ଇଏସ୍‌ଆଇସି ନିୟମରେ ବଡ଼ ପରିବର୍ତ୍ତନ: ଅଧିକ ବେତନଧାରୀ ପୂର୍ବତନ କର୍ମଚାରୀ ପାଇବେ ଚିକିତ୍ସା ସେବା

ନୂଆଦିଲ୍ଲୀ:ରାଜ୍ୟ କର୍ମଚାରୀ ବୀମା ନିଗମ (ଇଏସଆଇସି) ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଏହା ଜରିଆରେ ନିଗମ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛି। ଏହା ଅଧୀନରେ ବର୍ତ୍ତମାନ ସେହି ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମଧ୍ୟ ଚିକିତ୍ସା ସେବାର ଲାଭ ମିଳିବ, ଯେଉଁମାନେ ବେତନ ସୀମା ଅଧିକ ହେତୁ ଇଏସଆଇସି ଯୋଜନାରୁ ବଞ୍ଚିତ ହେଉଥିଲେ। ନିୟମ ଅନୁଯାୟୀ, ଏହାର ଲାଭ ସେହି କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ୧ ଏପ୍ରିଲ୍ ୨୦୧୨ ପରେ ଅତି କମରେ ପାଞ୍ଚ […]

ନୂଆଦିଲ୍ଲୀ:ରାଜ୍ୟ କର୍ମଚାରୀ ବୀମା ନିଗମ (ଇଏସଆଇସି) ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଏହା ଜରିଆରେ ନିଗମ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛି। ଏହା ଅଧୀନରେ ବର୍ତ୍ତମାନ ସେହି ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମଧ୍ୟ ଚିକିତ୍ସା ସେବାର ଲାଭ ମିଳିବ, ଯେଉଁମାନେ ବେତନ ସୀମା ଅଧିକ ହେତୁ ଇଏସଆଇସି ଯୋଜନାରୁ ବଞ୍ଚିତ ହେଉଥିଲେ। ନିୟମ ଅନୁଯାୟୀ, ଏହାର ଲାଭ ସେହି କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ୧ ଏପ୍ରିଲ୍ ୨୦୧୨ ପରେ ଅତି କମରେ ପାଞ୍ଚ ବର୍ଷ ପାଇଁ ଇଏସଆଇସି ସ୍କିମ୍ ଅଧୀନରେ ରହିଥିବେ। ନିକଟରେ ଅନୁଷ୍ଠିତ ଇଏସଆଇସି ବୈଠକରେ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

ଏହାଛଡା ଇଏସଆଇସି ନିୟମ ଅନୁଯାୟୀ, ୨୦୧୭ ଏପ୍ରିଲ୍ ପହିଲା କିମ୍ବା ପରେ ଯଦି କର୍ମଚାରୀ ଜଣକ ମାସକୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବେତନ ସହିତ ଅବସର ନେଇଥିବେ କିମ୍ବା ସ୍ୱେଚ୍ଛାକୃତ ଅବସର ନେଇଥିବେ ସେ ଇଏସଆଇସି ଯୋଜନାରେ ସାମିଲ ହୋଇପାରିବେ। ପ୍ରଚଳିତ ନିୟମାନୁଯାୟୀ, ସେହି କର୍ମଚାରୀଙ୍କ ପାଇଁ ଇଏସଆଇସି ଯୋଜନାର ଲାଭ ଉପଲବ୍ଧ, ଯେଉଁମାନଙ୍କର ମାସିକ ଆୟ ୨୧ ହଜାର କିମ୍ବା ତା’ ଠାରୁ କମ୍। ଯେତେବେଳେ କି ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସର୍ବନିମ୍ନ ବେତନର ସୀମା ହେଉଛି ମାସକୁ ୨୫,୦୦୦ ଟଙ୍କା। ଏହି ଯୋଜନାରେ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ଯୋଗଦାନ ଦେଇଥାନ୍ତି।

ଅବସରପ୍ରାପ୍ତ କର୍ମଚାରୀ ଏବଂ ସ୍ଥାୟୀ ଭାବେ ଅକ୍ଷମ ବୀମାଭୁକ୍ତ ବ୍ୟକ୍ତି ଏବଂ ସେମାନଙ୍କ ପତି-ପତ୍ନୀ ବାର୍ଷିକ ୧୨୦ ଟଙ୍କା ପ୍ରିମିୟମରେ ଚିକିତ୍ସା ସେବା ପାଇବେ। ବୀମାଭୁକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ଉପରେ କୌଣସି ସୀମା ନାହିଁ।

ଏହି ଯୋଜନା ଅଧୀନରେ କର୍ମଚାରୀମାନଙ୍କୁ ଇଏସଆଇ କାର୍ଡ ଦିଆଯାଉଛି। କର୍ମଚାରୀମାନେ ଇଏସଆଇ ଡିସପେନସାରି କିମ୍ବା ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇପାରିବେ। ଏଠାରେ ଇଏସଆଇସିର ଦେଶରେ ୧୫୦ରୁ ଅଧିକ ଡାକ୍ତରଖାନା ରହିଛି, ଯେଉଁଠାରେ ସାଧାରଣଠାରୁ ବଡ଼ ରୋଗର ଚିକିତ୍ସା ସୁବିଧା ଉପଲବ୍ଧ।

About The Author: The Sakala