ଦଶହରା ପୂର୍ବରୁ ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ଡିଏ ଓ ଡିଆର୍‌ !

ନୂଆଦିଲ୍ଲୀ: ପାର୍ବଣ ଋତୁର ଆରମ୍ଭ ସହ କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଭଲ ଖବର। ଦଶହରା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ଆଶ୍ବସ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୭ ତାରିଖରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମହଙ୍ଗା ଭତ୍ତା ଏବଂ ମହଙ୍ଗା ଆଶ୍ବସ୍ତିରେ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନୂଆ ସୂଚନା ଦେଇପାରନ୍ତି। ଯଦି ଏହା […]

ନୂଆଦିଲ୍ଲୀ: ପାର୍ବଣ ଋତୁର ଆରମ୍ଭ ସହ କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଭଲ ଖବର। ଦଶହରା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବାକୁ ଯାଉଛି ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ଆଶ୍ବସ୍ତି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୭ ତାରିଖରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମହଙ୍ଗା ଭତ୍ତା ଏବଂ ମହଙ୍ଗା ଆଶ୍ବସ୍ତିରେ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନୂଆ ସୂଚନା ଦେଇପାରନ୍ତି। ଯଦି ଏହା ହୁଏ ତେବେ ନବରାତ୍ରୀ ପୂର୍ବରୁ ହିଁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏହା ଏକ ବଡ଼ ଉପହାର ହେବ।

About The Author: The Sakala