ସରକାରଙ୍କୁ ଜଣାନାହିଁ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଗଚ୍ଛିତ ଟଙ୍କାର ପରିମାଣ

ନୂଆଦିଲ୍ଲୀ(ଏଜେନ୍ସି): ଭାରତୀୟ ନାଗରିକ ତଥା କମ୍ପାନୀଗୁଡିକ ଦ୍ୱାରା ସ୍ୱିସ୍ ବ୍ୟାଙ୍କରେ କେତେ ଟଙ୍କା ଜମା କରାଯାଇଛି ସେ ସମ୍ପର୍କରେ ସରକାରଙ୍କ ନିକଟରେ କୌଣସି ସୂଚନା ନାହିଁ। ଏହି ଜମା ଅର୍ଥର ପ୍ରକୃତ ପରିମାଣ ନେଇ କୌଣସି ସରକାରୀ ଆକଳନ କରାଯାଇ ନ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି। ସ୍ୱିସ୍ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଉପରେ ଏକ ପ୍ରଶ୍ନର ଉତ୍ତରରେ ସୀତାରମଣ କହିଛନ୍ତି ଯେ, ୨୦୨୦ […]

ନୂଆଦିଲ୍ଲୀ(ଏଜେନ୍ସି): ଭାରତୀୟ ନାଗରିକ ତଥା କମ୍ପାନୀଗୁଡିକ ଦ୍ୱାରା ସ୍ୱିସ୍ ବ୍ୟାଙ୍କରେ କେତେ ଟଙ୍କା ଜମା କରାଯାଇଛି ସେ ସମ୍ପର୍କରେ ସରକାରଙ୍କ ନିକଟରେ କୌଣସି ସୂଚନା ନାହିଁ। ଏହି ଜମା ଅର୍ଥର ପ୍ରକୃତ ପରିମାଣ ନେଇ କୌଣସି ସରକାରୀ ଆକଳନ କରାଯାଇ ନ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି।

ସ୍ୱିସ୍ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଉପରେ ଏକ ପ୍ରଶ୍ନର ଉତ୍ତରରେ ସୀତାରମଣ କହିଛନ୍ତି ଯେ, ୨୦୨୦ ତୁଳନାରେ ୨୦୨୧ ମସିହାରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କର ଜମା ପରିମାଣ ବୃଦ୍ଧି ପାଇଛି। ଏହି ଜମା ଅର୍ଥଗୁଡିକ ସ୍ୱିଜରଲ୍ୟାଣ୍ଡରେ ଭାରତୀୟଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା କଳା ଟଙ୍କା ପରିମାଣକୁ ସୂଚିତ କରେ ନାହିଁ। ସେ କହିଛନ୍ତି ଯେ, ସ୍ୱିଜରଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଭାରତୀୟଙ୍କ ଦ୍ୱାରା ସ୍ୱିଜରଲ୍ୟାଣ୍ଡରେ ଜମା ହୋଇଥିବା ଅର୍ଥର ବିଶ୍ଳେଷଣ ପାଇଁ ଏସ୍‌ଏନ୍‌ବି ବାର୍ଷିକ ବ୍ୟାଙ୍କିଙ୍ଗ ପରିସଂଖ୍ୟାନ ବ୍ୟବହାର କରାଯିବା ଉଚିତ ନୁହେଁ। ଏହା ପରିବର୍ତ୍ତେ, ଲୋକାଲ୍ ବ୍ୟାଙ୍କିଙ୍ଗ୍ ପରିସଂଖ୍ୟାନ ଯାହା ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ (ବିଏସ୍) ର ସହଯୋଗରେ ଏସ୍‌ଏନ୍‌ବି ସଂଗ୍ରହ କରିଥାଏ ତାହା ବ୍ୟବହାର କରାଯିବା ଉଚିତ୍‌। ସୀତାରମଣ କହିଛନ୍ତି, ବିଏସ୍‌ର ଲୋକାଲ ବ୍ୟାଙ୍କିଙ୍ଗ୍ ପରିସଂଖ୍ୟାନ ୨୦୨୧ ମସିହା ରିପୋର୍ଟ ଅନୁଯାୟୀ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ବ୍ୟକ୍ତି ବିଶେଷଙ୍କ ଜମା ରାଶିରେ ୮.୩ ପ୍ରତିଶତ ହ୍ରାସ ପାଇଛି।

ସେ କହିଛନ୍ତି ଯେ ନିକଟ ଅତୀତରେ ଅଘୋଷିତ ବିଦେଶୀ ସମ୍ପତ୍ତି ଏବଂ ଆୟକୁ ଟିକସ ପରିସର କରିବା ପାଇଁ ସରକାର ଅନେକ ଠୋସ୍ ଏବଂ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର କଳା ଟଙ୍କା ଏବଂ ଟିକସ ଆଇନ ୨୦୧୫ ଆଣିଛନ୍ତି ଯେଉଁଥିରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଏହି ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ସମଗ୍ର ଦେଶରେ ଆୟକର (ଅନୁସନ୍ଧାନ) ନିର୍ଦ୍ଦେଶକ ଜେନେରାଲଙ୍କ ଅଧୀନରେ ୨୯ ଟି ବିଦେଶୀ ସମ୍ପତ୍ତି ଅନୁସନ୍ଧାନ ୟୁନିଟ୍ ଗଠନ କରାଯାଇଛି ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ବିଭିନ୍ନ ବର୍ଗର ବିଦେଶୀ ସମ୍ପତ୍ତି ମାମଲାର ତ୍ୱରିତ ତଥା ସମନ୍ୱିତ ଅନୁସନ୍ଧାନ(ପାନାମା ପେପର ଲିକ୍, ପାରାଡାଇଜ୍ ପେପର ଲିକ୍ ଏବଂ ସମ୍ପ୍ରତି) ପାଇଁ ଭିନ୍ନ କାର୍ଯ୍ୟନିର୍ବାହୀ ଏଜେନ୍ସି ଏବଂ ସଂଗଠନର ପ୍ରତିନିଧିଙ୍କୁ ନେଇ ସରକାର ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ ଗଠନ କରିଛନ୍ତି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଦ୍ବୈତ ଟିକସ ଏଡାଣ ଚୁକ୍ତିନାମା ଅନୁଯାୟୀ ସମ୍ପୃକ୍ତ ମାମଲାଗୁଡ଼ିକରେ ସୂଚନା ପାଇବା ପାଇଁ ଭାରତ ସ୍ୱିଜରଲ୍ୟାଣ୍ଡ ସହିତ ସକ୍ରିୟ ଭାବେ ଜଡ଼ିତ। ସୂଚନାର ଆଦାନପ୍ରଦାନ ଲାଗି ଭାରତ ସରକାର ବିଭିନ୍ନ ରାଷ୍ଟ୍ର ସହ ଦ୍ବୈତ ଟିକସ ଏଡାଣ ଚୁକ୍ତି/ଟିକସ ସୂଚନା ଏକ୍ସଚେଞ୍ଜ ଚୁକ୍ତି/ସାର୍କ ମଲ୍ଟି ଲାଟେରାଲ ଚୁକ୍ତି ସ୍ଵାକ୍ଷର କରିଛି।

About The Author: The Sakala