ପାକିସ୍ତାନୀ ସେନାକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ, ୯ ସୈନ୍ୟ ନିହତ

ଇସ୍‌ଲମାବାଦ: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ ୯ ଜଣ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନୀ ସେନାର ଏକ ଦଳକୁ ଟାର୍ଗେଟ କରି ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୯ ଜଣ ପାକିସ୍ତାନୀ ସେନା ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଖାଇବର ପଖତୁନଖ୍‌ବେ ପ୍ରୋଭିନ୍ସର ବାନ୍ନୁ ଜିଲ୍ଲାରେ ଘଟିଛି ଏହି ବିସ୍ଫୋରଣ । ଏକ ବାଇକରେ ଆସି ନିଜକୁ ବିସ୍ଫୋରଣ କରିଥିଲା ଜଣେ ଆତତାୟୀ । […]

ଇସ୍‌ଲମାବାଦ: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ ୯ ଜଣ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି । ପାକିସ୍ତାନୀ ସେନାର ଏକ ଦଳକୁ ଟାର୍ଗେଟ କରି ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୯ ଜଣ ପାକିସ୍ତାନୀ ସେନା ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଖାଇବର ପଖତୁନଖ୍‌ବେ ପ୍ରୋଭିନ୍ସର ବାନ୍ନୁ ଜିଲ୍ଲାରେ ଘଟିଛି ଏହି ବିସ୍ଫୋରଣ । ଏକ ବାଇକରେ ଆସି ନିଜକୁ ବିସ୍ଫୋରଣ କରିଥିଲା ଜଣେ ଆତତାୟୀ ।

ମାସକ ଭିତରେ ଖାଇବର ପଖତୁନଖ୍ୱାରେ ଏହା ଦ୍ୱିତୀୟ ବୋମା ବିସ୍ଫୋରଣ ମାମଲା। ଏହା ପୂର୍ବରୁ ଜୁଲାଇ ୩୦ ତାରିଖରେ ଏକ ରାଜନୈତିକ ଦଳ ବୈଠକରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଥିରେ ପାଖାପାଖି ୫୪ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ।

About The Author: The Sakala