ମୁମ୍ବାଇ : ଦେଶବାସୀଙ୍କୁ ମିଳିବନି ଆଶ୍ବସ୍ତି। ଆହୁରି ବୃଦ୍ଧି ପାଇବ ଦରଦାମ। ଦେଶରେ ଏବେ ନିୟନ୍ତ୍ରଣ ବାହାରେ ମୁଦ୍ରାସ୍ଫୀତି। ଏହାକୁ ନେଇ ଚିନ୍ତାରେ ସରକାର। ଏଥିପାଇଁ ପୁଣି ଥରେ ବଢ଼ିଛି ସୁଧହାର। ଆରବିଆଇର ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ରେପୋ ହାର ୪.୯% ରୁ ୫.୪୦% କୁ ବୃଦ୍ଧି ପାଇଛି। ମୁଦ୍ରାସ୍ପିତି ହାରକୁ ନିୟନ୍ତ୍ରଣ ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ରେପୋ ରେଟ ବଢ଼ାଇବା ପରେ ମହଙ୍ଗା ହେବ ଗୃହ ଓ କାର ଋଣ । ରେପୋ ରେଟ ବୃଦ୍ଧି ପାଇବା ପରେ ମୁଦ୍ରାସ୍ପୀତି ଉପରେ ନିୟନ୍ତ୍ରଣ ଆସିବ ବୋଲି ଆରବିଆଇ ଆଶା ରଖିଛି ।
ଗତ ୪ମାସ ଭିତରେ ରେପୋରେଟ ୧.୪ ପ୍ରତିଶତ ବଢ଼ିଲାଣି । ଜୁନ୍ ମାସରେ ମୁଦ୍ରାସ୍ପିତି ୭ ପ୍ରତିଶତ ଥିଲା ଏହାକୁ ଦେଖି ମନ୍ଥଲି ପଲିସି କମିଟି ରେପୋରେଟ ବଢାଇବାକୁ ନିଷ୍ପତ୍ତି ନେଇଥିଲା ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରି ପଲିସି କମିଟିର ୬ ଜଣିଆ ସଦସ୍ୟ ରେପୋରେଟ ବଢ଼ାଇବା ସପକ୍ଷରେ ମତ ଦେଇଥିଲେ । ତେବେ ରେପୋରେଟ ବଢ଼ାଇବା ପରେ ୨୦୨୨-୨୩ରେ ମୁଦ୍ରାସ୍ପିତି ୬.୭ ପ୍ରତିଶତକୁ ଖସିବ ବୋଲି ଆଶା ରଖିଛି ଆରବିଆଇ ।