ଏଲ୍‌ଆଇସିର ସମ୍ପତ୍ତି ପାକିସ୍ତାନ, ଶ୍ରୀଲଙ୍କା, ନେପାଳର ଜିଡିପିଠାରୁ ଅଧିକ

ନୂଆଦିଲ୍ଲୀ : ସମ୍ପ୍ରତି ସେୟାର ମୂଳ୍ୟରେ ବୃଦ୍ଧି ପରେ ଦେଶର ବୃହତ୍ତମ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ପରିଚାଳନା ଅଧୀନରେ ଥିବା ସମ୍ପତ୍ତି ୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। କମ୍ପାନୀର ସ୍ତିତି ଏଭଳି ଯେ, ପଡୋଶୀ ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କାର ମୋଟ ଘରୋଇ ଉତ୍ପାଦ (ଜିଡିପି) ତୁଳନାରେ ଏଲ୍‌ଆଇସିର ସମୁଦାୟ ସମ୍ପତ୍ତି ପରିମାଣ ଅଧିକ ହେବ। ଏପରିକି ଏଲ୍‌ଆଇସିର ମୋଟ ସମ୍ପତ୍ତି ପରିମାଣ ପାକିସ୍ତାନର ଅର୍ଥନୀତିର ଦୁଇଗୁଣରୁ ଅଧିକ […]

ନୂଆଦିଲ୍ଲୀ : ସମ୍ପ୍ରତି ସେୟାର ମୂଳ୍ୟରେ ବୃଦ୍ଧି ପରେ ଦେଶର ବୃହତ୍ତମ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ପରିଚାଳନା ଅଧୀନରେ ଥିବା ସମ୍ପତ୍ତି ୫୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। କମ୍ପାନୀର ସ୍ତିତି ଏଭଳି ଯେ, ପଡୋଶୀ ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କାର ମୋଟ ଘରୋଇ ଉତ୍ପାଦ (ଜିଡିପି) ତୁଳନାରେ ଏଲ୍‌ଆଇସିର ସମୁଦାୟ ସମ୍ପତ୍ତି ପରିମାଣ ଅଧିକ ହେବ। ଏପରିକି ଏଲ୍‌ଆଇସିର ମୋଟ ସମ୍ପତ୍ତି ପରିମାଣ ପାକିସ୍ତାନର ଅର୍ଥନୀତିର ଦୁଇଗୁଣରୁ ଅଧିକ ହେବ। ଦେଶର ସବୁଠୁ ବଡ଼ ଏବଂ ସବୁଠାରୁ ପୁରୁଣା ଏହି ବୀମା କମ୍ପାନୀର ପରିଚାଳନା ସମ୍ପତ୍ତି (ଆସେଟ୍‌ ଅଣ୍ଡର ମ୍ୟାନେଜମେଣ୍ଟ ବା ଏୟୁଏମ୍‌) ଭାରତର ତିନୋଟି ପଡୋଶୀ ଦେଶଠାରୁ ମଧ୍ୟ ଅଧିକ ହୋଇଯାଇଛି।

ସର୍ବଶେଷ ତଥ୍ୟ ଅନୁଯାୟୀ, ଏଲ୍‌ଆଇସିର ଏୟୁଏମ୍‌ ବା ପରିଚାଳନା ଅଧୀନରେ ଥିବା ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ୧୬.୪୮ ପ୍ରତିଶତ ବୃଦ୍ଧି ଘଟି ୬୧୬ ବିଲିୟନ ଡଲାର ଅର୍ଥାତ ୫୧,୨୧,୮୮୭ କୋଟି ଟଙ୍କାରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷରେ ଏହା ୪୩,୯୭,୨୦୫ କୋଟି ଟଙ୍କା ରହିଥିଲା। ବଜାର ପୁଞ୍ଜି ଦୃଷ୍ଟିରୁ ଏଲ୍‌ଆଇସି ହେଉଛି ଦେଶର ସପ୍ତମ ବୃହତ୍ତମ କମ୍ପାନୀ। ବର୍ତ୍ତମାନ କମ୍ପାନୀର ବଜାର ପୁଞ୍ଜି ୬.୪୬ ଲକ୍ଷ କୋଟି ଟଙ୍କା ପାର କରିଯାଇଛି। ଫଳରେ ଭାରତର ତିନୋଟି ପଡୋଶୀ ଦେଶ ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କାର ସମୁଦାୟ ଡିଜିପିଠାରୁ ଏଲଆଇସିର ସଂପତ୍ତି ଅଧିକ ହୋଇଯାଇଛି। ପାକିସ୍ତାନର ଡିଜିପି ପରିମାଣ ୩୩୮ ବିଲିୟନ ଡଲାର ପାଖାପାଖି ଥିବାବେଳେ ନେପାଳର ଡିଜିପି ୪୪.୧୮ ବିଲିୟନ ଡଲାର ରହିଛି। ଏଥି ସହ ଶ୍ରୀଲଙ୍କାର ଡିଜିପି ପରିମାଣ ୭୪.୮୫ ବିଲିୟନ ଡଲାର ପାଖାପାଖି ରହିଛି। ଏଥିରେ ଏହି ତିନୋଟି ଦେଶର ଡିଜିପିକୁ ମିଶାଇଲେ ମଧ୍ୟ ଏହା ଏଲଆଇସିର ସମୁଦାୟ ସମ୍ପତ୍ତି ପାଖାପାଖି ପହଞ୍ଚିପାରିନାହିଁ। ଏଲଆଇସି ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଫଳାଫଳ ପ୍ରକାଶ କରିଛି। ଏଥିରେ କମ୍ପାନୀର ନେଟ୍‌ ଲାଭ ୨.୫୦ ପ୍ରତିଶତ ବୃଦ୍ଧି ଘଟି ୧୩,୭୬୨ କୋଟି ଟଙ୍କାରେ ପହଞ୍ଚିଛି।

About The Author: The Sakala