ପାକିସ୍ତାନ ବିରୋଧରେ ଭାରତର ‘ଡିଜିଟାଲ୍‌ ଷ୍ଟ୍ରାଇକ୍‌’: ଭାରତରେ ବ୍ୟାନ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ‘ଡିଜିଟାଲ୍‌ ଷ୍ଟ୍ରାଇକ୍‌’ । ଭାରତରେ ବ୍ୟାନ ହେଲା ପାକିସ୍ତାନ ଟ୍ୱିଟର ଆକାଉଣ୍ଟ । ପାକିସ୍ତାନ ବିରୋଧରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ ପଦକ୍ଷେପ । ଦେଶ ବିରୋଧି କାର୍ଯ୍ୟକଳାପକୁ ରୋକିବା ଦିଗରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି। କିଛି ସଂଗଠନ ଭାରତରେ ରହି ଆତଙ୍କୀ ଗତିବିଧିକୁ ସଫଳ କରାଉଥିବା ଅଭିଯୋଗ ପରେ ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ନିକଟ ଅତୀତରେ କେନ୍ଦ୍ର ଗୃହ […]

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ‘ଡିଜିଟାଲ୍‌ ଷ୍ଟ୍ରାଇକ୍‌’ । ଭାରତରେ ବ୍ୟାନ ହେଲା ପାକିସ୍ତାନ ଟ୍ୱିଟର ଆକାଉଣ୍ଟ । ପାକିସ୍ତାନ ବିରୋଧରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ ପଦକ୍ଷେପ । ଦେଶ ବିରୋଧି କାର୍ଯ୍ୟକଳାପକୁ ରୋକିବା ଦିଗରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି। କିଛି ସଂଗଠନ ଭାରତରେ ରହି ଆତଙ୍କୀ ଗତିବିଧିକୁ ସଫଳ କରାଉଥିବା ଅଭିଯୋଗ ପରେ ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର।

ନିକଟ ଅତୀତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଜାତୀୟ ସୁରକ୍ଷା ଏଜେନ୍ସି (ଏନଆଇଏ) ଏବଂ ଇଡି ସମେତ ଅନ୍ୟାନ୍ୟ ସଂସ୍ଥା ଅନେକ ସଂଗଠନ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ସମୟରେ ବହୁ ସଂଖ୍ୟକ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ପାକିସ୍ତାନ ଉପରେ ଭାରତ ଡିଜିଟାଲ୍‌ ଷ୍ଟ୍ରାଇକ୍‌ କରିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ମୋଦି ସରକାରଙ୍କ ଦ୍ୱାରା ୫୫ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଜାତୀୟ ବିରୋଧୀ ବିଷୟ ବସ୍ତୁ ଥିବା ଦୁଇଟି ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଜାନୁଆରୀ ୨୦୨୨ ଏବଂ ଡିସେମ୍ବର ୨୦୨୧ରେ ଭାରତ ପାକିସ୍ତାନ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି । ତେବେ ପାକିସ୍ତାନର ଟ୍ୱିଟର ହ୍ୟାଣ୍ଡେଲ ଉପରେ ନିଷେଧାଦେଶ ସମ୍ପର୍କରେ ଭାରତ ସରକାର କୌଣସି ବିବୃତ୍ତି ଦେଇନାହାଁନ୍ତି ।

About The Author: The Sakala