ଏଣିକି ସୁବିଧା ହେବ ଜମିଜମା ପଞ୍ଜୀକରଣ, ଲଞ୍ଚ ହେଲା ଇ-ରେଜିଷ୍ଟ୍ରେଶନ ଆପ୍ …

ଭୁବନେଶ୍ୱର: ଏଣିକି ସୁବିଧା ହେବ ଜମିଜମା ପଞ୍ଜୀକରଣ। ଛୋଟମୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଆଇ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ। ମୋବାଇଲ ଆପରେ ମିଳିବ ସମସ୍ତ ରାଜସ୍ବ ସେବା ମିଳିଯିବ। ଏନେଇ ଇ-ରେଜିଷ୍ଟ୍ରେଶନ ଆପ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆପ୍‌କୁ ଉନ୍ମୋଚନ କରିଛନ୍ତି। ବିଭିନ୍ନ କାଗଜପତ୍ର ଅନଲାଇନରେ ଡାଉନଲୋଡ, ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ, ସ୍ଲଟ୍ ସ୍ଥିତି ଜାଣିବା,  ନିଜର ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ପ୍ରମାଣୀକୃତ […]

ଭୁବନେଶ୍ୱର: ଏଣିକି ସୁବିଧା ହେବ ଜମିଜମା ପଞ୍ଜୀକରଣ। ଛୋଟମୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ଆର୍‌ଆଇ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ। ମୋବାଇଲ ଆପରେ ମିଳିବ ସମସ୍ତ ରାଜସ୍ବ ସେବା ମିଳିଯିବ। ଏନେଇ ଇ-ରେଜିଷ୍ଟ୍ରେଶନ ଆପ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆପ୍‌କୁ ଉନ୍ମୋଚନ କରିଛନ୍ତି।

ବିଭିନ୍ନ କାଗଜପତ୍ର ଅନଲାଇନରେ ଡାଉନଲୋଡ, ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ, ସ୍ଲଟ୍ ସ୍ଥିତି ଜାଣିବା,  ନିଜର ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ପ୍ରମାଣୀକୃତ ନକଲ ପାଇଁ ଆବେଦନ, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା ସହ ପରିଦର୍ଶକ ମୂଳକ ପଞ୍ଜୀକରଣ ନିମନ୍ତେ ମଧ୍ୟ ଏହି ଆପରେ ଆବେଦନ କରିପାରିବେ। ଏଥିସହିତ ସେବା ସମ୍ବନ୍ଧୀୟ ମତାମତ ମଧ୍ୟ ଏହି ଆପ୍‌ ଯୋଗେ ଦେଇପାରିବେ।

About The Author: The Sakala