ସୁନା ଇଟା ଦେବାକୁ କହି ୨୦ ଲକ୍ଷ ଠକିନେଲେ ଦୁର୍ବୁତ୍ତ

ଗରଦପୁର: ସୁନା ଇଟା ଦେବାକୁ କହି ୨୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ୨୦ ଲକ୍ଷ ଟଙ୍କାରେ କୋଟିଏ ଟଙ୍କାର ସୁନା ବିସ୍କୁଟ ଦେବାକୁ କହି ଏହି ଠକେଇ ହୋଇଛି । ୫ ଗୁଣା ଲାଭର ଲୋଭ ଦେଖାଇ ଏହି ଟଙ୍କା ଦୁର୍ବୁତ୍ତ ଠକିନେଇଛନ୍ତି । ଏହିଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧିନ ଗରଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଲା ଗରଦପୁର […]

ଗରଦପୁର: ସୁନା ଇଟା ଦେବାକୁ କହି ୨୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ୨୦ ଲକ୍ଷ ଟଙ୍କାରେ କୋଟିଏ ଟଙ୍କାର ସୁନା ବିସ୍କୁଟ ଦେବାକୁ କହି ଏହି ଠକେଇ ହୋଇଛି । ୫ ଗୁଣା ଲାଭର ଲୋଭ ଦେଖାଇ ଏହି ଟଙ୍କା ଦୁର୍ବୁତ୍ତ ଠକିନେଇଛନ୍ତି । ଏହିଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧିନ ଗରଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଲା ଗରଦପୁର ବ୍ଳକର ଜଣେ ସରକାରୀ କର୍ମଚାରୀ, କୁଜି ନେତା, ସେହି ବ୍ଲକର ଜଣେ ଗାଡି ଡ୍ରାଇଭର, ଗରଦପୁର ଅଞ୍ଚଳର ଜଣେ ନାମିଦାମୀ ବଣିଆ ଆଉ ପାଟକୁରା ଅଞ୍ଚଳର ଠିକାଦାର ଏହି ଠକାମୀର ଶିକାର ହୋଇଥିବା ଖବର ମିଳିଛି ।

ଗତ କିଛିଦିନ ତଳେ ଠିକାଦାରଙ୍କୁ ତାଙ୍କ ଟଙ୍କାର ୫ ଗୁଣା କରିଦେବାକୁ ନେଇ ଯୋଗାଯୋଗ କରାଯାଇଥିଲା । ପରେ ନିରଞ୍ଜନଙ୍କୁ ବିଶ୍ୱାସ ଜନ୍ମେଇବାକୁ ୨ ଶହ ଗ୍ରାମର ଏକ ଅସଲି ସୁନା ଦିଆଯାଇଥିଲା l ଏହାପରେ ନିରଞ୍ଜନ ଗରଦପୁର ବ୍ଲକର କେତେଜଣ ଷ୍ଟାଫ ଆଉ କୁଜି ନେତାଙ୍କୁ ଏଥିରେ ସାମିଲ କରିଥିଲେ । ସୁନା ଇଟା ଆଣିବାକୁ ପାଟକୁରାରୁ ଏକ କାର ଯୋଗେ ବାଲେଶ୍ଵର ଯାଇଥିଲେ l ସେଠାରେ ସନ୍ଧ୍ୟା ସମୟରେ ପହଞ୍ଚି ସୁନା ଇଟା ଦେଉଥିବା ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ । ସେହି ବ୍ୟକ୍ତି ଜଣକ ୨୦ ଲକ୍ଷ ଟଙ୍କା ନେଇ ସୁନା ବିସ୍କୁଟ ଦେଇଥିଲେ । ସାଙ୍ଗରେ ଯାଇଥିବା ବଣିଆ ଜଣଙ୍କ ସେହି ସୁନା ଇଟାକୁ ପରୀକ୍ଷା କରିଥିଲେ । ସବୁ ଠିକ ଥିବା ପରୀକ୍ଷାରୁ ଜାଣିବା ପରେ ଗରଦପୁରରେ ପହଞ୍ଚିଥିଲେ । ସେଠାରୁ ଆଣିଥିବା ସୁନା ଇଟାକୁ ତରଲେଇବାରୁ ସବୁ ତମ୍ବା ବାହାରିଥିଲା । କେବଳ ଇଟାର ଉପରଂସଟି ସୁନା କୋଟେଡ଼ ହୋଇଥିଲା l ତେବେ ଉପରିସ୍ଥ କୋଟେଡ଼ ସୁନାର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ହେବ ବୋଲି ଜାଣିବାକୁ ମିଳିଛି । ଏହାପରେ ପୁଣିଥରେ ଠକାମିର ଶିକାର ହୋଇଥିବା ଅଭିଯୋଗକାରୀମାନେ ବାଲେଶ୍ଵର ଯାଇ ଦୁର୍ବୁତ୍ତ ଖୋଜାଖୋଜି କରି କାନମୁଣ୍ଡ ଆଉଁଶି ନିରାଶ ହୋଇ ଘରକୁ ଫେରିଥିଲେ । ଏହାପରେ ଘଟଣାଟି ପ୍ରଘଟ ହେବା ପରେ ସମଗ୍ର ପାଟକୁରା ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

About The Author: The Sakala