ଷ୍ଟାର ଚିହ୍ନ ଥିବା ନୋଟ୍ ଅସଲି ନା ନକଲି, ଦ୍ବନ୍ଦ୍ବ ଦୂରକଲା ଆରବିଆଇ

ନୂଆଦିଲ୍ଲୀ: ଷ୍ଟାର ଚିହ୍ନ ଥିବା ନୋଟକୁ ନେଇ ଦ୍ବନ୍ଦ୍ବ ଉପୁଜିବା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ( ଆରବିଆଇ ) ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଷ୍ଟାର୍ ଚିହ୍ନ ରହିଥିବା ନୋଟ ସମ୍ପୂର୍ଣ୍ଣ  ଅସଲି ଓ ଏହା ବୈଧ ବୋଲି ଆର୍‌ବିଆଇ କହିଛି। ସ୍ପଷ୍ଟୀକରଣରେ ଆର୍‌ବିଆଇ କହିଛି ଯେ, ପ୍ରିଫିକ୍ସ ଓ ସିରିଏଲ୍‌ ନମ୍ବରର ମଝିରେ ଷ୍ଟାର ଚିହ୍ନ ଯୋଡା ଯାଇଥାଏ। କୌଣସି ନୋଟ୍ ବଦଳ କଲେ କିମ୍ବା ନୋଟ୍‌ ଓଦା ହୋଇ ଖରାପ ହୋଇଗଲେ ସେହି […]

ନୂଆଦିଲ୍ଲୀ: ଷ୍ଟାର ଚିହ୍ନ ଥିବା ନୋଟକୁ ନେଇ ଦ୍ବନ୍ଦ୍ବ ଉପୁଜିବା ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ( ଆରବିଆଇ ) ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଷ୍ଟାର୍ ଚିହ୍ନ ରହିଥିବା ନୋଟ ସମ୍ପୂର୍ଣ୍ଣ  ଅସଲି ଓ ଏହା ବୈଧ ବୋଲି ଆର୍‌ବିଆଇ କହିଛି।

ସ୍ପଷ୍ଟୀକରଣରେ ଆର୍‌ବିଆଇ କହିଛି ଯେ, ପ୍ରିଫିକ୍ସ ଓ ସିରିଏଲ୍‌ ନମ୍ବରର ମଝିରେ ଷ୍ଟାର ଚିହ୍ନ ଯୋଡା ଯାଇଥାଏ। କୌଣସି ନୋଟ୍ ବଦଳ କଲେ କିମ୍ବା ନୋଟ୍‌ ଓଦା ହୋଇ ଖରାପ ହୋଇଗଲେ ସେହି ନୋଟର ନମ୍ବରରେ ପ୍ରିଫିକ୍ସ ସହ ଷ୍ଟାର ସିମ୍ବଲ ଯୋଡ଼ାଯାଇ ଏହାକୁ ପୁନଃ ଛପାଯାଇଥାଏ। ତେଣୁ ଯଦି ଆପଣଙ୍କ ପାଖରେ ଏଭଳି ଷ୍ଟାର୍ ସିମ୍ବଲ ଥିବା ନୋଟ୍ ରହିଛି ତେବେ ସେ ନୋଟ୍ ପୂର୍ବରୁ ବଦଳାଯାଇଥିବ କିମ୍ବା ଓଦା ହୋଇ ଖରାପ ହୋଇଯିବା ପରେ ଆର୍‌ବିଆଇ ଏହାକୁ ପୁନଃ ଛାପିଥିବ। ତେବେ ଏହା ସମ୍ପୂର୍ଣ୍ଣ ବୈଧ। ଷ୍ଟାର ଚିହ୍ନ ନଥିବା ନୋଟ୍ ଭଳି ଏହି ନୋଟ୍ ବି ପ୍ରଚଳିତ ହେଉଛି ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି।

 

About The Author: The Sakala