ରାଜଭବନ ନବୀକରଣ ଭବନ ଉଦଘାଟନ କଲେ ରାଜ୍ୟପାଳ, ଧର୍ମପତ୍ନୀ ସ୍ବର୍ଗତା ଶୁଶିଳା ଦେବୀଙ୍କ ସ୍ମୃତିରେ କଲେ ଉତ୍ସଗୀକୃତ

ପୁରୀ: ମହାମହିମ ରଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନିଦିନିଆ ପୁରୀ ଗସ୍ତରେ ଆସି ଗୁରୁବାର ପୂର୍ବାହ୍ନରେ ରାଜ ଭବନରେ ପହଞ୍ଚିଛନ୍ତି । ରାଜଭବନର ନବୀକରଣ ଭବନକୁ ରାଜ୍ୟପାଳ ଉଦଘାଟନ କରିଛନ୍ତି । ଗତ ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଅବସରରେ ରାଜ୍ୟପାଳ ରାଜଭବନ ପରିସରରେ ଥିବା ଶୀଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏହି ଉପବନକୁ ସେ ତାଙ୍କ ଧର୍ମପତ୍ନୀ ସ୍ବର୍ଗତା ଶୁଶିଳା ଦେବୀଙ୍କ ସ୍ମୃତିରେ ଉତ୍ସଗୀକୃତ […]

ପୁରୀ: ମହାମହିମ ରଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନିଦିନିଆ ପୁରୀ ଗସ୍ତରେ ଆସି ଗୁରୁବାର ପୂର୍ବାହ୍ନରେ ରାଜ ଭବନରେ ପହଞ୍ଚିଛନ୍ତି । ରାଜଭବନର ନବୀକରଣ ଭବନକୁ ରାଜ୍ୟପାଳ ଉଦଘାଟନ କରିଛନ୍ତି । ଗତ ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଅବସରରେ ରାଜ୍ୟପାଳ ରାଜଭବନ ପରିସରରେ ଥିବା ଶୀଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏହି ଉପବନକୁ ସେ ତାଙ୍କ ଧର୍ମପତ୍ନୀ ସ୍ବର୍ଗତା ଶୁଶିଳା ଦେବୀଙ୍କ ସ୍ମୃତିରେ ଉତ୍ସଗୀକୃତ କରିଛନ୍ତି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ପ୍ରମୋଦ ମେହେର୍ଦ୍ଦା, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଗୃହ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ଚନ୍ଦ୍ର ତ୍ରିପାଠୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ।

About The Author: The Sakala