ମେଲବର୍ଣ୍ଣ: : ବିଶ୍ବର ପ୍ରଥମ ଖେଳାଳି ଭାବେ ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକୋଭିକ ନବମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ଟାଇଟେଲର ବିଜେତା ହୋଇଛନ୍ତି । ପୁରୁଷ ଏକକ ବର୍ଗରେ ଋଷିଆର ଡାନିଲ ମେଡେଭେଡବଙ୍କୁ ୭-୫, ୬-୨, ୬-୨ ସେଟ୍ରେ ହରାଇ ନୋଭାକ ଜୋକୋଭିକ ଚମ୍ପିଆନ ହୋଇଛନ୍ତି। ଏହା ଜୋକଭିକଙ୍କ ନବମ ଅଷ୍ଟ୍ରେଲିଆ ଓପନ ଟାଇଟେଲ ଓ ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ।
ଫାଇନାଲ ମୁକାବିଲାରେ ଋଷିଆର ଡାନିଲ ମେଡେଭେଡବ ଓ ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକୋଭିକ କଡା ମୁକାବିଲାର ଆଶା କରାଯାଉଥିଲା। କାରଣ ଡାନିଲ ମେଡେଭେଡବ ଜଣେ ଦକ୍ଷ ଖେଳାଳି। କିନ୍ତୁ ସର୍ବିଆନ ଟେନିସ ଷ୍ଟାର ନୋଭାକ ଜୋକୋଭିକ ପ୍ରଥମ ସେଟ୍ରୁ ହିଁ ଏକ ତରଫା ଭାବେ ଆଗୁଆ ରହିଚାଲିଲେ। ପ୍ରଥମ ସେଟ୍ରୁ ମେଦେଭେଦେଭଙ୍କ ଖରାପ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଶେଷରେ ସେ ଜୋକୋଭିକଙ୍କଠାରୁ ପରାଜିତ ହୋଇଥିଲେ। ଜୋକୋଭିକ୍ ଲଗାତାର ୩ୟ ଥର ଏବଂ ସର୍ବାଧିକ ୯ଥର ଅଷ୍ଟ୍ରେଲିଆନ୍ ଓପନ ଜିତିବାରେ ବିଶ୍ଵର ପ୍ରଥମ ଖେଳାଳି।