ଆଜି ‘ୱାଲ୍ଡ ଆର୍ଥ ଆୱାର ଡେ’ : ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଇଟ୍

ଭୁବନେଶ୍ବର : ପୃଥିବୀ ମା’ର ସୁରକ୍ଷା ଏବଂ ବିଜୁଳି ଶକ୍ତି ଅପଚୟ ରୋକିବା ଲକ୍ଷ୍ୟ ନେଇ ସାରା ବିଶ୍ୱରେ ପାଳନ ହେଉଛି ‘ଆର୍ଥ ଆୱାର’। ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା, ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେବ ଆର୍ଥ ଆୱାର । ଜଳବାୟୁ ପରିବର୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତ୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ […]

ଭୁବନେଶ୍ବର : ପୃଥିବୀ ମା’ର ସୁରକ୍ଷା ଏବଂ ବିଜୁଳି ଶକ୍ତି ଅପଚୟ ରୋକିବା ଲକ୍ଷ୍ୟ ନେଇ ସାରା ବିଶ୍ୱରେ ପାଳନ ହେଉଛି ‘ଆର୍ଥ ଆୱାର’। ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା, ଗୋଟିଏ ଘଣ୍ଟା ପାଇଁ ସାରା ବିଶ୍ୱରେ ପାଳିତ ହେବ ଆର୍ଥ ଆୱାର । ଜଳବାୟୁ ପରିବର୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତ୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ କାର୍ଯ୍ୟାଳୟ ଗୁଡ଼ିକରେ ଗୋଟିଏ ଘଣ୍ଟା ପାଇଁ ବିଜୁଳି ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ପ୍ରତିବର୍ଷ ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଇ ଆସୁଛି । ଏହି କ୍ରମରେ ଚଳିତ ବର୍ଷର ଥିମ୍‌ ରହିଛି “The Power of Nature”।

୨୦୦୭ରେ ଅଷ୍ଟ୍ରେଲିଆର ସିଡ୍‌ନୀ ସହରରେ ଲୋକମାନେ ଘଣ୍ଟାଏ ଲାଇଟ୍‌ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ସେବେଠାରୁ ୧୯୦ରୁ ଅଧିକ ଦେଶରେ ପ୍ରତିବର୍ଷ  ‘ଆର୍ଥ ଆୱାର୍‌’କୁ ପାଳନ କରାଯାଉଛି । ଗତବର୍ଷ ‘ଆର୍ଥ ଆୱାର୍‌’ ସମୟରେ ଲୋକେ ୧୭୧ ମେଗାୱାଟ୍‌ ବିଜୁଳି ସଞ୍ଚୟ କରିଥିଲେ । ଏହାପୂର୍ବରୁ ୨୦୨୧ରେ ୩୩୪ ମେଗାୱାଟ୍‌, ୨୦୨୦ରେ ୭୯ ବିଜୁଳି ସଂଚୟ ହୋଇଥିଲା । ‘ଆର୍ଥ ଆୱାର୍‌’ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ବିଜୁଳି ସଂଚୟ ସହ ପ୍ରକୃତିର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା । ଶେଷରେ ଏତିକି କୁହାଯାଇପାରେ ଆର୍ଥ ଆୱାର ପାଳନ କରିବା ନକରିବା ବିଦ୍ୟୁତ ବ୍ୟବହାରକାରୀଙ୍କ ମାନସିକତା ଓ ମହତ ଉଦେଶ୍ୟ ଉପରେ ନିର୍ଭର କରିଥାଏ।

ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ଦହନ ହୋଇ ପ୍ରଚୁର ପରିମାଣରେ କଳାଧୁଆଁ ବା ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶେ। କୁପ୍ରଭାବ ସ୍ୱରୂପ ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତ, ବିଜୁଳି ଘଡ଼ଘଡ଼ି, ଓଜନ ସ୍ତରରେ ହ୍ରାସ ବନ୍ୟାବାତ୍ୟା ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ଦୃଶ୍ୟମାନ ହେଉଛି। ପରିବେଶ ନିଜର ସନ୍ତୁଳନ ରକ୍ଷା କରି ପାରୁ ନାହିଁ। ଆଉ ଧିରେଧିରେ ପୃଥିବୀର ଜଳବାୟୁ ଓ ପାକୃତିକ ବିବିଧତା ବିପଦ ଆଡ଼କୁ ଠେଲି ହୋଇ ଚାଲିଛି । ଯାହାକୁ ଲକ୍ଷ୍ୟ କରି ଏହି ୱାଲ୍ଡ ଆର୍ଥ ଆୱାର ଡେ ପାଳନ କରାଯାଉଛି।

About The Author: The Sakala