ତୈଳ ଉତ୍ପାଦନ ହ୍ରାସ କରିବ ସାଉଦି ଆରବ; ଭାରତରେ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ଦର

The Sakala Picture
Published On

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ବିଶ୍ବର ବୃହତ୍‌ ତୈଳ ଉତ୍ପାଦନକାରୀ ସାଉଦି ଆରବ ଅଶୋଧିତ ତୈଳ ଉତ୍ପାଦନରେ ହ୍ରାସ ଘଟାଇବା ନେଇ ଘୋଷଣା କରିବା ପରେ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟରେ ହ୍ରାସ ଧାରାରେ ବ୍ରେକ୍‌ ଲାଗିଛି। ଶିଳ୍ପ ସୂତ୍ରରୁ ପ୍ରକାଶ ଯେ ଏଭଳି ପରିସ୍ଥିତିରେ ଭାରତରେ ଇନ୍ଧନ ମୂଲ୍ୟର ସମୀକ୍ଷା ବିଳମ୍ବ ହେବ। କାରଣ ସାଉଦି ଆରବ କହିଛି ଯେ, ଏହା ରବିବାରଠାରୁ ଜୁଲାଇରୁ ପ୍ରତିଦିନ ୧୦ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ କରିବ। ଅନ୍ୟପକ୍ଷରେ, […]

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ବିଶ୍ବର ବୃହତ୍‌ ତୈଳ ଉତ୍ପାଦନକାରୀ ସାଉଦି ଆରବ ଅଶୋଧିତ ତୈଳ ଉତ୍ପାଦନରେ ହ୍ରାସ ଘଟାଇବା ନେଇ ଘୋଷଣା କରିବା ପରେ ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟରେ ହ୍ରାସ ଧାରାରେ ବ୍ରେକ୍‌ ଲାଗିଛି। ଶିଳ୍ପ ସୂତ୍ରରୁ ପ୍ରକାଶ ଯେ ଏଭଳି ପରିସ୍ଥିତିରେ ଭାରତରେ ଇନ୍ଧନ ମୂଲ୍ୟର ସମୀକ୍ଷା ବିଳମ୍ବ ହେବ। କାରଣ ସାଉଦି ଆରବ କହିଛି ଯେ, ଏହା ରବିବାରଠାରୁ ଜୁଲାଇରୁ ପ୍ରତିଦିନ ୧୦ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ କରିବ। ଅନ୍ୟପକ୍ଷରେ, ଓପେକ୍‌ ଏବଂ ଅନ୍ୟ ଉତ୍ପାଦନକାରୀ ରାଷ୍ଟ୍ରଗୁଡିକ ୨୦୨୪ ପର୍ଯ୍ୟନ୍ତ ତୈଳ ଯୋଗାଣରେ ହ୍ରାସ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ସୋମବାର ବିଶ୍ବ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ମୂଲ୍ୟ ଏକ ଡଲାରରୁ ଅଧିକ ବୃଦ୍ଧି ପାଇଛି। ଏଥିଯୋଗୁ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ବ୍ୟାରେଲ ପିଛା ୧.୫୧ ଡଲାର ବୃଦ୍ଧି ଘଟି ୭୮.୭୩ ଡଲାରରେ ପହଞ୍ଚିଛି। ଅଶୋଧିତ ତୈଲ ମୂଲ୍ୟରେ ଏହି ବୃଦ୍ଧି ଭାରତ ପାଇଁ ଆମଦାନୀକୁ ଆହୁରି ମହଙ୍ଗା କରିବ। ଅର୍ଥାତ୍‌ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଆହୁରି ମହଙ୍ଗା ହେବ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଏହା ପୂର୍ବରୁ ଆମଦାନୀ ହୋଇଥିବା ତୈଳ ପାଇଁ ଭାରତ ବ୍ୟାରେଲ ପିଛା ହାରାହାରି ୭୧ ଡଲାର ଦେଉଥିଲା। ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରାଯାଇପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ପରିସ୍ଥିତି ଭିନ୍ନ ହୋଇଛି। ଜଣେ ଅଧିକାରୀଙ୍କ କହିବା ମୁତାବକ, ବର୍ତ୍ତମାନ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ସେମାନଙ୍କର କ୍ଷତି ଭରଣା କରୁଛନ୍ତି। ଗତ ମାସରେ ଆନ୍ତର୍ଜାତୀୟ ବଜାରର ତୈଳ ମୂଲ୍ୟ ଏବଂ ଖୁଚୁରା ବିକ୍ରୟ ମୂଲ୍ୟ ସମାନ ହୋଇଯାଇଥିଲା। ବର୍ତ୍ତମାନ ମୂଲ୍ୟ ବଢ଼ିବା ସହିତ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ପୁଣି ଆସିବ। ଭାରତ ଆମଦାନୀ ମାଧ୍ୟମରେ ୮୫% ତୈଳ ଆବଶ୍ୟକତା ପୂରଣ କରେ ଏବଂ ଇନ୍ଧନ ମୂଲ୍ୟ ଆନ୍ତର୍ଜାତୀୟ ଦର ଦ୍ୱାରା ପ୍ରଭାବିତ ହୋଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର