ଭୁବନେଶ୍ବର: ପୁରୀରେ ହବିଷ୍ୟାଳିମାନେ ହନ୍ତସନ୍ତ ହେବାକୁ ନେଇ ବିଜେପି ସରକାର ଉପରେ ବର୍ଷିଲା ବିଜେଡ଼ି। ସାମ୍ବାଦିକ ସମ୍ମିଳନୀ କରି ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଅନଲାଇନ ପଞ୍ଜିକରଣ ପ୍ରହସନ ବନ୍ଦ କରି ସବୁ ହବିଷ୍ୟାଳିଙ୍କ ପାଇଁ ସୁବନ୍ଦୋବସ୍ତ କରିବାକୁ ଦାବି କଲା ବିଜେଡି ।
ହବିଷିଆଳି ମାନଙ୍କ ପାପ ବିଜେପି ସରକାରକୁ ଲାଗିବ। ଦିଲ୍ଲୀ ଓ ନାଗପୁରରେ ହବିଷିଆଳି ବ୍ୟବସ୍ଥା ନ ଥିବାରୁ ଏଠି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ନାହିଁ । ହବିଷିଆଳି ମାନଙ୍କ ପାଇଁ ବ୍ୟବସ୍ଥା ନ କରି ପାରିବା ସରକାରଙ୍କ ଅପାରଗତା ଅଯୋଗ୍ୟତାକୁ ଦର୍ଶାଉଛି। ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଲା କିନ୍ତୁ ପ୍ରତ୍ୟେକ ଦିନ ଏଠି ଓଡ଼ିଆ ଅସ୍ମିତାକୁ କୁଠାର ଘାତ କରାଯାଉଛି ।
କାର୍ତ୍ତିକମାସ ଆମ ସମସ୍ତ ଙ୍କ ପାଇଁ ଏକ ପବିତ୍ର ମାସ। ଏହି କାର୍ତ୍ତିକ ମାସରେ ବିଧବା ମହିଳା କି ବୃଦ୍ଧା ମାନେ ହବିଷ କରିଥାନ୍ତି। ହବିଷିଆଳି ମାନଙ୍କୁ ଯେଉଁ ଭଳି ଭାବେ ବ୍ୟବହାର କରାଗଲା ତାହା ସମସ୍ତ ଙ୍କୁ ବ୍ୟଥିତ କରିଛି। ରାଜ୍ୟ ସରକାର ହବିଷିଆଳିମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନ କରି ସେମାନଙ୍କୁ ହନ୍ତସନ୍ତ କରି ଧୋକା ଦେଇଛନ୍ତି । ନବୀନ ପଟ୍ଟନାୟକ ବୃନ୍ଦାବତୀ ନିବାସ ୩୯ କୋଟି ବ୍ୟୟବରାଦରେ ନିର୍ମାଣ କରିଥିଲ। ଏହା ହବିଷିଆଳି ମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା । ସେବେ ହବିଷ୍ୟାଳିମାନଙ୍କ ପାଇଁ ନବୀନ ପଟ୍ଟନାୟକ ସବୁ ବ୍ୟବସ୍ଥା କରିଥିଲେ । ଗତବର୍ଷ ୩୨୦୦ ହବିଷ୍ୟାଳି ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କେବଳ ୨୫୦୦ ହବିଷିଆଳିଙ୍କୁ ବୃନ୍ଦାବତୀ ନିବାସରେ ରଖା ଯାଇଛି । ଅନ୍ୟମାନଙ୍କୁ ଅନଲାଇନ ପଞ୍ଜିକରଣ ନାଁ ରେ ଧକା ମରାଯାଉଛି। ମାଆ ମାନେ ଦିନରେ ଖରା ରାତିରେ କାକର ମାଡ଼ ଖାଇ କାନ୍ଦୁଛନ୍ତି। ବିଜେପି ସରକାର କହିବ କିଏ ଧର୍ମ କରିବ କିଏ ନ କରିବ। ଇଏ ଏକ ଉଦ୍ଭଟ ଚିନ୍ତାଧାରା । ବିଜେପି ସରକାର ବିନାଶ ଭିତରେ ଗୋଟେ ଗୋଡ଼ ପକେଇ ସରିଲାଣି ବୋଲି ବିଜେଡି ମୁଖପାତ୍ରା ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି।