ବଜେଟ୍‌ ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ୍‌, ୨୦୨୩ ମାର୍ଚ୍ଚ ସୁଦ୍ଧା ଦେଶରେ ଆରମ୍ଭ ହେବ ୫-ଜି ମୋବାଇଲ ସେବା

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ ନେଇ ସର୍ବେଶେଷ ତଥ୍ୟ  ପ୍ରଦାନ କରିଛନ୍ତି। ନୂଆ ଆର୍ଥିକ ବର୍ଷ ଅର୍ଥାତ  ୨୦୨୨-୨୩ରେ ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ ହେବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶରେ ୫ଜି ସେବା ଆରମ୍ଭ ପାଇଁ ୨୦୨୨ରେ […]

ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବଜେଟ ନେଇ ସର୍ବେଶେଷ ତଥ୍ୟ  ପ୍ରଦାନ କରିଛନ୍ତି। ନୂଆ ଆର୍ଥିକ ବର୍ଷ ଅର୍ଥାତ  ୨୦୨୨-୨୩ରେ ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ ହେବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶରେ ୫ଜି ସେବା ଆରମ୍ଭ ପାଇଁ ୨୦୨୨ରେ ହିଁ ୫ଜି ସ୍ପେକ୍ଟ୍ରମ ନିଲାମ ହେବ ଓ ୨୦୨୩ ମାର୍ଚ୍ଚ ପୂର୍ବରୁ ହିଁ ଦେଶରେ ୫-ଜି ସେବା ଆରମ୍ଭ ହେବ । ଦେଶରେ ଏକ ସୁଦୃଢ ୫-ଜି ବାତାବରଣ ସୃଷ୍ଟି ପାଇଁ ଡିଜାଇନ ଭିତ୍ତିକ ଉତ୍ପାଦନ କ୍ଷେତ୍ରକୁ ପ୍ରେତ୍ସାହନ ଦିଆଯିବ। ପିଏଲଆଇ ବା ଉତ୍ପାଦନ ଭିତ୍ତିକ ପ୍ରେତ୍ସାହନ ସ୍କିମ ମାଧ୍ୟମରେ ଏହି ପ୍ରେତ୍ସାହନ ଦିଆଯିବ । ଏଥି ସହିତ ସବୁ ଗାଁକୁ ଯିବ ଅପ୍ଟିକାଲ ଫାଇଭର। ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ।

About The Author: The Sakala