବରରେ ଏବେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ଏବଂ ଡିଜେଲ ୮୬ଟଙ୍କା ଉପରେ ରହିଛି। ଏହାଫଳରେ ବଜାରରେ ତୈଳ ଦର ବେଲଗାମ୍‌ ହେବାରେ ଲାଗିଛି। ଫଳରେ ୨୦୨୦ ମାର୍ଚ୍ଚଠାରୁ ଦେଶରେ ପେଟ୍ରୋଲ ଲିଟର ପିଛା ୨୦ ଟଙ୍କା ଏବଂ ଡିଜେଲ ୧୭ ଟଙ୍କା ମହଙ୍ଗା ହୋଇଛି।

ସୋମବାର ନୂଆଦିଲ୍ଲୀଠାରେ ପେଟ୍ରୋଲ ୨୬ ପଇସା ଏବଂ ଡିଜେଲ ଲିଟର ପିଛା ୩୬ ପଇସା ଲେଖାଏ ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୮୮ ଟଙ୍କା ୯୯ ପଇସା ଏବଂ ଡିଜେଲ ଲିଟର ପିଛା ୭୯ ଟଙ୍କା ୩୫ ପଇସା ହୋଇଛି। ଆଜି ମୁମ୍ବଇଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୫ ଟଙ୍କା ଟପି ଶତକ ମାରିବାକୁ ଯାଉଛି। ବଜାରରେ କିଛିଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିବା ପରେ ଏବେ କ୍ରାମଗତ ଭାବେ ଦର ପୁଣି ଥରେ ବଢ଼ିବା ଆରମ୍ଭ ହୋଇଛି। ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଦର ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି।

ପୂର୍ବ ଦିବସଗୁଡିକ ଭଳି ଆଜି ମଧ୍ୟ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟି ତେଲ ଅଧିକ ମହଙ୍ଗା ହୋଇଛି। ଭୁବନେଶ୍ୱରରେ ମଧ୍ୟ ତେଲ ଦରରେ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଏଠାରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଦେଖାଦେଇ ଐତିହାସିକ ସ୍ତର ଛୁଇଁଛି। ସୋମବାର ଭୁବନେଶ୍ବରରେ ପେଟ୍ରୋଲ  ଲିଟର ପିଛା ୨୬ ପଇସା ବୃଦ୍ଧି ଘଟି ୮୯ ଟଙ୍କା ୬୮ ପଇସାରେ ପହଞ୍ଚିଛି। ଏହା ଏବେ ୯୦ ଟଙ୍କା ନିକଟତର ହେବାକୁ ଯାଉଥିବାବେଳେ ଏବଂ ଡିଜେଲ ଲିଟର ପିଛା ୩୨ ପଇସା ବୃଦ୍ଧି ଘଟି ୮୬ ଟଙ୍କା ୪୫ ପଇସା ଛୁଇଁ ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି

https://www.thesakala.in/business/petrol-price-hike/article-30
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp