ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଯୁଗରେ ମଧ୍ୟ ଦେଶରେ ବଢ଼ିବାରେ ଲାଗିଛି ନଗଦ କାରବାର। କଳା ଟଙ୍କା ରୋକିବା ସହ ନଗଦ ଅର୍ଥ କାରବାରକୁ ଅନୁସ୍ତାହିତ କରିବା ଲାଗି କେନ୍ଦ୍ରର ମୋଦି ସରକାର ୨୦୧୬ ନଭେମ୍ବର ୮ରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ର ପ୍ରଚଳନ ବନ୍ଦ କରି ବିମୁଦ୍ରାୟନ ବା ନୋଟ୍ବନ୍ଦୀ ପଦକ୍ଷେପ ଗ୍ରହଣ କରିଥିଲେ। ଇତିମଧ୍ୟରେ ନୋଟ୍ ବନ୍ଦୀକୁ ୬ବର୍ଷ ପୁରିବାକୁ ଯାଉଛି। ଲୋକମାନେ ଅଧିକରୁ ଅଧିକ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ବ୍ୟବହାର କରିବା ପରିବର୍ତ୍ତେ ଅଧିକ ନଗଦ ଟଙ୍କା କାବରାର କରୁଛନ୍ତି।
ଯାହା ଫଳରେ ଯେଉଁ ଲକ୍ଷ୍ୟ ନେଇ ନୋଟ୍ବନ୍ଦୀ ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହା ତାହା ଫେଲ୍ ମାରିଥିବା ଜଳଜଳ ହୋଇ ଦିଶୁଛି। ସବୁଠୁ ବଡ କଥା ହେଉଛି ଆଜିର ଦିନରେ ବି ଲୋକେ ନୋଟ୍ବନ୍ଦୀ ସମୟ ଅପେକ୍ଷା ପକେଟରେ ଅଧିକ ନଗଦ ଟଙ୍କା ନେଉଛନ୍ତି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଚଳିତବର୍ଷ ଅକ୍ଟୋବର ୨୧ ସୁଦ୍ଧା ଦେଶରେ ଲୋକମାନଙ୍କ ନିକଟରେ ମୋଟ ୩୦.୮୮ ଲକ୍ଷ କୋଟି ଟଙ୍କାର ନଗଦ ଟଙ୍କା ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।
ଯେତେବେଳେ ମୋଦୀ ସରକାର ଯେତେବେଳେ ନୋଟ୍ବନ୍ଦୀ ଘୋଷଣା କଲେ ସେତେବେଳେ ନଭେମ୍ବର ୪ରେ ଦେଶରେ ଜନସାଧାରଣଙ୍କ ନିକଟରେ ୧୭.୭ ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥ ରହିଥିଲା। ନୋଟ୍ ବନ୍ଦୀର ୬ ବର୍ଷରେ ମଧ୍ୟ ଏହି ନଗଦ ଅର୍ଥ ପରିମାଣ ଏବେ ପାଖାପାଖି ୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଲୋକେ ଅଧିକ ମାତ୍ରାରେ ନଗଦ ଅର୍ଥ ବ୍ୟବହାର କରୁଛନ୍ତି, ଯାହା ଦର୍ଶାଉଛି ଯେ ଡିଜିଟାଲ୍ ପେମେଣ୍ଟ ଅପେକ୍ଷା ଲୋକମାନେ ନଗଦ ଉପରେ ଅଧିକ ବିଶ୍ୱାସ କରୁଛନ୍ତି। ଆର୍ବିଆଇ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୧୭ରେ ଦେଶରେ ସର୍କୁଲେସନ୍ରେ ରହିଥିବା ନଗଦ ଟଙ୍କା ପରିମାଣ ୭ ଲକ୍ଷ କୋଟି ଟଙ୍କା ସ୍ତରକୁ ଖସିଆସିଥିଲା। ଏହି ସମୟ ମଧ୍ୟରେ ଲୋକମାନେ ଅଧିକ ମାତ୍ରାରେ ଡିଜିଟାଲ୍ ପେମେଣ୍ଟ କରୁଥିଲେ। ପେଟିଏମ୍ ଏବଂ ଫୋନ୍ ପେ ପରି ଫିନ୍ଟେକ୍ କମ୍ପାନୀଗୁଡିକ ଏଥିରୁ ଭଲ ଲାଭବାନ୍ ହୋଇଥିଲେ, କିନ୍ତୁ ବର୍ତ୍ତମାନ ଫିନ୍ଟେକ୍ କମ୍ପାନୀଗୁଡିକ ବଡ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଲୋକେ ପୁନର୍ବାର ନଗଦ କାରବାର ଅଧିକ ମାତ୍ରାରେ କରୁଛନ୍ତି। ତେଣୁ କହିବାକୁ ଗଲେ ଦେଶରେ ନୋଟ୍ ବନ୍ଦୀ ପଦକ୍ଷେପ ଫେଲ୍ ମାରିଛି।