ଦେଶବାସୀଙ୍କୁ ଆରବିଆଇର ଝଟ୍‌କା : ପୁଣି ବଢିଲା ରେପୋ ରେଟ୍, ମହଙ୍ଗା ହେବ EMI

ନୂଆଦିଲ୍ଲୀ : ଦେଶର ସାଧାରଣ ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଝଟକା ଦେଇଛି। ନୂଆ ବର୍ଷ ୨୦୨୩ରେ ପୁଣିଥରେ ରେପୋ ରେଟ୍‌ ବଢାଇ କୋଟି କୋଟି ଦେଶବାସୀଙ୍କୁ ପୁଣି ଥରେ ଚକିତ କରିଛି ଆରବିଆଇ। ଗତବର୍ଷ ଏବଂ ଚଳିତ ବର୍ଷରେ ଆଜି ରୋପା ରେଟ୍‌ ବୃଦ୍ଧି ସହ କ୍ରମାଗତ ଷଷ୍ଠଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ରେ ବୃଦ୍ଧି ନେଇ ଘୋଷଣା କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୨୫ ବେସିସ୍‌ ପ‌ଏଣ୍ଟ୍‌ ବଢ଼ାଇବା […]

ନୂଆଦିଲ୍ଲୀ : ଦେଶର ସାଧାରଣ ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଝଟକା ଦେଇଛି। ନୂଆ ବର୍ଷ ୨୦୨୩ରେ ପୁଣିଥରେ ରେପୋ ରେଟ୍‌ ବଢାଇ କୋଟି କୋଟି ଦେଶବାସୀଙ୍କୁ ପୁଣି ଥରେ ଚକିତ କରିଛି ଆରବିଆଇ। ଗତବର୍ଷ ଏବଂ ଚଳିତ ବର୍ଷରେ ଆଜି ରୋପା ରେଟ୍‌ ବୃଦ୍ଧି ସହ କ୍ରମାଗତ ଷଷ୍ଠଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ରେ ବୃଦ୍ଧି ନେଇ ଘୋଷଣା କରିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୨୫ ବେସିସ୍‌ ପ‌ଏଣ୍ଟ୍‌ ବଢ଼ାଇବା ଫଳରେ ଏବେ ରେପୋ ରେଟ୍ ୬.୨୫ରୁ ବଢି ୬.୫୦ ପ୍ରତିଶତ ହୋଇଛି। ବିଶ୍ବ ଅର୍ଥନୈତିକ ଚିନ୍ତାଧାରା ମଧ୍ୟରେ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଆରବିଆଇ ରେପୋ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଆରବିଆଇର ମୁଦ୍ରା ସମୀକ୍ଷା ନୀତି ପରେ ରେପୋ ହାରରେ ଏହି ପରିବର୍ତ୍ତନ ଘୋଷଣା କରିଛିନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଗଣମାଧ୍ୟମକୁ ଏନେଇ ସୂଚନା ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି

ମୁଦ୍ରା ନୀତି କମିଟି ବୈଠକରେ ମୂଲ୍ୟାଙ୍କନକୁ ଆଧାର କରି ଏହି ନିଷ୍ପତ୍ତି ନେଇଛନ୍ତି । ମୁଦ୍ରାସ୍ଫୀତି ବୃଦ୍ଧି ପାଇବାରେ ଲାଗିଛି।  ମୁଦ୍ରାସ୍ଫୀତିଜନିତ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ସଂଗ୍ରାମ ମଧ୍ୟ ଚାଲିଛି। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପରେ ବୈଶ୍ବିକସ୍ତରରେ ମୁଦ୍ରାସ୍ଫୀତି ବ୍ୟାପକ ଆକାରରେ ବୃଦ୍ଧି ପାଇ ଚାଲିଛି।  ଯେଉଁଥି ପାଇଁ ଆମେ ମଧ୍ୟ ରେପୋ ରେଟ୍‌ ବୃଦ୍ଧି ପରିବା ଭଳି କଠୋର ନିଷ୍ପତ୍ତି ନେଉଛୁ।

ମହଙ୍ଗା ହେବ EMI

ରେପୋ ହାରରେ ଏହି ବୃଦ୍ଧି ହେତୁ ଋଣ ନେଉଥିବା ଗ୍ରାହକମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବେ। ରେପୋ ହାର ବୃଦ୍ଧି ପରେ ବର୍ତ୍ତମାନ ଘର, କାର୍‌ ଏବଂ ପର୍ସନାଲ ଋଣ ମହଙ୍ଗା ହେବ ଏବଂ EMI ଭାର ବୃଦ୍ଧି ହେବ।  ଆରବିଆଇ ତରଫରୁ ରେପୋ ହାର ବୃଦ୍ଧି କରିବାର ପ୍ରଭାବ ବ୍ୟାଙ୍କଗୁଡିକର କୋଟି କୋଟି ଗ୍ରାହକଙ୍କୁ ପ୍ରଭାବିତ କରିବ । ରେପୋ ରେଟ୍ ବୃଦ୍ଧି ସହିତ ଗ୍ରାହକଙ୍କୁ ବ୍ୟାଙ୍କଗୁଡିକ ଦେଇଥିବା ଲୋନ୍‌ ମହଙ୍ଗା ହେବ । ସୁଧ ହାର ବୃଦ୍ଧିର ପ୍ରଭାବ EMI ଉପରେ ରହିବ ।

ରେପୋ ରେଟ୍ କ’ଣ?

ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍‌ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ହାରର ଅର୍ଥ ହେଉଛି ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଏବଂ ପର୍ସନାଲ ଲୋନ୍‌ ଉପରେ ସୁଧ ହାର ବୃଦ୍ଧି ପାଇବ।  ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ।

About The Author: The Sakala