୧୬ ବିଦ୍ରୋହୀ ବିଧାୟକଙ୍କୁ ଉପ-ବାଚସ୍ପତିଙ୍କ ନୋଟିସ୍, ୨୭ତାରିଖ ସନ୍ଧ୍ୟା ସୁଦ୍ଧା ରଖିବେ ଜବାବ୍

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି। କେଉଁ ମୁହୁର୍ତ୍ତରେ ସେଠି କଣ ହେଉଛି ତାହା କହିବା ସମ୍ଭବ ନୁହେଁ। ମହାରାଷ୍ଟ୍ର ରାଜନୀତିରେ ଲଗାତାର ଟ୍ୱିଷ୍ଟ ଭିତରେ ଶିବସେନା ପକ୍ଷରୁ ସେନା ଭବନରେ ଜାତୀୟ କାର୍ୟ୍ୟକାରିଣୀ କମିଟି ବୈଠକ ଡକାଯାଇଥିଲା। ଅପରାହ୍ନ ୧ଟାରେ ବୈଠକ ଆରମ୍ଭ ହୋଇଥିବା ବେଳେ ଏହି ବୈଠକରେ ୧୬ଜଣ ବିଦ୍ରୋହୀ ବିଧାୟକ ଯୋଗ ଦେଇନଥିଲେ। ଏବେ ଯୋଗ ଦେଇନଥିବା ୧୬ଜଣଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି […]

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି। କେଉଁ ମୁହୁର୍ତ୍ତରେ ସେଠି କଣ ହେଉଛି ତାହା କହିବା ସମ୍ଭବ ନୁହେଁ। ମହାରାଷ୍ଟ୍ର ରାଜନୀତିରେ ଲଗାତାର ଟ୍ୱିଷ୍ଟ ଭିତରେ ଶିବସେନା ପକ୍ଷରୁ ସେନା ଭବନରେ ଜାତୀୟ କାର୍ୟ୍ୟକାରିଣୀ କମିଟି ବୈଠକ ଡକାଯାଇଥିଲା। ଅପରାହ୍ନ ୧ଟାରେ ବୈଠକ ଆରମ୍ଭ ହୋଇଥିବା ବେଳେ ଏହି ବୈଠକରେ ୧୬ଜଣ ବିଦ୍ରୋହୀ ବିଧାୟକ ଯୋଗ ଦେଇନଥିଲେ। ଏବେ ଯୋଗ ଦେଇନଥିବା ୧୬ଜଣଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଜାରି କରାଯାଇଥିବା ନୋଟିସ‌ରେ ଜୁନ୍ ୨୭ତାରିଖ ସନ୍ଧ୍ୟା ୫.୩୦ଭିତରେ ଉତ୍ତର ଦେବାକୁ କୁହାଯାଇଛି। ଯଦି କୌଣସି ବିଧାୟକ ଦିଆଯାଇଥିବା ସମୟ ମଧ୍ୟରେ ଅନୁପସ୍ଥିତିର କାରଣ ନଜଣାନ୍ତି ତେବେ ଏହା ଅନୁମାନ କରାଯିବ ଯେ ଆପଣଙ୍କର କିଛି କହିବାର ନାହିଁ ଏବଂ ନିୟମ ଅନୁଯାୟୀ ଏକ ନିଷ୍ପତ୍ତି ନିଆଯିବ ବୋଲି ନୋଟିସରେ ସ୍ପଷ୍ଟ କରାଯାଇଛି। ପାର୍ଟିର ମୁଖ୍ୟ ହ୍ୱିପ୍ ସୁନୀଲ ପ୍ରଭୁ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିବା ନୋଟିସ୍ ଜାରି କରିଛନ୍ତି । ତା ସହିତ ଆସନ୍ତା ଜୁନ୍ ୨୭ ତାରିଖ ସନ୍ଧ୍ୟା ୫ଟା ଭିତରେ ସେମାନେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ କାହିଁକି ଅନୁପସ୍ଥିତ ରହିଲେ ସେନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ,ମହାରାଷ୍ଟ୍ରରେ ଲାଗିରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେ । ‘ଯେଉଁମାନେ ଯିବାକୁ ଚାହୁଁଛନ୍ତି ସେମାନେ ବିନା ଦ୍ୱିଧାରେ ଯାଇପାରନ୍ତି, ମୁଁ ନୂଆ ଶିବସେନା ଗଢିବି’ ବୋଲି ଉଦ୍ଧବ କହିଛନ୍ତି । ଅନ୍ୟପକ୍ଷରେ ଉଦ୍ଧବ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ସିନ୍ଦେଙ୍କ ନୂଆ ଦଳ ‘ବାଲା ସାହେବ’ ଏବଂ ‘ଶିବସେନା’ର ନାଁ ବ୍ୟବହାର କରିପାରିବେ ନାହିଁ। ମୁମ୍ବାଇରେ ଶିବସେନାର ଜାତୀୟ କାର୍ୟ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାଲ ଠାକରେଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବ ଠାକରେଙ୍କ ନାଁର ଅପବ୍ୟବହାର ନହେବା ପାଇଁ ଶିବସେନା ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ବୋଲି ସ୍ପଷ୍ଟ କରିଛି।

ସେପେଟ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଅଭିଯୋଗ କରିଛନ୍ତି ଯେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହା ବିକାଶ ଆଗାଡି ସରକାର ତାଙ୍କ ପରିବାର ତଥା ଗୁଆହାଟୀରେ ତାଙ୍କ ସହ କ୍ୟାମ୍ପ କରୁଥିବା ଅନ୍ୟ ବିଧାୟକଙ୍କ ସୁରକ୍ଷା କଭର ପ୍ରତ୍ୟାହାର କରି ନେଇଛନ୍ତି। ଯେହେତୁ ଆମେ ବର୍ତ୍ତମାନର ବିଧାୟକ ଅଟୁ, ତଥାପି, ଆମ ବାସଭବନରେ ତଥା ଆମ ପରିବାର ସଦସ୍ୟଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ଦିଆଯାଇଥିବା ସୁରକ୍ଷା ପ୍ରତିଶୋଧର କାର‌୍ୟ୍ୟ ଭାବରେ ବେଆଇନ ତଥା ବେଆଇନ ଭାବେ ପ୍ରତ୍ୟାହାର କରାଯାଇଛି ବୋଲି କହିଛନ୍ତି। ବିଦ୍ରୋହୀ ବିଧାୟକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏମଭିଏ ମିଳିତ ମଞ୍ଚର ଗଠନକାରୀ ଦଳ ସେମାନଙ୍କ କ୍ୟାଡରଙ୍କୁ ବିଧାୟକଙ୍କ ବିରୋଧରେ ହିଂସା ପ୍ରଦର୍ଶନ କରୁଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ବିଧାୟକଙ୍କ ପରିବାର ସଦସ୍ୟଙ୍କ ଉପରେ କୌଣସି ଅନିଷ୍ଟ ଘଟେ, ତେବେ ଏନସିପି ମୁଖ୍ୟ ଶରଦ ପାୱାର, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ସେନା ସାଂସଦ ସଞ୍ଜୟ ରାଉତଙ୍କ ସମେତ ମହା ବିକାଶ ଆଗାଡିର ବରିଷ୍ଠ ନେତାମାନେ ଦାୟୀ ରହିବେ।

About The Author: The Sakala