କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢିଲା ମହଙ୍ଗାଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ଆଜି ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଛନ୍ତି। ଏହି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ଆଜି ମୋହର ମଧ୍ୟ ମାରିଛି। ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଲାଭ ବାନ ହେବ। କେନ୍ଦ୍ର ପ୍ରିୟତା ଭତ୍ତା ବୃଦ୍ଧି ପରେ ୪୭ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୯ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ […]

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ଆଜି ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪% ବୃଦ୍ଧି କରିଛନ୍ତି। ଏହି ପ୍ରସ୍ତାବ ଉପରେ କେନ୍ଦ୍ର କ୍ୟାବିନେଟ ଆଜି ମୋହର ମଧ୍ୟ ମାରିଛି। ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଲାଭ ବାନ ହେବ। କେନ୍ଦ୍ର ପ୍ରିୟତା ଭତ୍ତା ବୃଦ୍ଧି ପରେ ୪୭ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୯ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହେବେ। କେନ୍ଦ୍ରୀୟ କର୍ମଚାରୀମାନେ ୩୮% ମହଙ୍ଗା ଭତ୍ତା ପାଉଥିଲେ। ଏବେ ବର୍ଦ୍ଧିତ ନିଷ୍ପତ୍ତି ପରେ ଏହା ୪୨% ଛୁଇଁବ।

ସରକାରଙ୍କ କହିବାନୁସାରେ, ଜାନୁଆରୀ ୧, ୨୦୨୩ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରିୟତା ଭତ୍ତା ଏବଂ ପେନସନଭୋଗୀମାନଙ୍କୁ ଅତିରିକ୍ତ କିସ୍ତି ପିଛିଲା ଭାବେ ପ୍ରଦାନ କରିବାକୁ କ୍ୟାବିନେଟ୍ ଶୁକ୍ରବାର ଅନୁମୋଦନ କରିଛି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହଙ୍ଗା ଭତ୍ତାର ପରିମାଣକୁ ୪% ବୃଦ୍ଧି କରାଯାଇଛି। ଏହାଦ୍ୱାରା ସରକାରଙ୍କ ଉପରେ ୧୨,୮୧୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

About The Author: The Sakala