ବିଶ୍ୱ ବ୍ୟାଙ୍କର ଚେତାବନୀ: ସାରା ଦୁନିଆକୁ ଗ୍ରାସିବ ମାନ୍ଦାବସ୍ଥା

The Sakala Picture
Published On

ଲଣ୍ଡନ୍‌(ଏଜେନ୍ସି): ଦୀର୍ଘ ଦିନ ହେବ ଲାଗିରହିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ସାରା ବିଶ୍ୱର ଅର୍ଥନୀତିକୁ ଓଲଟପାଲଟ କରିଦେଇଛି। ଏବେ ବିଶ୍ୱକୁ ଘାରିବାରେ ଲାଗିଛି ମାନ୍ଦାବସ୍ଥାର ଭୟ। ଏହି ମାନ୍ଦାବସ୍ଥା ସାରା ଦୁନିଆକୁ ଗ୍ରାସିବ, ଯାହାକୁ ନେଇ ଚେତାଇ ଦେଇଛି ବିଶ୍ୱବ୍ୟାଙ୍କ। ତେବେ ଏଥରର ମାନ୍ଦବସ୍ଥା ଅଧିକ ବିପଦଜନକ ହେବ। ବିଶ୍ୱବ୍ୟାଙ୍କ ଦେଇଥିବା ଚେତାବନୀ ଅନୁଯାୟୀ, ୧୯୭୬-୧୯୭୯ ତୁଳନାରେ ଚଳିତଥରର ମାନ୍ଦାବସ୍ଥା ଜନିତ ସ୍ଥିତି ଦୁଇଗୁଣ ଅଧିକ ସାଂଘାତିକ ହେବ। କାରଣ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱକୁ ଏଭଳି […]

ଲଣ୍ଡନ୍‌(ଏଜେନ୍ସି): ଦୀର୍ଘ ଦିନ ହେବ ଲାଗିରହିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ସାରା ବିଶ୍ୱର ଅର୍ଥନୀତିକୁ ଓଲଟପାଲଟ କରିଦେଇଛି। ଏବେ ବିଶ୍ୱକୁ ଘାରିବାରେ ଲାଗିଛି ମାନ୍ଦାବସ୍ଥାର ଭୟ। ଏହି ମାନ୍ଦାବସ୍ଥା ସାରା ଦୁନିଆକୁ ଗ୍ରାସିବ, ଯାହାକୁ ନେଇ ଚେତାଇ ଦେଇଛି ବିଶ୍ୱବ୍ୟାଙ୍କ। ତେବେ ଏଥରର ମାନ୍ଦବସ୍ଥା ଅଧିକ ବିପଦଜନକ ହେବ। ବିଶ୍ୱବ୍ୟାଙ୍କ ଦେଇଥିବା ଚେତାବନୀ ଅନୁଯାୟୀ, ୧୯୭୬-୧୯୭୯ ତୁଳନାରେ ଚଳିତଥରର ମାନ୍ଦାବସ୍ଥା ଜନିତ ସ୍ଥିତି ଦୁଇଗୁଣ ଅଧିକ ସାଂଘାତିକ ହେବ। କାରଣ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱକୁ ଏଭଳି ମାନ୍ଦାବସ୍ଥା ଭୟ ଘାରିଛି। ଏଥିଯୋଗୁ ପୂର୍ବ ଏସିଆ ଏବଂ ୟୁରୋପର କିଛି କମ୍‌ ବିକଶିତ ରାଷ୍ଟ୍ର ଅଧିକ ପ୍ରଭାବିତ ହେବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ମାନ୍ଦାବସ୍ଥା ପ୍ରଭାବରେ ବିଶ୍ବର ପ୍ରାୟ ଅଧିକାଂଶ ଦେଶରେ ମହଙ୍ଗା ମାଡ଼ ତୀବ୍ରତର ହେବ। ଆହୁରିମଧ୍ୟ ଏଥିଯୋଗୁ ଅଭିବୃଦ୍ଧି ନିମ୍ନଗାମୀ ହେବା ଆଶଙ୍କା କରାଯାଉଛି। ଚଳିତଥର ମାନ୍ଦାବସ୍ଥାରେ ବିଶ୍ୱରେ ଏକ ଲମ୍ବା ସମୟ ଧରି ଦର ବୃଦ୍ଧି ଲାଗି ରହିବ। ତେଣୁ ୨୦୨୧ରୁ ୨୦୨୪ ମଧ୍ୟରେ ବିଶ୍ବର ଅଭିବୃଦ୍ଧି ହାର ୨.୭% ରହିବା ନେଇ ବିଶ୍ୱ ବ୍ୟାଙ୍କ ଚେତାବନୀ ଦେଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୋଭିଡ ମହାମାରୀର ପ୍ରଭାବରୁ ବିଭିନ୍ନ ରାଷ୍ଟ୍ର ଧୀରେ ଧୀରେ ମୁକୁଳୁଥିବାବେଳେ ବିଶ୍ୱ ଅର୍ଥନୀତି ରୁଷ-ୟୁକ୍ରେନ ଯୁଦ୍ଧ ଦ୍ବାରା ଦ୍ୱିଗୁଣ ପ୍ରଭାବିତ ହୋଇଛି। ଏହି କାରଣରୁ ଅନେକ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥାର ଭୟ ବୃଦ୍ଧି ପାଇଛି। ଏହି ମାନ୍ଦାବସ୍ଥା ଯୋଗୁ ୟୁରୋପ ଏବଂ ପୂର୍ବ ଏସିଆର ଅନେକ କମ୍ ବିକଶିତ ଦେଶ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ଏହାସହିତ ମୁଦ୍ରାସ୍ଫୀତି ଏବଂ ନିମ୍ନ ଅଭିବୃଦ୍ଧିର ଭୟ ବଢ଼ିଯାଇଛି। ଏ ସମ୍ପର୍କରେ ବିଶ୍ୱ ବ୍ୟାଙ୍କର ସଭାପତି ଡେଭିସ୍ ମାଲପସ୍ କହିଛନ୍ତି ଯେ ଅଭିବୃଦ୍ଧି କମିବାର ସମ୍ଭାବନା ଆହୁରି ବଢ଼ିଯାଇଛି। ଦୁନିଆର ଅନେକ ଦେଶ ଆଜି ଏହି ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତିର ମୁକାବିଲା କରିବା କୌଣସି ଦେଶ ପାଇଁ ଆହ୍ୱାନ ବୋଲି ବିବେଚନା କରାଯାଇଥାଏ। ସାଧାରଣତଃ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପ୍ରମୁଖ ସୁଧହାରରେ ବୃଦ୍ଧି କରୁଛନ୍ତି, ସାରା ବିଶ୍ୱରେ ଏବେ ଶକ୍ତି ଏବଂ ଖାଦ୍ୟର ମୂଲ୍ୟ ବଢ଼ୁୁଛି। ୟୁକ୍ରେନ ଯୁଦ୍ଧ, ଚୀନ୍‌ରେ ଲକ୍‌ଡାଉନ୍, ଯୋଗାଣ ଶୃଙ୍ଖଳା ବ୍ୟାଘାତ ଏବଂ ମୁଦ୍ରାସ୍ଫୀତି ଜନିତ ଅଭିବୃଦ୍ଧି ନିମ୍ନଗାମୀ ହେବାର ଆଶଙ୍କା ବଢ଼ାଉଛି। ଏଭଳି ସ୍ଥିତିରେ ବିଶ୍ୱରେ ଅନେକ ରାଷ୍ଟ୍ର ପାଇଁ ଏବେ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ବେଶ କଷ୍ଟକର ହେବ। ବିଶ୍ୱର ଅନେକ ଦେଶରେ ପୁଞ୍ଜି ବିନିଯୋଗର ଅଭାବ ହେତୁ ଅଭିବୃଦ୍ଧି ହାର ଆଗାମୀ ଦଶନ୍ଧି ପାଇଁ କମ୍ ରହିବ। ଆହୁରିମଧ୍ୟ ଅନେକ ଦେଶରେ ମୁଦ୍ରାସ୍ଫୀତି ହାର ଦଶନ୍ଧିର ସବୋଚ୍ଚ ସ୍ତରରେ ପହଞ୍ଚିଛି। ଏଥିରେ ଯୋଗାଣ ଜନିତ ପ୍ରତିବନ୍ଧକ ବଢ଼ିବାର ସମ୍ଭାବନା ରହିଛି। ତେଣୁ ଏଥିଯୋଗ ବିଶ୍ୱରେ ଅଧିକ ସମୟ ପାଇଁ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିବା ଆଶଙ୍କା ଥିବା ବିଶ୍ୱ ବ୍ୟାଙ୍କ କହିଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ୨୦୨୧ରୁ ୨୦୨୪ ମଧ୍ୟରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ହାର ୨.୭ ପ୍ରତିଶତ ରହିବା ସମ୍ଭାବନା ଅଛି, ଯାହା ୧୯୭୬ରୁ ୧୯୭୯ ମଧ୍ୟରେ ଦେଖାଦେଇଥିବା ମାନ୍ଦାବସ୍ଥା ସ୍ଥିତିଠାରୁ ଅଧିକ ଖରାପ ରହିବ। ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୦ରେ ଏହିଭଳି ସ୍ଥିତିରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସୁଧ ହାର ଏତେ ମାତ୍ରାରେ ବୃଦ୍ଧି କରାଯାଇଥିଲା ଯେ ୧୯୮୨ରେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲା।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

09 Jun 2022 By The Sakala

ବିଶ୍ୱ ବ୍ୟାଙ୍କର ଚେତାବନୀ: ସାରା ଦୁନିଆକୁ ଗ୍ରାସିବ ମାନ୍ଦାବସ୍ଥା

ଲଣ୍ଡନ୍‌(ଏଜେନ୍ସି): ଦୀର୍ଘ ଦିନ ହେବ ଲାଗିରହିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ସାରା ବିଶ୍ୱର ଅର୍ଥନୀତିକୁ ଓଲଟପାଲଟ କରିଦେଇଛି। ଏବେ ବିଶ୍ୱକୁ ଘାରିବାରେ ଲାଗିଛି ମାନ୍ଦାବସ୍ଥାର ଭୟ। ଏହି ମାନ୍ଦାବସ୍ଥା ସାରା ଦୁନିଆକୁ ଗ୍ରାସିବ, ଯାହାକୁ ନେଇ ଚେତାଇ ଦେଇଛି ବିଶ୍ୱବ୍ୟାଙ୍କ। ତେବେ ଏଥରର ମାନ୍ଦବସ୍ଥା ଅଧିକ ବିପଦଜନକ ହେବ। ବିଶ୍ୱବ୍ୟାଙ୍କ ଦେଇଥିବା ଚେତାବନୀ ଅନୁଯାୟୀ, ୧୯୭୬-୧୯୭୯ ତୁଳନାରେ ଚଳିତଥରର ମାନ୍ଦାବସ୍ଥା ଜନିତ ସ୍ଥିତି ଦୁଇଗୁଣ ଅଧିକ ସାଂଘାତିକ ହେବ। କାରଣ ରୁଷ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱକୁ ଏଭଳି ମାନ୍ଦାବସ୍ଥା ଭୟ ଘାରିଛି। ଏଥିଯୋଗୁ ପୂର୍ବ ଏସିଆ ଏବଂ ୟୁରୋପର କିଛି କମ୍‌ ବିକଶିତ ରାଷ୍ଟ୍ର ଅଧିକ ପ୍ରଭାବିତ ହେବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ମାନ୍ଦାବସ୍ଥା ପ୍ରଭାବରେ ବିଶ୍ବର ପ୍ରାୟ ଅଧିକାଂଶ ଦେଶରେ ମହଙ୍ଗା ମାଡ଼ ତୀବ୍ରତର ହେବ। ଆହୁରିମଧ୍ୟ ଏଥିଯୋଗୁ ଅଭିବୃଦ୍ଧି ନିମ୍ନଗାମୀ ହେବା ଆଶଙ୍କା କରାଯାଉଛି। ଚଳିତଥର ମାନ୍ଦାବସ୍ଥାରେ ବିଶ୍ୱରେ ଏକ ଲମ୍ବା ସମୟ ଧରି ଦର ବୃଦ୍ଧି ଲାଗି ରହିବ। ତେଣୁ ୨୦୨୧ରୁ ୨୦୨୪ ମଧ୍ୟରେ ବିଶ୍ବର ଅଭିବୃଦ୍ଧି ହାର ୨.୭% ରହିବା ନେଇ ବିଶ୍ୱ ବ୍ୟାଙ୍କ ଚେତାବନୀ ଦେଇଛି।

ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୋଭିଡ ମହାମାରୀର ପ୍ରଭାବରୁ ବିଭିନ୍ନ ରାଷ୍ଟ୍ର ଧୀରେ ଧୀରେ ମୁକୁଳୁଥିବାବେଳେ ବିଶ୍ୱ ଅର୍ଥନୀତି ରୁଷ-ୟୁକ୍ରେନ ଯୁଦ୍ଧ ଦ୍ବାରା ଦ୍ୱିଗୁଣ ପ୍ରଭାବିତ ହୋଇଛି। ଏହି କାରଣରୁ ଅନେକ ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥାର ଭୟ ବୃଦ୍ଧି ପାଇଛି। ଏହି ମାନ୍ଦାବସ୍ଥା ଯୋଗୁ ୟୁରୋପ ଏବଂ ପୂର୍ବ ଏସିଆର ଅନେକ କମ୍ ବିକଶିତ ଦେଶ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ଏହାସହିତ ମୁଦ୍ରାସ୍ଫୀତି ଏବଂ ନିମ୍ନ ଅଭିବୃଦ୍ଧିର ଭୟ ବଢ଼ିଯାଇଛି। ଏ ସମ୍ପର୍କରେ ବିଶ୍ୱ ବ୍ୟାଙ୍କର ସଭାପତି ଡେଭିସ୍ ମାଲପସ୍ କହିଛନ୍ତି ଯେ ଅଭିବୃଦ୍ଧି କମିବାର ସମ୍ଭାବନା ଆହୁରି ବଢ଼ିଯାଇଛି। ଦୁନିଆର ଅନେକ ଦେଶ ଆଜି ଏହି ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତିର ମୁକାବିଲା କରିବା କୌଣସି ଦେଶ ପାଇଁ ଆହ୍ୱାନ ବୋଲି ବିବେଚନା କରାଯାଇଥାଏ। ସାଧାରଣତଃ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପ୍ରମୁଖ ସୁଧହାରରେ ବୃଦ୍ଧି କରୁଛନ୍ତି, ସାରା ବିଶ୍ୱରେ ଏବେ ଶକ୍ତି ଏବଂ ଖାଦ୍ୟର ମୂଲ୍ୟ ବଢ଼ୁୁଛି। ୟୁକ୍ରେନ ଯୁଦ୍ଧ, ଚୀନ୍‌ରେ ଲକ୍‌ଡାଉନ୍, ଯୋଗାଣ ଶୃଙ୍ଖଳା ବ୍ୟାଘାତ ଏବଂ ମୁଦ୍ରାସ୍ଫୀତି ଜନିତ ଅଭିବୃଦ୍ଧି ନିମ୍ନଗାମୀ ହେବାର ଆଶଙ୍କା ବଢ଼ାଉଛି। ଏଭଳି ସ୍ଥିତିରେ ବିଶ୍ୱରେ ଅନେକ ରାଷ୍ଟ୍ର ପାଇଁ ଏବେ ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ବେଶ କଷ୍ଟକର ହେବ। ବିଶ୍ୱର ଅନେକ ଦେଶରେ ପୁଞ୍ଜି ବିନିଯୋଗର ଅଭାବ ହେତୁ ଅଭିବୃଦ୍ଧି ହାର ଆଗାମୀ ଦଶନ୍ଧି ପାଇଁ କମ୍ ରହିବ। ଆହୁରିମଧ୍ୟ ଅନେକ ଦେଶରେ ମୁଦ୍ରାସ୍ଫୀତି ହାର ଦଶନ୍ଧିର ସବୋଚ୍ଚ ସ୍ତରରେ ପହଞ୍ଚିଛି। ଏଥିରେ ଯୋଗାଣ ଜନିତ ପ୍ରତିବନ୍ଧକ ବଢ଼ିବାର ସମ୍ଭାବନା ରହିଛି। ତେଣୁ ଏଥିଯୋଗ ବିଶ୍ୱରେ ଅଧିକ ସମୟ ପାଇଁ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିବା ଆଶଙ୍କା ଥିବା ବିଶ୍ୱ ବ୍ୟାଙ୍କ କହିଛି।

ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ୨୦୨୧ରୁ ୨୦୨୪ ମଧ୍ୟରେ ବିଶ୍ୱର ଆର୍ଥିକ ଅଭିବୃଦ୍ଧି ହାର ୨.୭ ପ୍ରତିଶତ ରହିବା ସମ୍ଭାବନା ଅଛି, ଯାହା ୧୯୭୬ରୁ ୧୯୭୯ ମଧ୍ୟରେ ଦେଖାଦେଇଥିବା ମାନ୍ଦାବସ୍ଥା ସ୍ଥିତିଠାରୁ ଅଧିକ ଖରାପ ରହିବ। ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୦ରେ ଏହିଭଳି ସ୍ଥିତିରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସୁଧ ହାର ଏତେ ମାତ୍ରାରେ ବୃଦ୍ଧି କରାଯାଇଥିଲା ଯେ ୧୯୮୨ରେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲା।

https://www.thesakala.in/business/world-bank-warns-economic-downfall-in-worlswide-for-russia-ukraine-war/article-12306
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp