୨୦୨୪ ନିର୍ବାଚନରେ ଓଡିଶା ରାଜନୀତିରେ କିଛି ପରିବର୍ତ୍ତନ ହେବନି, ବିଜେଡି ବହୁ ପରିମାଣରେ ଜିତିବ : ଦାମୋଦର ରାଉତ

ଭୁବନେଶ୍ବର :  : ୨୦୨୪ ସାଧାରଣ ନିର୍ବାଚନରେ ଓଡିଶା ରାଜନୀତିରେ କିଛି ପରିବର୍ତ୍ତନ ହେବନି। ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହାଁନ୍ତି । ୨୦୨୪ରେ ବିଜେଡି ବହୁ ପରିମାଣରେ ଜିତିବ ଆଉ ନବୀନ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। କୌଣସି ଦଳ ପାଇଁ ଓକିଲାତି କରୁନି ବରଂ ମୁଁ ମୋ ଅନୁଭବରୁ କହୁଛି ବୋଲି ଦାମ ରାଉତ କହିଛନ୍ତି। ଏଥି ସହିତ ରାଜନୈତିକ ସ୍ଥିତି ବର୍ତ୍ତମାନ ଓଡ଼ିଶାରେ ଯାହା ବିଜେଡି ସର୍ବାଧିକ […]

ଭୁବନେଶ୍ବର :  : ୨୦୨୪ ସାଧାରଣ ନିର୍ବାଚନରେ ଓଡିଶା ରାଜନୀତିରେ କିଛି ପରିବର୍ତ୍ତନ ହେବନି। ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହାଁନ୍ତି । ୨୦୨୪ରେ ବିଜେଡି ବହୁ ପରିମାଣରେ ଜିତିବ ଆଉ ନବୀନ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। କୌଣସି ଦଳ ପାଇଁ ଓକିଲାତି କରୁନି ବରଂ ମୁଁ ମୋ ଅନୁଭବରୁ କହୁଛି ବୋଲି ଦାମ ରାଉତ କହିଛନ୍ତି। ଏଥି ସହିତ ରାଜନୈତିକ ସ୍ଥିତି ବର୍ତ୍ତମାନ ଓଡ଼ିଶାରେ ଯାହା ବିଜେଡି ସର୍ବାଧିକ ଭୋଟ ପାଇବ। ବିଜେପି ଆଉ କଂଗ୍ରେସରେ ବିକଳ୍ପର ଅଭାବ ହେତୁ ଲୋକ ବିଜେଡିକୁ ଭୋଟ ଦେଇ ଜିତେଇବେ।

ବିଜେପି ନିଜକୁ ମଜଭୁତ୍ କରିପାରିନାହିଁ। ଦଳରେ ନିଜ ନିଜ ଭିତରେ କନ୍ଦଳ ଦେଖାଦେଉଛି। ଆଉ କଂଗ୍ରେସ ଏବେ ଲଢିବା ସ୍ଥିତିରେ ନାହିଁ। ପିସିସି ସଭାପତି ଶରତ ପଟ୍ଟନାୟକ ଯେଉଁ ଡାକରା ଦେଇଥିଲେ ୯ ରୁ ୯୦ ତାହା କିଛି ବି କାର୍ଯ୍ୟକାରୀ ହୋଇପାରିନାହିଁ। ବର୍ତ୍ତମାନ କଂଗ୍ରେସ ଯେଉଁ ସ୍ଥିତିରେ ରହିଛି, ଏପରି ହେଲେ ଦଳ ୨୪ରେ ଅସ୍ଥିତ୍ବ ହରାଇବ।

ଭୁବନେଶ୍ୱରରେ ରହି ବାଇଟ୍‌ ଦେଲେ କିଛି ଲାଭ ହେବନି : ନରସିଂହ ମିଶ୍ର

ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏକ ପ୍ରଶ୍ନରେ ନରସିଂହ କହିଛନ୍ତି ଯେ, ରାଜନୈତିକ ପାଣିପାଗର ଭାବିଷ୍ୟତ୍ୱବାଣୀ ଦେବା କଷ୍ଟକର। ରାଜନୀତିରେ ୨୦୨୪ରେ କଣ ହେବ ଆକଳନ କରହେବ ନାହିଁ। କିନ୍ତୁ ମୋର ଆଶା କଂଗ୍ରେସ ଅତୀତର ଦୋଷ ଦୁର୍ବଳତାକୁ ଭୁଲି ଆତ୍ମସମୀକ୍ଷା କରିବ। ଗୁରୁତର ସହ ବିଚାର କରି ନିଷ୍ପତି ନେବ। ଆମ ନେତା ଖାଲି ଭୁବନେଶ୍ୱରରେ ରହି ରାଜନୀତି କରି ଗଣମାଧ୍ୟମରେ ବାଇଟ ଦେଲେ ଦଳର କିଛି ଲାଭ ହେବନି ବୋଲି ନରସିଂହ କହିଛନ୍ତି ।

About The Author: The Sakala